୨ ଜଣ ବିଦେଶୀ ମହିଳାଙ୍କ ଗୁପ୍ତାଙ୍ଗରୁ ଜବତ ହେଲା ୧କେଜି ୪ଶହ ଗ୍ରାମ ଓଜନର ସୁନା ବିସ୍କୁଟ

Advertisment
୨ ଜଣ ବିଦେଶୀ ମହିଳାଙ୍କ ଗୁପ୍ତାଙ୍ଗରୁ ଜବତ ହେଲା ୧କେଜି ୪ଶହ ଗ୍ରାମ ଓଜନର ସୁନା ବିସ୍କୁଟ

ମୁମ୍ବାଇ: ଦିନକୁ ଦିନ ସୁନା ଚୋରା କାରବାର ପାଇଁ  ମାଫିଆମାନେ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ଗତ ମଙ୍ଗଳବାର ଦିନ ମୁମ୍ବାଇ ବିମାନବନ୍ଦରରେ   ସୀମା ଶୁଳ୍କ ଅଧିକାରୀମାନେ ୪ ଜଣଙ୍କ ଠାରୁ ୧କୋଟି ୮୦ ଲକ୍ଷ ଟଙ୍କା ମୂଲ୍ୟର ୬ କେଜି ୪ଶହ ଗ୍ରାମ ସୁନା ଜବତ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ୪ ଜଣଙ୍କ ମଧ୍ୟରେ ଦୁଇଜଣ ବିଦେଶୀ(ସୁଦାନ) ମହିଳା ଅଛନ୍ତି। ଆଉ ଏହି ଦୁଇ ମହିଳାଙ୍କୁ ଯାଞ୍ଚ କରାଯାଇ ସେମାନଙ୍କ ଗୁପ୍ତାଙ୍ଗରୁ ଜବତ କରାଯାଇଛି ୧କେଜି ୪ଶହ ଗ୍ରାମର ଓଜନର ସୁନା ବିସ୍କୁଟ । ଏହି ଦୁଇ ମହିଳାଙ୍କ ଠାରୁ ଜବତ ସୁନା ବିସ୍କୁଟର ମୂଲ୍ୟ ପ୍ରାୟ ପ୍ରାୟ ୪୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ଆଉ ଦୁଜଣ ମହିଳାଏପରି ଲଜ୍ୟାକରଭାବେ ସୁନା ଚୋରା ଚାଲାଣ କରୁଥିବା ଜଣାପଡ଼ିବା ପରେ ଏ ନେଇ  ଅଧିକ ସତର୍କ ହୋଇ ଉଠିଛି ସୀମା ଶୁଳ୍କ ବିଭାଗ।

publive-image

ମୁମ୍ବାଇ  ଆନ୍ତର୍ଜାତିକ ବିମାନବନ୍ଦରରେ ନିୟୋଜିତ ସୀମା ଶୁଳ୍କ ବିଭାଗର ଅଧିକାରୀଙ୍କ ଠାରୁ ପ୍ରକାଶ ଯେ,  ସାରଜାରୁ  ଆସିଥିବା ଏକ ବିମାନରେ ନାଦା ଓମାର ଓ ମନାଲ ଓମାର ମହମୌଦ ନାମ୍ନୀ ଦୁଇଜଣ ସୁଦାନ ମହିଳା ଯାତ୍ରୀ ଆସି ମୁମ୍ବାଇରେ ଓହ୍ଲାଇଥିଲେ। ସେମାନଙ୍କ ଗୁପ୍ତାଙ୍ଗରେ ଏକ କେଜି ୪ଶହ ଗ୍ରାମଓଜନର ମୋଟ୍‌ ୬ଟି ସୁନା ବିସ୍କୁଟ ଲୁଚାଇ ବିମାନବନ୍ଦର ଗେଟ  ଅତିକଅମ କରିବାକୁ ଚେଷ୍ଟା କରିଥିଲେ। ତେବେ ଗେଟ୍‌ ପାଖରେ  ଥିବା ମେଟାଲ ଡିିଟେକ୍ଟର ଦେଇ ସେମାନେ ଅତିକ୍ରମ କଲାବେଳେଏହା ଶବ୍ଦ କରିଥିଲା। ଯାଞ୍ଚ କରାଯିବାରୁ ମହିଳାଦ୍ୱୟ ସେମାନଙ୍କ ଗୁପ୍ତାଙ୍ଗରେ ସୁନା ବିସ୍କୁଟ ରଖିଥିବା ସ୍ୱୀକାର କରିବା ସହିତ ଏହାକୁ କାଢ଼ି ସୀମା ଶୁଳ୍କ ଅଧିକାରୀଙ୍କୁ ପ୍ରଦାନ କରିଥିଲେ। ପରେ ସେମାନଙ୍କୁ ଗିରଫ କରାଯାଇଥିଲା ଓ ସେମାନେ ଜାମିିନ୍‌ରେ ମୁକୁଳିଛନ୍ତି।

ସେହିପରି ଆଉ ଏକ ଘଟଣାକ୍ରମରେ ଦୁବାଇରୁ ଆସିଥିବା  ହାଫିଜ୍‌ ଆବଦୁରୁବ ଓ ତାଙ୍କ ସହଯୋଗୀ ସେକ୍‌ ଇରଫାନ ନାମକ ଦୁଇ ଜଣ ବିଦେଶୀ  ଯୁବକ ବିମାନବନ୍ଦର ଛାଡ଼ୁଥିବା ବେଳେ  ସୀମା ଶୁଳ୍କ ବିଭାଗ କର୍ମଚାରୀମାନେ ଗୁପ୍ତ ସୂଚନା ପାଇ ସେମାନଙ୍କୁ  ଅଟକାଇବା ସହିତ ସେମାନେ ସେମାନଙ୍କ ଅନ୍ତଃବସ୍ତ୍ରରେ ଲୁଚାଇ ରଖିଥିବା ୫ କେଜି ଓଜନର ସୁନା ବିସ୍କୁଟ ଜବତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe