ଦୁର୍ଗାପୂଜାରେ ଦୁଇ ଓଡ଼ିଆ ଛବି: ବଜେଟ୍‌ରେ କେହି କାହାରିକୁ କମ୍‌ ନୁହନ୍ତି

ଦୁର୍ଗାପୂଜା ଅବସରରେ ପ୍ରତିବର୍ଷ ଭଳି ଏ ବର୍ଷ ବି ଓଡ଼ିଆ ଛବି ମୁକ୍ତିଲାଭ କରିଛି ପ୍ରେକ୍ଷାଳୟରେ। କିନ୍ତୁ ଏଥର ସନେମା ସଂଖ୍ୟା ମାତ୍ର ଦୁଇରେ ସୀମିତ। ଏବେ ଦେଖିବା କଥା କେଉଁ ସିନେମାକୁ ଦର୍ଶକ ଅଧିକ ପସନ୍ଦ କରୁଛନ୍ତି।

Untitled-9

ଭୁବନେଶ୍ବର: ଦୁର୍ଗାପୂଜା ଅବସରରେ ପ୍ରତି ବର୍ଷ ଭଳି ଏ ବର୍ଷ ବି ଓଡ଼ିଆ ଛବି ମୁକ୍ତିଲାଭ କରିଛି ପ୍ରେକ୍ଷାଳୟରେ। କିନ୍ତୁ ଏଥର ସନେମା ସଂଖ୍ୟା ମାତ୍ର ଦୁଇରେ ସୀମିତ। ତାଛଡ଼ା ଏଥର ଭିନ୍ନ ସ୍ବାଦ ନଥିବା ହେତୁ ଦର୍ଶକ ମହଲରେ ଓଡ଼ିଆ ସନେମାକୁ ନେଇ ସେଭଳି ଉତ୍ସାହ ନଥିବା ପରିଲକ୍ଷିତ ହୋଇଛି।   

ଏଥର ଦୁର୍ଗାପୂଜାକୁ ଆଖି ଆଗରେ ରଖି ଚାରିଧାମକୁ ରିଲିଜ୍ କରିଛନ୍ତି ନିର୍ମାତା ହିମାଦ୍ରି ତନୟ ଦାସ। ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଅନୁଭବ, ଅନୁରାଧା, ଅଶୋକ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ସୁକାନ୍ତ ରଥ, ସୁଜିତ ପାଇକରାୟ, ଶକ୍ତି ବରାଳ, ମମତା ତ୍ରିପାଠୀ ଓ ଗୁଲୁଆ ପ୍ରମୁଖ ଅଭିନୟ କରିଛନ୍ତି।

ଉଭୟ ଚାରିଧାମ ଓ ଚ୍ୟାଲେଞ୍ଜ ଆକସନ୍ ଭିତ୍ତିକ ଛବି। ତେବେ ଉଭୟର କାହାଣୀରେ ପାରିବାରିକ ସଂପର୍କକୁ ବି ନିଖୁଣ ଭାବେ ଦର୍ଶାଯାଇଛି। ଦୁଇଟି ସିନେମାକୁ ଭଲସଂଖ୍ୟକ ହଲ୍ ବି ମିଳିଛି। ଉଭୟଙ୍କ ସାମ୍ନାରେ କୌଣସି ବଡ଼ ହିନ୍ଦୀ ସିନେମା ବି ନାହିଁ। ଦୁଇଟି ଯାକର ବଜେଟ୍ ବି ଭଲ। ତେବେ ଚ୍ୟାଲେଞ୍ଜ ନିର୍ମାଣ ହେବା ଦିନରୁ ଘୋଷିତ ହୋଇଥିଲା ଯେ ଏହା ଦଶହରାରେ ରିଲିଜ୍ ହେବ। କିନ୍ତୁ ଦୀର୍ଘଦିନ ଧରି ବନ୍ଦ ହୋଇ ପଡ଼ିଥିବା ଚାରିଧାମର ସୁଟିଂ ହଠାତ୍ ପୁଣି ଆରମ୍ଭ ହୋଇ କଂପ୍ଲିଟ୍ ହୋଇଥିଲା। ଅବଶେଷରେ ତାହା ଦୁର୍ଗାପୂଜା ଅବସରରେ ମୁକ୍ତିଲାଭ କରିଥିଲା। ଏବେ ଦେଖିବା କଥା କେଉଁ ସିନେମାକୁ ଦର୍ଶକ ଅଧିକ ପସନ୍ଦ କରୁଛନ୍ତି।

ଏଣେ  ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନରରେ ଆଦିକନ୍ଦ ସାହୁ ବି ରିଲିଜ୍ କରିଛନ୍ତି ତାଙ୍କର ଦୁର୍ଗାପୂଜା ଭେଟି ‘ଚ୍ୟାଲେଞ୍ଜ’। ନବାଗତ ଯୁବ ନିର୍ଦ୍ଦେଶକ ସାଇ କିରଣ ମଙ୍ଗରାଜଙ୍କ କାନ୍ଧରେ ନିର୍ଦ୍ଦେଶନା ଭାର ରହିଛି। ଏଥିରେ ଅର୍ଦ୍ଧେନ୍ଦୁ, ଏଲିନା, ବିଭାସ, ପୁନିତ ଇଶାର, ପୁପିନ୍ଦର, ଲିପି ମହାପାତ୍ର, ବବି ମିଶ୍ର, ହରିହର ମହାପାତ୍ର, ରତନ ମେହେର, ପୃଥ୍ବୀରାଜ ନାୟକ, ଜୀବନ ପଣ୍ଡା, ସନ୍ତୁ ନିଜେ, ଶୈଳେନ୍ଦ୍ର, ଗେଡାନା ପ୍ରମୁଖ ନଜର ଆସିଛନ୍ତିl ମାନସ ପଢ଼ିଆରି ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତିଗୌରବ ଆନନ୍ଦ ଏହାର ସଙ୍ଗୀତକାର

ଉଭୟ ଚାରିଧାମ ଓ ଚ୍ୟାଲେଞ୍ଜ ଆକସନ୍ ଭିତ୍ତିକ ଛବି। ତେବେ ଉଭୟର କାହାଣୀରେ ପାରିବାରିକ ସଂପର୍କକୁ ବି ନିଖୁଣ ଭାବେ ଦର୍ଶାଯାଇଛି। ଦୁଇଟି ସିନେମାକୁ ଭଲସଂଖ୍ୟକ ହଲ୍ ବି ମିଳିଛି। ଉଭୟଙ୍କ ସାମ୍ନାରେ କୌଣସି ବଡ଼ ହିନ୍ଦୀ ସିନେମା ବି ନାହିଁ। ଦୁଇଟି ଯାକର ବଜେଟ୍ ବି ଭଲ। ତେବେ ଚ୍ୟାଲେଞ୍ଜ ନିର୍ମାଣ ହେବା ଦିନରୁ ଘୋଷିତ ହୋଇଥିଲା ଯେ ଏହା ଦଶହରାରେ ରିଲିଜ୍ ହେବ। କିନ୍ତୁ ଦୀର୍ଘଦିନ ଧରି ବନ୍ଦ ହୋଇ ପଡ଼ିଥିବା ଚାରିଧାମର ସୁଟିଂ ହଠାତ୍ ପୁଣି ଆରମ୍ଭ ହୋଇ କଂପ୍ଲିଟ୍ ହୋଇଥିଲା। ଅବଶେଷରେ ତାହା ଦୁର୍ଗାପୂଜା ଅବସରରେ ମୁକ୍ତିଲାଭ କରିଥିଲା।  ଏବେ ଦେଖିବା କଥା କେଉଁ ସିନେମାକୁ ଦର୍ଶକ ଅଧିକ ପସନ୍ଦ କରୁଛନ୍ତି

Durga Puja

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe