ଦୁଇ ପିଏଲ୍‌ଏଫ୍‌ଆଇ ସଦସ୍ୟ ଗିରଫ: ଛୁରି, ରସିଦବହି ଓ ଲେଟରପ୍ୟାଡ୍‌ ଜବତ

Advertisment

ଜରେଇକେଲା ସୀମାନ୍ତରେ ଥିବା ଝାଡ଼ଖଣ୍ଡ ଚାଇଁବସା ଜିଲ୍ଲାର ବନ୍ଦଗାଓଁ ଥାନା ଅଞ୍ଚଳରେ ପିପୁଲ୍ସ ଲିବରେସନ ଫ୍ରଣ୍ଟ ଅଫ୍ ଇଣ୍ଡିଆ(ପିଏଲ୍‌ଏଫ୍‌ଆଇ)ର ଦୁଇ ସକ୍ରିୟ ସଦସ୍ୟଙ୍କୁ ପୁଲିସ ଗିରଫ କରିଛି। ସେମାନେ ହେଲେ ଝାଡ଼ଖଣ୍ଡ ଖୁଣ୍ଟି ଜିଲ୍ଲାର ଗୋପାଳ ବୋଡୋଣ୍ଡିଆର(୨୩) ଏବଂ ବନ୍ଦଗାଁର ଆଲଫେଟ୍ ହୋଲଙ୍ଗ ପୂର୍ତି (୨୦)।

ଜରେଇକେଲା ସୀମାନ୍ତରେ ଥିବା ଝାଡ଼ଖଣ୍ଡ ଚାଇଁବସା ଜିଲ୍ଲାର ବନ୍ଦଗାଓଁ ଥାନା ଅଞ୍ଚଳରେ ପିପୁଲ୍ସ ଲିବରେସନ ଫ୍ରଣ୍ଟ ଅଫ୍ ଇଣ୍ଡିଆ(ପିଏଲ୍‌ଏଫ୍‌ଆଇ)ର ଦୁଇ ସକ୍ରିୟ ସଦସ୍ୟଙ୍କୁ ପୁଲିସ ଗିରଫ କରିଛି। ସେମାନେ ହେଲେ ଝାଡ଼ଖଣ୍ଡ ଖୁଣ୍ଟି ଜିଲ୍ଲାର ଗୋପାଳ ବୋଡୋଣ୍ଡିଆର(୨୩) ଏବଂ ବନ୍ଦଗାଁର ଆଲଫେଟ୍ ହୋଲଙ୍ଗ ପୂର୍ତି (୨୦)।

arrest

ବିଶ୍ରା: ବିଶ୍ରା ବ୍ଲକ୍‌ ଅଧୀନସ୍ଥ ଜରେଇକେଲା ସୀମାନ୍ତରେ ଥିବା ଝାଡ଼ଖଣ୍ଡ ଚାଇଁବସା ଜିଲ୍ଲାର ବନ୍ଦଗାଓଁ ଥାନା ଅଞ୍ଚଳରେ ପିପୁଲ୍ସ ଲିବରେସନ ଫ୍ରଣ୍ଟ ଅଫ୍ ଇଣ୍ଡିଆ(ପିଏଲ୍‌ଏଫ୍‌ଆଇ)ର ଦୁଇ ସକ୍ରିୟ ସଦସ୍ୟଙ୍କୁ ପୁଲିସ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ, ଝାଡ଼ଖଣ୍ଡ ପୁଲିସ ଏପ୍ରିଲ୍ ୨ ତାରିଖରେ ସରଣ୍ଡା ଜଙ୍ଗଲରେ ମାଓ ବିରୋଧୀ ଅଭିଯାନବେଳେ ଏକ ମୋଟର ସାଇକଲକୁ ଅଟକାଇବାକୁ ଚେଷ୍ଟା କରିଥିଲା। ମାତ୍ର ମୋଟର ସାଇକଲ ଆରୋହୀମାନେ ପଳାଇବାକୁ ଚେଷ୍ଟା କରିଥିଲେ। ଏଥିରେ ପୁଲିସକୁ ସନ୍ଦେହ ହୋଇଥିଲା। ପୁଲିସ ସେମାନଙ୍କୁ ଗୋଡ଼ାଇ ଧରିଥିଲା।

ଗିରଫ ବ୍ୟକ୍ତିମାନେ ହେଲେ ଝାଡ଼ଖଣ୍ଡ ଖୁଣ୍ଟି ଜିଲ୍ଲାର ଗୋପାଳ ବୋଡୋଣ୍ଡିଆର(୨୩) ଏବଂ ବନ୍ଦଗାଁ ନିବାସୀ ଆଲଫେଟ୍ ହୋଲଙ୍ଗ ପୂର୍ତି (୨୦)। ପଚରାଉଚରା ସମୟରେ ଦୁହେଁ ପିଏଲ୍‌ଏଫ୍‌ଆଇର ସକ୍ରିୟ ସଦସ୍ୟ ବୋଲି ସ୍ୱୀକାର କରିଥିଲେ। ତଲାସୀ ସମୟରେ ପୁଲିସ ସେମାନଙ୍କଠାରୁ ପିଏଲ୍‌ଏଫ୍‌ଆଇ ରସିଦ ବହି, ସଙ୍ଗଠନର ଲେଟରପ୍ୟାଡ୍, ଦୁଇଟି ଛୁରି, ନମ୍ବର ପ୍ଲେଟ୍ ନଥିବା ଏକ ମୋଟର ସାଇକଲ ଓ ଦୁଇଟି ମୋବାଇଲ୍ ଫୋନ୍ ଜବତ କରିଛି। ପୁଲିସ ସୂଚନା ଅନୁଯାୟୀ, ଗିରଫ ଗୋପାଳ ବୋଡୋଣ୍ଡିଆରର ବହୁ ଅପରାଧିକ ଇତିହାସ ଅଛି। ତା’ ବିରୋଧରେ ଚାଇଁବସା ଓ ଖୁଣ୍ଟି ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି। ସେହିପରି ଗିରଫ ଅନ୍ୟ ସଦସ୍ୟ ଆଲଫେଟ୍ ହୋଲଙ୍ଗ୍ ପୂର୍ତିର କୌଣସି ଅପରାଧିକ ଇତିହାସ ନାହିଁ ବୋଲି ପୁଲିସ କହିଛି।

 ଗିରଫ ବ୍ୟକ୍ତିମାନେ ହେଲେ ଝାଡ଼ଖଣ୍ଡ ଖୁଣ୍ଟି ଜିଲ୍ଲାର ଗୋପାଳ ବୋଡୋଣ୍ଡିଆର(୨୩) ଏବଂ ବନ୍ଦଗାଁ ନିବାସୀ ଆଲଫେଟ୍ ହୋଲଙ୍ଗ ପୂର୍ତି (୨୦)। ପଚରାଉଚରା ସମୟରେ ଦୁହେଁ ପିଏଲ୍‌ଏଫ୍‌ଆଇର ସକ୍ରିୟ ସଦସ୍ୟ ବୋଲି ସ୍ୱୀକାର କରିଥିଲେ। ତଲାସୀ ସମୟରେ ପୁଲିସ ସେମାନଙ୍କଠାରୁ ପିଏଲ୍‌ଏଫ୍‌ଆଇ ରସିଦ ବହି, ସଙ୍ଗଠନର ଲେଟରପ୍ୟାଡ୍, ଦୁଇଟି ଛୁରି, ନମ୍ବର ପ୍ଲେଟ୍ ନଥିବା ଏକ ମୋଟର ସାଇକଲ ଓ ଦୁଇଟି ମୋବାଇଲ୍ ଫୋନ୍ ଜବତ କରିଛି।

ପୁଲିସ ସୂଚନା ଅନୁଯାୟୀ, ଗିରଫ ଗୋପାଳ ବୋଡୋଣ୍ଡିଆରର ବହୁ ଅପରାଧିକ ଇତିହାସ ଅଛି। ତା’ ବିରୋଧରେ ଚାଇଁବସା ଓ ଖୁଣ୍ଟି ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି। ସେହିପରି ଗିରଫ ଅନ୍ୟ ସଦସ୍ୟ ଆଲଫେଟ୍ ହୋଲଙ୍ଗ୍ ପୂର୍ତିର କୌଣସି ଅପରାଧିକ ଇତିହାସ ନାହିଁ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe