ଖେଳିବାକୁ ଯାଇ କେନାଲରେ ଭାସି ଦୁଇ ନାବାଳକ ମୃତ

Advertisment

ତିନିଜଣ ସାଙ୍ଗ ଖେଳିବାକୁ ଘର ନିକଟରେ ଥିବା କେନାଲ ପାଖକୁ ଯାଇଥିବା ବେଳେ ଦୁଇଜଣ କେନାଲରେ ଭାସିଯାଇ ଥିଲେ। ଚାରି ଘଣ୍ଟାର ପରିଶ୍ରମ ପରେ ଦୁଇଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।

ତିନିଜଣ ସାଙ୍ଗ ଖେଳିବାକୁ ଘର ନିକଟରେ ଥିବା କେନାଲ ପାଖକୁ ଯାଇଥିବା ବେଳେ ଦୁଇଜଣ କେନାଲରେ ଭାସିଯାଇ ଥିଲେ। ଚାରି ଘଣ୍ଟାର ପରିଶ୍ରମ ପରେ ଦୁଇଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।

ଶୌଚ ହେବାକୁ ଯାଇ ପାଣିରେ ଭାସିଗଲେ ବୃଦ୍ଧ

ସୋର: ତିନିଜଣ ସାଙ୍ଗ ଖେଳିବାକୁ ଘର ନିକଟରେ ଥିବା କେନାଲ ପାଖକୁ ଯାଇଥିବା ବେଳେ ଦୁଇଜଣ କେନାଲରେ ଭାସିଯାଇ ଥିଲେ। ଚାରି ଘଣ୍ଟାର ପରିଶ୍ରମ ପରେ ଦୁଇଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ଆଜି ଅପରାହ୍ଣରେ ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ ବରିସାହିର ହିମାଂଶୁ ନାୟକଙ୍କ ଏକମାତ୍ର ପୁଅ ସାଇ ମହେଶ ନାୟକ (୧୦), ଅଲ୍ଲିପୁର ଗ୍ରାମର ଅଶୋକ ଦାସଙ୍କ ପୁଅ ହରିହର ଦାସ (୧୩) ଯିଏକି ଦୁଇଦିନ ତଳେ ତାଙ୍କ ମାମୁଁ ଘରକୁ ଆସିଥିଲେ ଓ ଅନ୍ୟ ଜଣେ ନାବାଳକ ସାଙ୍ଗ ହୋଇ ନିକଟରେ ଥିବା ସାଳନ୍ଦୀ କେନାଲକୁ ଖେଳିବାକୁ ଯାଇଥିଲେ।

ଏହି ସମୟରେ କେନାଲର ଶିଉଳିରେ ଗୋଡ଼ ଖସିଯିବାରୁ ହରିହର ଓ ସାଇ ମହେଶ ଭାସିଯାଇଥିଲେ। ସାଙ୍ଗରେ ଥିବା ଅନ୍ୟଜଣେ ସାଙ୍ଗ ସ୍ଥାନୀୟ ଲୋକଙ୍କୁ ଡାକରା ପକାଇଥିଲେ। ସ୍ଥାନୀୟ ଲୋକେ ଖୋଜାଖୋଜି କରିବା ସହିତ ସୋର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଦୀର୍ଘ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଖୋଜାଖୋଜି କରିବା ପରେ ସାଇ ମହେଶକୁ ଓ ଚାରିଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପରେ ହରିହରଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିବାବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe