ରାଉରକେଲା ଏବ‌େ ଗଞ୍ଜେଇ ବେପାରୀଙ୍କ ପେଣ୍ଠସ୍ଥଳ: ପୁଣି ବନ୍ଧାହେଲେ ୨ ବେପାରୀ

Advertisment

ରାଉରକେଲା ଏବ‌େ ଗଞ୍ଜେଇ ବେପାରୀଙ୍କ ପେଣ୍ଠସ୍ଥଳ ପାଲଟିଛି। ନିୟମିତ ବ୍ୟବଧାନରେ ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ନୀଳ ଜହର ଜବତ ହେଉଛି। ଅଭିଯୁକ୍ତମାନେ ହେଲେ ପ୍ଲାଣ୍ଟସାଇଟ୍‌ର ଅମିୟ ରାଉତ ଏବଂ ସେକ୍ଟର-୧ ଆଖଣ୍ଡଳମଣି ବସ୍ତିର ଅକ୍ଷୟ ନାୟକ(୫୦)।

ରାଉରକେଲା ଏବ‌େ ଗଞ୍ଜେଇ ବେପାରୀଙ୍କ ପେଣ୍ଠସ୍ଥଳ ପାଲଟିଛି। ନିୟମିତ ବ୍ୟବଧାନରେ ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ନୀଳ ଜହର ଜବତ ହେଉଛି। ଅଭିଯୁକ୍ତମାନେ ହେଲେ ପ୍ଲାଣ୍ଟସାଇଟ୍‌ର ଅମିୟ ରାଉତ ଏବଂ ସେକ୍ଟର-୧ ଆଖଣ୍ଡଳମଣି ବସ୍ତିର ଅକ୍ଷୟ ନାୟକ(୫୦)।

arrest

ରାଉରକେଲା: ରାଉରକେଲା ଏବ‌େ ଗଞ୍ଜେଇ ବେପାରୀଙ୍କ ପେଣ୍ଠସ୍ଥଳ ପାଲଟିଛି। ନିୟମିତ ବ୍ୟବଧାନରେ ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ନୀଳ ଜହର ଜବତ ହେଉଛି। ୨ ଦିନ ପୂର୍ବରୁ ହାଇଟେକ୍‌ ଛକରୁ ଜଣେ ଗଞ୍ଜେଇ ବ୍ୟବସାୟୀ ଧରାପଡ଼ିଥିବାବେଳେ ଆଜି ପୁଣି ୨ ଜଣ​ ବେପାରୀ ଧରାପଡ଼ିଛନ୍ତି। ଅଭିଯୁକ୍ତମାନେ ହେଲେ ପ୍ଲାଣ୍ଟସାଇଟ୍‌ର ଅମିୟ ରାଉତ ଏବଂ ସେକ୍ଟର-୧ ଆଖଣ୍ଡଳମଣି ବସ୍ତିର ଅକ୍ଷୟ ନାୟକ(୫୦)।

ରବିବାର ଦିନ ପ୍ରାୟ ୨ଟାରୁ ୩ଟା ମଧ୍ୟରେ ସେକ୍ଟର-୩ ପୁଲିସ ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଁ ଆଖଣ୍ଡଳମଣି ବସ୍ତିରେ ଚଢ଼ାଉ କରିଥିଲା। ବେଆଇନ ଗଞ୍ଜେଇ ଚୋରାଚାଲାଣକାରୀ ଅକ୍ଷୟ ନାୟକକୁ ପୁଲିସ ଗିରଫ କରିଥିଲା। ତାଠାରୁ ୨ କେଜି ୭୬୨ ଗ୍ରାମ୍‌ ଗଞ୍ଜେଇ ଜବତ ହୋଇଛି। ଉକ୍ତ ଗଞ୍ଜେଇ ସେ ପ୍ଲାଣ୍ଟସାଇଟ୍‌ ଅଞ୍ଚଳର ଅମିୟ ରାଉତଙ୍କଠାରୁ କିଣିଥିବା ପୁଲିସକୁ କହିଥିଲା। ଅମିୟକୁ ପୁଲିସ ଆଜି ଗିରଫ କରିବା ପରେ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି।

ସୂଚନାନୁଯାୟୀ, ରବିବାର ଦିନ ପ୍ରାୟ ୨ଟାରୁ ୩ଟା ମଧ୍ୟରେ ସେକ୍ଟର-୩ ପୁଲିସ ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଁ ଆଖଣ୍ଡଳମଣି ବସ୍ତିରେ ଚଢ଼ାଉ କରିଥିଲା। ବେଆଇନ ଗଞ୍ଜେଇ ଚୋରାଚାଲାଣକାରୀ ଅକ୍ଷୟ ନାୟକକୁ ପୁଲିସ ଗିରଫ କରିଥିଲା। ତାଠାରୁ ୨ କେଜି ୭୬୨ ଗ୍ରାମ୍‌ ଗଞ୍ଜେଇ ଜବତ ହୋଇଛି। ଉକ୍ତ ଗଞ୍ଜେଇ ସେ ପ୍ଲାଣ୍ଟସାଇଟ୍‌ ଅଞ୍ଚଳର ଅମିୟ ରାଉତଙ୍କଠାରୁ କିଣିଥିବା ପୁଲିସକୁ କହିଥିଲା। ଅମିୟକୁ ପୁଲିସ ଆଜି ଗିରଫ କରିବା ପରେ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe