ଜଗତସିଂହପୁରରେ କାର ଚାଳକଙ୍କ ଆତଙ୍କରାଜ: ସିରିଜ ଦୁର୍ଘଟଣାରେ ପେଟ୍ରୋଲ ପମ୍ପ ଅଫିସ କ୍ଷତିଗ୍ରସ୍ତ, ୨ ଗୁରୁତର

ଜଗତସିଂହପୁର ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳ ଗାନ୍ଧି ଛକ ଓ ଗୋପାଳସାଗରରେ କାର ଚାଳକଙ୍କ ଆତଙ୍କରାଜ। ସିରିଜ୍ ଦୁର୍ଘଟଣା ଘଟାଇବା ପରେ ୩ ଜଣ ଆହତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

17212d9c-f0f4-4f47-b207-3a0878155198

ଜଗତସିଂହପୁର: ଜଗତସିଂହପୁର ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳ ଗାନ୍ଧି ଛକ ଓ ଗୋପାଳସାଗରରେ କାର ଚାଳକଙ୍କ ଆତଙ୍କରାଜ। ସିରିଜ୍ ଦୁର୍ଘଟଣା ଘଟାଇବା ପରେ ଖଣ୍ଡା ଧରି ରାଜରାସ୍ତାରେ ଆତଙ୍କ ଖେଳାଇଛନ୍ତି। ଉତ୍ତ୍ଯକ୍ତ ଲୋକଙ୍କୁ ଖଣ୍ଡା ଧରି ଗୋଡ଼ାଇବା ଘଟଣା ଆଲୋଡନ ସୃଷ୍ଟି କରିଛି। ଲୋକ ଚାଳକ ଓ ସହଯୋଗୀଙ୍କୁ କାବୁ କରି ପୁଲିସ ଜିମା ଦେଇଛନ୍ତି। ଦୁର୍ଘଟଣାରେ ୩ ଜଣ ଆହତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁଇ ଗୁରୁତର ଆହତଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ପୁଲିସ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିବା ସହ ଚାଳକଙ୍କ ସମେତ ଦୁଇ ଜଣଙ୍କୁ ଅଟକ ରଖିଛି।

ଜଗତସିଂହପୁର ସହରର ଗାନ୍ଧିଛକ ନିକଟରେ ଥିବା ପୁରୁଣା ପେଟ୍ରୋଲ ପମ୍ପରେ ଆଲକାଜାର ଗାଡ଼ି ତେଲ ପକାଇଥିଲା। ସେଠାରେ ପ୍ରଥମେ ପେଟ୍ରୋଲ ପମ୍ପର ଅଫିସରେ ଧକ୍କା ଦେଇଥିଲା। ଅଫିସ ରୁମ୍ କ୍ଷତିଗ୍ରସ୍ତ ହୋଇଥିଲା। ପରେ ଗୋପାଳସାଗର ଛକ ନିକଟରେ ଦୁଇ ଜଣ ବାଇକ ଚାଳକଙ୍କୁ ଧକ୍କା ଦେଇଥିଲା କାର। ଲୋକ ରୁଣ୍ଡ ହୋଇଯିବା ପରେ ଖଣ୍ଡା ଧରି ଆତଙ୍କ ଖେଳାଇଲେ ଚାଳକ। ଲୋକ କାର ଚାଳକ ଓ ସହଯୋଗୀଙ୍କୁ କାବୁ କରି ପୁଲିସ ଜିମା ଦେଇଥିଲେ।ଗାଡ଼ିରୁ ଖଣ୍ଡା ଜବତ କରିଛି ଜଗତସିଂହପୁର ପୁଲିସ। ଚାଳକ ଓ ସହଯୋଗୀ ମଦ୍ୟପାନ କରିଥିବା ପୁଲିସ ଜାଣିବାକୁ ପାଇଛି।

ମିଳିଥିବା ସୂଚନା ଅନୁସାରେ, ଜଗତସିଂହପୁର ସହରର ଗାନ୍ଧିଛକ ନିକଟରେ ଥିବା ପୁରୁଣା ପେଟ୍ରୋଲ ପମ୍ପରେ ଆଲକାଜାର ଗାଡ଼ି ତେଲ ପକାଇଥିଲା। ସେଠାରେ ପ୍ରଥମେ ପେଟ୍ରୋଲ ପମ୍ପର ଅଫିସରେ ଧକ୍କା ଦେଇଥିଲା। ଅଫିସ ରୁମ୍ କ୍ଷତିଗ୍ରସ୍ତ ହୋଇଥିଲା। ପରେ ଗୋପାଳସାଗର ଛକ ନିକଟରେ ଦୁଇ ଜଣ ବାଇକ ଚାଳକଙ୍କୁ ଧକ୍କା ଦେଇଥିଲା କାର। ଲୋକ ରୁଣ୍ଡ ହୋଇଯିବା ପରେ ଖଣ୍ଡା ଧରି ଆତଙ୍କ ଖେଳାଇଲେ ଚାଳକ। ଲୋକ କାର ଚାଳକ ଓ ସହଯୋଗୀଙ୍କୁ କାବୁ କରି ପୁଲିସ ଜିମା ଦେଇଥିଲେ।ଗାଡ଼ିରୁ ଖଣ୍ଡା ଜବତ କରିଛି ଜଗତସିଂହପୁର ପୁଲିସ। ଚାଳକ ଓ ସହଯୋଗୀ ମଦ୍ୟପାନ କରିଥିବା ପୁଲିସ ଜାଣିବାକୁ ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe