ବାହାର ରାଜ୍ୟକୁ ଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ: ଦୁଇ ହାତୀଦାନ୍ତ ଜବତ, ଚାରି ଅଟକ

Advertisment

ଦୁଇ ହାତୀଦାନ୍ତ ଜବତ। ଚାରି ଅଟକ। ବାହାର ରାଜ୍ୟକୁ ଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ। ଦେଉଳି ରେଞ୍ଜ ଅଧୀନସ୍ଥ ଝାରପୋଖରିଆ ଥାନା ଅଧୀନ ଭୂରଷାଣି ନିକଟରେ ଦୁଇ ହାତୀଦାନ୍ତ ଜବତ କରାଯାଇଛି।

zx

ବାରିପଦା: ଦୁଇ ହାତୀଦାନ୍ତ ଜବତ। ଚାରି ଅଟକ। ବାହାର ରାଜ୍ୟକୁ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ। ଦେଉଳି ରେଞ୍ଜ ଅଧୀନସ୍ଥ ଝାରପୋଖରିଆ ଥାନା ଅଧୀନ ଭୂରଷାଣି ନିକଟରେ ଦୁଇ ହାତୀଦାନ୍ତ ଜବତ କରାଯାଇଛି। ଦେଉଳି ବନ ବିଭାଗ ପକ୍ଷରୁ ଜବତ ସୂଚନା ଦିଆଯାଇଛି। ଏଥିମଧ୍ୟରୁ ଗୋଟିଏ ହାତୀ ଦାନ୍ତର ଓଜନ ୧ କିଲୋ ଓ ଅନ୍ୟର ଓଜନ ୧କିଲୋ ୨ଶହ ଗ୍ରାମ୍ ରହିଥିବା ଜଣାଯାଇଛି।

 ବାଇକ ଯୋଗେ ଜାମଶଳା ଗେଟ୍ ଆଡୁ ବମ୍ବେ ଛକ ଅଭିମୁଖେ ଦୁଇ ବାଇକରେ ଯାଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଦେଉଳି ରେଞ୍ଜର ନିଜ ସାଥୀଙ୍କ ସହ ଚଢ଼ାଉ କରିଥିଲେ। ଘଟଣା ସ୍ଥଳରେ ଦୁଇ ହାତୀଦାନ୍ତ ଜବତ ସହ ଚାରି ଅଭିଯୁକ୍ତଙ୍କୁ ଅଟକ ରଖିଛି ବନ ବିଭାଗ। ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ବାହାର ରାଜ୍ୟ ଝାରଖଣ୍ଡ ଓ ଅନ୍ୟ ଦୁଇ ଜଣ ରାସଗୋବିନ୍ଦପୁର ଅଞ୍ଚଳର ବୋଲି ବନ ବିଭାଗର ଏସିଏଫ୍ ରବି ନାରାୟଣ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe