ଦୁଇ କୁଇଣ୍ଟାଲ ଗଞ୍ଜେଇ, ଜଣେ ଗିରଫ

ଗଜପତି ଜିଲ୍ଲା ମୋହନା ଥାନା ଶିକୁଳିପଦର ନିକଟରେ ୨ କୁଇଣ୍ଟାଲ ୧୦ କିଲୋ ଗଞ୍ଜେଇ ଜବତ କରିଛି ପୁଲିସ l ଏହି ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି l

Untitled

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ଶିକୁଳିପଦର ନିକଟରେ ୨ କୁଇଣ୍ଟାଲ ୧୦ କିଲୋ ଗଞ୍ଜେଇ ଜବତ କରିଛି ପୁଲିସ l ଏହି ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି l ଗିରଫ ଅଭିଯୁକ୍ତ ଜଣକ ହେଲେ ଶିକୁଳିପଦର ଗାଁର ବୁଡୁ ରଇତ(୪୭) ବୋଲି ଥାନା ଅଧିକାରୀ ବସନ୍ତ ସେଠୀ କହିଛନ୍ତି l 

ଏସପି ଯତୀନ୍ଦ୍ର ପଣ୍ଡାଙ୍କ ନିର୍ଦେଶକ୍ରମେ ମୋହନା ଥାନା ଅଧିକାରୀ ବସନ୍ତ  ସେଠୀ ଓ ଟିମ  ଶିକୁଳିପଦର ଗ୍ରାମ ନିକଟସ୍ଥ ରାସ୍ତାରେ ପେଟ୍ରାଲିଂ କରୁଥିଲେ l ଏହି ସମୟରେ ରାସ୍ତାକଡରେ ଗାଡ଼ିକୁ ଅପେକ୍ଷା କରିଥିବା ଜଣେ ବ୍ୟକ୍ତିକୁ ଅଟକାଇ ଯାଞ୍ଚ କରିଥିଲେ l ତାଙ୍କ ନିକଟରୁ ୭ଟି ବସ୍ତାରୁ ୨ କୁଇଣ୍ଟାଲ ୧୦ କିଲୋ ଗଞ୍ଜେଇ ଜବତ କରିଛି ପୁଲିସ l ଜବତ ଗଞ୍ଜେଇର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ l

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଏସପି ଯତୀନ୍ଦ୍ର ପଣ୍ଡାଙ୍କ ନିର୍ଦେଶକ୍ରମେ ମୋହନା ଥାନା ଅଧିକାରୀ ବସନ୍ତ  ସେଠୀ ଓ ଟିମ  ଶିକୁଳିପଦର ଗ୍ରାମ ନିକଟସ୍ଥ ରାସ୍ତାରେ ପେଟ୍ରାଲିଂ କରୁଥିଲେ l ଏହି ସମୟରେ ରାସ୍ତାକଡରେ ଗାଡ଼ିକୁ ଅପେକ୍ଷା କରିଥିବା ଜଣେ ବ୍ୟକ୍ତିକୁ ଅଟକାଇ ଯାଞ୍ଚ କରିଥିଲେ l ତାଙ୍କ ନିକଟରୁ ୭ଟି ବସ୍ତାରୁ ୨ କୁଇଣ୍ଟାଲ ୧୦ କିଲୋ ଗଞ୍ଜେଇ ଜବତ କରିଛି ପୁଲିସ l ଜବତ ଗଞ୍ଜେଇର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ l ମୋହନା ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ କହିଛନ୍ତି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe