Arrest Rourkela: ରାଜ୍ୟ ଆର୍‌ଜିଏଚ୍‌ରୁ ୨ ଚୋର ଗିରଫ, ମୋବାଇଲ୍‌ ଓ ସ୍କୁଟିି ଜବତ

ରାଉରକେଲା ସରକାରୀ ହସ୍ପିଟାଲରୁ ମୋବାଇଲ୍‌ ଚୋରି କରୁଥିବାବେଳେ ଉଦିତନଗର କୁମ୍ଭାରପଡ଼ା ଅଞ୍ଚଳର ୨ ଜଣ ଦୁର୍ବୃତ୍ତଙ୍କୁ କାବୁ କରିଛି ପୁଲିସ। ଉଭୟଙ୍କୁ ଗିରଫକରି କୋର୍ଟଚାଲାଣ କରାଯାଇଛି।

RGH

RGH Photograph: (Sambad.in)

ରାଉରକେଲା: ରାଉରକେଲା ସରକାରୀ ହସ୍ପିଟାଲରୁ ମୋବାଇଲ୍‌ ଚୋରି କରୁଥିବାବେଳେ ୨ ଜଣ ଦୁର୍ବୃତ୍ତଙ୍କୁ କାବୁ କରିଛି ପୁଲିସ। ଅଭିଯୁକ୍ତମାନେ ହେଲେ ଉଦିତନଗର କୁମ୍ଭାରପଡ଼ା ଅଞ୍ଚଳର ସୁମନ ଖାନ(୩୨) ଓ ମହତାବ ରୋଡ୍‌ ଅଞ୍ଚଳର ମହମ୍ମଦ ହାବିବ୍‌(୩୧)। ସେମାନଙ୍କଠାରୁ ଗୋଟିଏ ମୋବାଇଲ୍‌ ଫୋନ୍‌ ଓ ଗୋଟିଏ ସ୍କୁଟି(ଓଡି-୧୬ଏଲ୍‌-୭୨୭୮) ଜବତ କରାଯାଇଛି। ଉଭୟଙ୍କୁ ଗିରଫକରି କୋର୍ଟଚାଲାଣ କରାଯାଇଛି।

ଆହୁରି ପଢ଼ନ୍ତୁ:  ତିନି ମାସ ମଧ୍ୟରେ ସରିବ କୁଳପତି ଚୟନ: ଓଡ଼ିଶା ଲୋକ କଠୋର ପରିଶ୍ରମ କରନ୍ତୁ

ଗୁରୁବାର ରାତି ପ୍ରାୟ ୮ଟାବେଳେ ୨ ଜଣ ଯୁବକ ସନ୍ଦିଗ୍ଧ ଅବସ୍ଥାରେ ଆର୍‌ଜିଏଚ୍‌ରେ ବୁଲାବୁଲି କରୁଥିଲେ। ଏହାଦେଖି ହସ୍ପିଟାଲର ସୁରକ୍ଷାକର୍ମୀ ତୁରନ୍ତ ରଘୁନାଥପାଲି ଥାନାକୁ ସୂଚନା ଦେଇଥିଲେ। ପୁଲିସ ତୁରନ୍ତ ହସ୍ପିଟାଲରେ ପହଞ୍ଚି ଉଭୟଙ୍କୁ କାବୁ କରିଥିଲା। ଖାନତଲାସି କରିବାରୁ ଗୋଟିଏ ମୋବାଇଲ୍‌ ହସ୍ପିଟାଲରୁ ଚୋରି କରିଥିବା ଜଣାପଡ଼ିଥିଲା। ଏହାଛଡ଼ା ହସ୍ପିଟାଲକୁ ଆସିବାକୁ ଏକ ଚୋରି ସ୍କୁଟି ବ୍ୟବହାର କରିଥିଲେ। ଏହି ସ୍କୁଟି ସେମାନେ ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳରୁ ଚୋରି କରିଥିବା ପୁଲିସକୁ କହିଥିଲେ। ସେମାନଙ୍କଠାରୁ ମୋବାଇଲ୍‌ ଓ ଗାଡ଼ି ଜବତକରି ଆଜି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅଭିଯୁକ୍ତ ସୁମନ ଖାନ ନାଁରେ ସହରର ଏକାଧିକ ଥାନାରେ ୮ଟି ମାମଲା ଥିବାବେଳେ ହାବିିବ୍‌ ନାଁରେ ରାଜଗାଙ୍ଗପୁର ଥାନାରେ ଗୋଟିଏ ମାମଲା ରହିଛି।

ସୂଚନାନୁଯାୟୀ, ଗୁରୁବାର ରାତି ପ୍ରାୟ ୮ଟାବେଳେ ୨ ଜଣ ଯୁବକ ସନ୍ଦିଗ୍ଧ ଅବସ୍ଥାରେ ଆର୍‌ଜିଏଚ୍‌ରେ ବୁଲାବୁଲି କରୁଥିଲେ। ଏହାଦେଖି ହସ୍ପିଟାଲର ସୁରକ୍ଷାକର୍ମୀ ତୁରନ୍ତ ରଘୁନାଥପାଲି ଥାନାକୁ ସୂଚନା ଦେଇଥିଲେ। ପୁଲିସ ତୁରନ୍ତ ହସ୍ପିଟାଲରେ ପହଞ୍ଚି ଉଭୟଙ୍କୁ କାବୁ କରିଥିଲା। ଖାନତଲାସି କରିବାରୁ ଗୋଟିଏ ମୋବାଇଲ୍‌ ହସ୍ପିଟାଲରୁ ଚୋରି କରିଥିବା ଜଣାପଡ଼ିଥିଲା। ଏହାଛଡ଼ା ହସ୍ପିଟାଲକୁ ଆସିବାକୁ ଏକ ଚୋରି ସ୍କୁଟି ବ୍ୟବହାର କରିଥିଲେ। ଏହି ସ୍କୁଟି ସେମାନେ ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳରୁ ଚୋରି କରିଥିବା ପୁଲିସକୁ କହିଥିଲେ। ସେମାନଙ୍କଠାରୁ ମୋବାଇଲ୍‌ ଓ ଗାଡ଼ି ଜବତକରି ଆଜି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅଭିଯୁକ୍ତ ସୁମନ ଖାନ ନାଁରେ ସହରର ଏକାଧିକ ଥାନାରେ ୮ଟି ମାମଲା ଥିବାବେଳେ ହାବିିବ୍‌ ନାଁରେ ରାଜଗାଙ୍ଗପୁର ଥାନାରେ ଗୋଟିଏ ମାମଲା ରହିଛି।

ଆହୁରି ପଢ଼ନ୍ତୁ:Gangrape At Capital: ରାଜଧାନୀରେ ଚାଞ୍ଚଲ୍ୟ! ନାବାଳିକାଙ୍କୁ ଗଣଦୁଷ୍କର୍ମ, ଅଭିଯୁକ୍ତମାନଙ୍କର ଟେର ପାଇନି ପୁଲିସ୍

Crime Arrested

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe