2 Women injured in Jagar: ଜାଗରରେ ଅଘଟଣ : ଦୀପ ଲଗାଉଥିବାବେଳେ ପୋଡି ହୋଇ ଦୁଇ ମହିଳା ଗୁରୁତର

Advertisment

ଠାକୁର ଦର୍ଶନ ସମୟରେ ଅସାବଧାନତାରୁ ଦୀପ ନିଆଁ ତାଙ୍କ ଶାଢ଼ୀରେ ଲାଗିଯାଇଥିଲା। ଅନ୍ୟପଟେ ବାଲେଶ୍ୱର ସୋରରେ ମଧ୍ୟ ଜାଗରରେ ଶିବ ମନ୍ଦିର ପରିସରରେ ଦୀପ ଲଗାଉଥିବା ବେଳେ ନିଆଁରେ ପୋଡି ହୋଇ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି।

ଠାକୁର ଦର୍ଶନ ସମୟରେ ଅସାବଧାନତାରୁ ଦୀପ ନିଆଁ ତାଙ୍କ ଶାଢ଼ୀରେ ଲାଗିଯାଇଥିଲା। ଅନ୍ୟପଟେ ବାଲେଶ୍ୱର ସୋରରେ ମଧ୍ୟ ଜାଗରରେ ଶିବ ମନ୍ଦିର ପରିସରରେ ଦୀପ ଲଗାଉଥିବା ବେଳେ ନିଆଁରେ ପୋଡି ହୋଇ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି।

fire

ହାଟଡିହି/ସୋର: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଆନନ୍ଦପୁର ଥାନା ଅନ୍ତର୍ଗତ ବଞ୍ଚୋରେ ଥିବା ବଟେଶ୍ୱୋର ମହାଦେବ ମନ୍ଦିରରେ ଦୀପ ନିଆଁ ଲାଗି ଜଣେ ମହିଳା ଆହତ ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଠାକୁର ଦର୍ଶନ ସମୟରେ ଅସାବଧାନତାରୁ ଦୀପ ନିଆଁ ତାଙ୍କ ଶାଢ଼ୀରେ ଲାଗିଯାଇଥିଲା। ଅନ୍ୟପଟେ ବାଲେଶ୍ୱର ସୋରରେ ମଧ୍ୟ ଜାଗରରେ ଶିବ ମନ୍ଦିର ପରିସରରେ ଦୀପ ଲଗାଉଥିବା ବେଳେ ନିଆଁରେ ପୋଡି ହୋଇ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ ଗଣ୍ଡିବେଡ଼ ଗ୍ରାମର ରଂଜୁସ୍ମିତା ବେହେରା (୨୮) ଆଜି ସକାଳେ ଜାଗର ପାଇଁ ଗଣ୍ଡିବେଡ଼ ବଜାରରେ ଥିବା ଲଙ୍କେଶ୍ୱର ମନ୍ଦିରକୁ ପୂଜା ପାଇଁ ଯାଇଥିଲେ। ସେଠାରେ ଦୀପ ଲଗାଉଥିବା ବେଳେ ତାଙ୍କ ଶାଢ଼ୀରେ ନିଆଁ ଲାଗିଯାଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe