ଆନ୍ତଃଜିଲ୍ଲା ଜୁଆ ଆଡ୍ଡାରେ ପୁଲିସର ଚଢ଼ାଉ :  ୨୦ ଅଟକ, ବିପୁଳ ପରିମାଣର ଟଙ୍କା ଜବତ

Advertisment

ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ରୋହିବାଙ୍କ ନିକଟସ୍ଥ ନାଉଖାଲ କାଜୁ ବଗିଚାରେ ଚାଲିଥିବା ଜୁଆ ଆଡ୍ଡାରେ ଗତକାଲି ସନ୍ଧ୍ୟାରେ ନୟାଗଡ଼ ପୁଲିସର ଏକ ସ୍ବତନ୍ତ୍ର ଟିମ ଚଢ଼ାଉ କରି ୨୦ ଜଣଙ୍କୁ ଅଟକ ରଖିଛି।

ନିଶାସକ୍ତ ଯୁବକର ଆକ୍ରମଣରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଓଡ଼ଗାଁ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ରୋହିବାଙ୍କ ନିକଟସ୍ଥ ନାଉଖାଲ କାଜୁ ବଗିଚାରେ ଚାଲିଥିବା ଜୁଆ ଆଡ୍ଡାରେ ଗତକାଲି ସନ୍ଧ୍ୟାରେ ନୟାଗଡ଼ ପୁଲିସର ଏକ ସ୍ବତନ୍ତ୍ର ଟିମ ଚଢ଼ାଉ କରି ୨୦ ଜଣଙ୍କୁ ଅଟକ ରଖିଛି । ଓଡ଼ଗାଁ ଆଦର୍ଶ ଥାନାରେ ୨୦ ଜଣଙ୍କୁ ଅଟକ ରଖିବା ସହିତ ବିପୁଳ ପରିମାଣର ଟଙ୍କା ଜବତ ହୋଇଛି। 

ପୁଲିସର ଚଢ଼ାଉ ସମୟରେ ଘଟଣାସ୍ଥଳରୁ ଲକ୍ଷାଧିକ ଟଙ୍କା,ଭୋଜିଭାତ ପାଇଁ ବ୍ୟବହୃତ ବାସନ ସାମଗ୍ରୀ ଓ ପ୍ରାୟ ୧୫ରୁ ଊର୍ଦ୍ଧ୍ବ ବାଇକ ଜବତ କରିଥିବା ଜଣାପଡ଼ିଛି। ଉକ୍ତ ଜୁଆ ଆଡ୍ଡା ଦୀର୍ଘ ଦିନ ଧରି ଚାଲିଥିବାବେଳେ ଗଞ୍ଜାମ ସମେତ ଫୁଲବାଣୀ,ବୋୖଦ୍ଧ ଅଞ୍ଚଳରୁ ଜୁଆଡିମାନେ ଆସି ଆସର ଜମାଇବା ସହ ଜୁଆ ଖେଳରେ ମସଗୁଲ ରୁହନ୍ତି। ଯାହା ଫଳରେ ରୋହିବାଙ୍କ ଅଞ୍ଚଳରେ ଅଶାନ୍ତିକର ପରିସ୍ଥିତି ଓ ବିଶୃଙ୍ଖଳା ମଧ୍ୟ ସୃଷ୍ଟି ହେଉଛି। ଏହି ଚଢ଼ାଉରେ ଓଡ଼ଗାଁ ଅଞ୍ଚଳର ବିଶିଷ୍ଟ ଶିଳ୍ପପତିଙ୍କ ସମେତ ଠିକାଦାର ଓ ବିଶିଷ୍ଟ ବ୍ୟକ୍ତି ଅଟକଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe