କନେଷ୍ଟବଳଙ୍କୁ ମଦ୍ୟପଙ୍କ ଆକ୍ରମଣ ଅଭିଯୋଗ, ଦୁଇ ଯୁବକ ଅଟକ

କାର୍ଯ୍ୟରତ ପୁଲିସ କନେଷ୍ଟବଳଙ୍କୁ ମଦ୍ୟପମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା ବ୍ୟାସନଗର ଚୋରଦା ବାଇପାସ ଛକ ନିକଟରେ ଏହି ଆକ୍ରମଣ ଘଟିଛି। ଘଟଣାରେ ସଂପୃକ୍ତ ୨ ଯୁବକଙ୍କୁ ଯାଜପୁର ରୋଡ ଥାନାରେ ଅଟକ ରଖାଯାଇଛି। 

zx

ଯାଜପୁର: କାର୍ଯ୍ୟରତ ପୁଲିସ କନେଷ୍ଟବଳଙ୍କୁ ମଦ୍ୟପମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା ବ୍ୟାସନଗର ଚୋରଦା ବାଇପାସ ଛକ ନିକଟରେ ଏହି ଆକ୍ରମଣ ଘଟିଛି। ଆକ୍ରମଣକାରୀଙ୍କ ମାଡ଼ରେ ପୁଲିସ କର୍ମଚାରୀ ଜଣକ ଆହତ ହୋଇଛନ୍ତି। ଘଟଣାରେ ସଂପୃକ୍ତ ୨ ଯୁବକଙ୍କୁ ଯାଜପୁର ରୋଡ ଥାନାରେ ଅଟକ ରଖାଯାଇଛି। 

ଶନିବାର ଅପରାହ୍ନରେ ଚୋରଦା ବାଇପାସ ଛକ ନିକଟ ଯାଜପୁର ରୋଡ ଥାନାର କନେଷ୍ଟବଳ ସୁବାସ ଚନ୍ଦ୍ର ବେହେରା ଡ୍ୟୁଟି କରୁଥିଲେ। ଏହି ସମୟରେ କିଛି ଯୁବକଙ୍କ ସହ କୌଣସି କଥାକୁ ନେଇ ବଚସା ହୋଇଥିଲା। ପରେ ସେଠାରେ ଥିବା ୫ ଜଣ ଯୁବକ ଉତ୍ତ୍ୟକ୍ତ ହୋଇ କାର୍ଯ୍ୟରତ କନେଷ୍ଟବଳଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି।

ଚୋରଦା ବାଇପାସ ଛକ ନିକଟ ଯାଜପୁର ରୋଡ ଥାନାର କନେଷ୍ଟବଳ ସୁବାସ ଚନ୍ଦ୍ର ବେହେରା ଡ୍ୟୁଟି କରୁଥିଲେ। ଏହି ସମୟରେ କିଛି ଯୁବକଙ୍କ ସହ କୌଣସି କଥାକୁ ନେଇ ବଚସା ହୋଇଥିଲା। ପରେ ସେଠାରେ ଥିବା ୫ ଜଣ ଯୁବକ ଉତ୍ତ୍ୟକ୍ତ ହୋଇ କାର୍ଯ୍ୟରତ କନେଷ୍ଟବଳଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଯାଜପୁର ରୋଡ ଥାନା ଅଧିକାରୀଙ୍କ ସମେତ ଆଉ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ୨ ଯୁବକଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ଆହତ କନେଷ୍ଟବଳଙ୍କୁ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳର ସିସିଟିଭି ଫୁଟେଜ ଓ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରି ଘଟଣାର ତଦନ୍ତ ଆରମ୍ଭ କରିଛି ଯାଜପୁର ରୋଡ ପୁଲିସ।

ଯାଜପୁର ରୋଡ ଥାନା ଅଧିକାରୀଙ୍କ ସମେତ ଆଉ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ୨ ଯୁବକଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ଆହତ କନେଷ୍ଟବଳଙ୍କୁ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳର ସିସିଟିଭି ଫୁଟେଜ ଓ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରି ଘଟଣାର ତଦନ୍ତ ଆରମ୍ଭ କରିଛି ଯାଜପୁର ରୋଡ ପୁଲିସ।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe