ବୃଦ୍ଧାଙ୍କ ବେକରୁ ତିନି ଭରିର ସୁନା ଚେନ କାଟିନେଲେ ଦୁର୍ବୃତ୍ତ

ବାଇକରେ ଆସି ବେକରୁ ତିନି ଭରି ଓଜନର ସୁନା ଚେନ କାଟି ନେଲେ ଦୁର୍ବୃତ୍ତ। ଏନେଇ ନୀଳଗିରି ଥାନାରେ ଅଭିଯୋଗ ହୋଇଛି। ପୁଲିସ ପକ୍ଷରୁ ସିସିଟିଭି ଆଧାରରେ ତଦନ୍ତ ଜାରି ରହିଛି।

bh

ନୀଳଗିରି: ବାଇକରେ ଆସି ବେକରୁ ତିନି ଭରି ଓଜନର ସୁନା ଚେନ କାଟି ନେଲେ ଦୁର୍ବୃତ୍ତ। ଏନେଇ ନୀଳଗିରି ଥାନାରେ ଅଭିଯୋଗ ହୋଇଛି। ପୁଲିସ ପକ୍ଷରୁ ସିସିଟିଭି ଆଧାରରେ ତଦନ୍ତ ଜାରି ରହିଛି।

ନୀଳଗିରି ଏନଏସି ହାଟଛକ ନିକଟରେ ୭୦ ବର୍ଷୀୟା ଉମାମଣି ଦାସ ଦାଣ୍ଡ ଓଳାଉଥିବା ସମୟରେ ଦୁଇ ଜଣ ଯୁବକ ବାଇକରେ ଆସି ତାଙ୍କୁ ବେକରୁ ସୁନା ଚେନ ଛିନତାଇ କରି ଶେରଗଡ଼ ଅଭିମୁଖେ ପଳାଇଥିଲେ। ଉମାମଣି ନୀଳଗିରି ଥାନାକୁ ଅବଗତ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ କିଛି ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ ନୀଳଗିରି ଏନଏସି ହାଟଛକ ନିକଟରେ ୭୦ ବର୍ଷୀୟା ଉମାମଣି ଦାସ ଦାଣ୍ଡ ଓଳାଉଥିବା ସମୟରେ ଦୁଇ ଜଣ ଯୁବକ ବାଇକରେ ଆସି ତାଙ୍କୁ ବେକରୁ ସୁନା ଚେନ ଛିନତାଇ କରି ଶେରଗଡ଼ ଅଭିମୁଖେ ପଳାଇଥିଲେ। ଉମାମଣି ନୀଳଗିରି ଥାନାକୁ ଅବଗତ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ କିଛି ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି। ତେବେ ରିପୋର୍ଟ ପ୍ରସ୍ତୁତ ହେବା ଯାଏ ଅଭିଯୁକ୍ତମାନଙ୍କୁ ଧରିନାହିଁ ପୁଲିସ।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe