ଆକସ୍ମିକ ଅଗ୍ନିକାଣ୍ଡରୁ ଜଳିଗଲା ଦୁଇ ବଖରା ଘର, ବେସାହାରା ହେଲା ପରିବାର

ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅଧୀନ ଯୁଗଳ ଉପକଣ୍ଠ ଗୋବିନ୍ଦପୁର ଗ୍ରାମରେ ରବିବାର ସକାଳ ସାତଟା ସମୟରେ ଅଗ୍ନିକାଣ୍ଡ ଘଟି ଦୁଇବଖରା ଘର ଜଳିପୋଡ଼ି ଛାରଖାର ହୋଇଯାଇଥିବା ବେଳେ ପୁରା ପରିବାର ବାସହରା ହୋଇପଡ଼ିଛନ୍ତି l

njk

ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅଧୀନ ଯୁଗଳ ଉପକଣ୍ଠ ଗୋବିନ୍ଦପୁର ଗ୍ରାମରେ ରବିବାର ସକାଳ ସାତଟା ସମୟରେ ଅଗ୍ନିକାଣ୍ଡ ଘଟି ଦୁଇବଖରା ଘର ଜଳିପୋଡ଼ି ଛାରଖାର ହୋଇଯାଇଥିବା ବେଳେ ପୁରା ପରିବାର ବାସହରା ହୋଇପଡ଼ିଛନ୍ତି l

ସୂଚନା ମୁତାବକ, ଗୋବିନ୍ଦପୁର ଗ୍ରାମର ସୁବର୍ଣ୍ଣ ଦେହୁରୀଙ୍କ ଘରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିବା ବେଳେ ଖବର ପାଇ ବେତନଟୀ ଅଗ୍ନିଶମ ଅଧିକାରୀ ସତ୍ୟବାଦୀ ପଳେଇ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l ତେବେ ଦୀର୍ଘ ସମୟର ଉଦ୍ୟମରେ ଆକସ୍ମିକ ଅଗ୍ନିକାଣ୍ଡକୁ ଆୟତ୍ତ କରିଥିଲେ ସୁଦ୍ଧା ସେତେବେଳକୁ ଦୁଇ ବଖରା ଘର ସମେତ ସମସ୍ତ ଆସବାବପତ୍ର ଜଳିପୋଡି ଛାରଖାର ହୋଇଯାଇଛି l

ଆକସ୍ମିକ ଅଗ୍ନିକାଣ୍ଡ ପାଇଁ ଘର ଭିତରୁ କୌଣସି ଆସବାବପତ୍ରକୁ ଉଦ୍ଧାର କରାଯାଇ ପାରିନଥିଲା l କେବଳ ପିନ୍ଧିଥିବା ଲୁଗା ବ୍ୟତୀତ ସମସ୍ତ ଲୁଗାପଟା, ଧାନ ଚାଉଳ, ଆଧାରକାର୍ଡ଼, ଚାଉଳକାର୍ଡ ଭଳି ଦରକାରି କାଗଜପତ୍ର ସମେତ ସବୁକିଛି ଜଳିପୋଡ଼ି ପାଉଁଶ ହୋଇଯାଇଛି l ସର୍ଟସର୍କିଟରୁ ଆକସ୍ମିକ ଅଗ୍ନିକାଣ୍ଡ ହୋଇଥିବା ନେଇ ଅଗ୍ନିଶମ ବାହିନୀ ଅନୁମାନ କରୁଥିବା ବେଳେ କ୍ଷୟକ୍ଷତିର ପରିମାଣ ପାଖାପାଖି ଏକ ଲକ୍ଷ ଟଙ୍କା ହେବାନେଇ ପ୍ରାଥମିକ ଆକଳନ କରାଯାଉଛି l ଅଗ୍ନିକାଣ୍ଡରେ ସୁବର୍ଣ୍ଣ ବାସଗୃହ, ଆସବାବପତ୍ର ସମେତ ସବୁକିଛି ହରାଇ ସର୍ବହରା ହୋଇ ଅସହାୟ ହେଇଯାଇଛନ୍ତି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe