ଦୁର୍ଘଟଣାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ

Advertisment

କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଥାନା ଚଣ୍ଡିଖୋଲ- ପାରାଦ୍ବୀପ ୫୩ ନମ୍ବର ଜାତୀୟ ରାଜପଥର ଟିକପଙ୍ଗା ଛକ ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ ବାଇକ ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି।

କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଥାନା ଚଣ୍ଡିଖୋଲ- ପାରାଦ୍ବୀପ ୫୩ ନମ୍ବର ଜାତୀୟ ରାଜପଥର ଟିକପଙ୍ଗା ଛକ ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ ବାଇକ ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି।

bg accident

ମାର୍ଶାଘାଇ: କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଥାନା ଚଣ୍ଡିଖୋଲ- ପାରାଦ୍ବୀପ ୫୩ ନମ୍ବର ଜାତୀୟ ରାଜପଥର ଟିକପଙ୍ଗା ଛକ ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ ବାଇକ ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ୨ ଜଣ ଯୁବକ ହେଲେ ମନୋରଂଜନ ରାଉତ ତାଙ୍କର ଘର ଯଦୁପୁର ଓ ରମେଶ ବେହେରା ସାନଗାଁ ଗ୍ରାମର ବୋଲି ଜଣାପଡିଛି ।

ପାରାଦ୍ବୀପରୁ ଫିସିଙ୍ଗ କାମସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିବାର ସୁଚନା ମିଳିଛି। ବିଳମ୍ବିତ ରାତ୍ରିରେ ଦୁର୍ଘଟଣା ଖବରପାଇ ମାର୍ଶାଘାଇ ପୁଲିସ ଘଟଣାସ୍ଥଳରେ ପହଁଚି ଦୁଇ ଯୁବକଙ୍କ ମୃତଦେହକୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ପଠାଇ ଘଟଣା ତଦନ୍ତ ଆରମ୍ଭ କରିଛି।

ମୃତ ରମେଶ ମାଛଧରା ବୋଟର ଡ୍ରାଇଭର ହୋଇଥିବା ମନୋରଂଜନ ଜଣେ ମତ୍ସ୍ୟଜିବୀ ଥିଲେ। ମାଛଧରା ସାରି  ସାଙ୍ଗହୋଇ ଓଡି ୨୯ଏଲ ୦୪୫୩ ନାମକ ଗୋଟିଏ ବାଇକରେ ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe