କୋର୍ଟରେ ଚାକିରିଦେବା ନାଁରେ ୨୦ ଲକ୍ଷ ଠକେଇ, ଅଭିଯୁକ୍ତ ଯୁବତୀ ଅଟକ

Advertisment

କୋର୍ଟରେ ଚାକିରିଦେବା ନାଁରେ ୨୦ ଲକ୍ଷ ଠକେଇ ଅଭିଯୋଗରେ ଅଭିଯୁକ୍ତ ଯୁବତୀ ଅଟକ। ଯୁବତୀ ଜଣକ ସୁନ୍ଦରଗଡ଼ରେ ଚାକିରି ଦେବା ନାଁରେ ଏକାକୀ ଠକୁଥିଲା, ନା ତା’ ଗ୍ୟାଙ୍ଗରେ ଅନ୍ୟ କେହି ସାମିଲ ଅଛନ୍ତି, ୨୦  ଲକ୍ଷ ୪୨ ହଜାର ଟଙ୍କା ଠକିଛି ନା ଅଧିକ,ସେ ସଂପର୍କରେ ପୁଲିସ ଖୋଳତାଡ଼ କରୁଛି।

aZ

ରାଉରକେଲା: କୋର୍ଟରେ କିରାଣି ଚାକିରି ପାଇଁ ଦେଢ଼ ଲକ୍ଷ। କୋର୍ଟ ସବ୍‌ଇନ୍ସପେକ୍ଟର (ସିଏସ୍‌ଆଇ) ପଦ ପାଇଁ ୨ ଲକ୍ଷ ୨୩ ହଜାର, କନିଷ୍ଠ କିରାଣିକୁ ଲକ୍ଷେ ଓ ପିଅନ ପଦ ପାଇଁ ୫୦ ହଜାର ଟଙ୍କା। କଟକ ହାଇକୋର୍ଟରେ ଦିଆଯିବ ଟ୍ରେନିଂ। ରାଉରକେଲା ଓ ସୁନ୍ଦରଗଡ଼ କୋର୍ଟରେ ମିଳିବ ଚାକିରି। ସୁନ୍ଦରଗଡ଼ ଜିଲ୍ଲାର ବଡଗାଁ, ଝିରପାଣି ଓ ସୁନ୍ଦରଗଡର ୧୫ରୁ ଅଧିକ ନିରୀହ ଯୁବତୀଯୁବତୀଙ୍କୁ ଏମିତି ଚାକିରି ଲୋଭ ଦେଖାଇ ଜଣେ ଯୁବତୀ ଠକି ନେଇଛି ୨୦ ଲକ୍ଷ ୪୨ ହଜାର ୭୦୦ ଟଙ୍କା। ଟ୍ରେନିଂ ଓ ନିଯୁକ୍ତି ପତ୍ର ଦେବା ପୂର୍ବରୁ ଯୁବକଯୁବତୀଙ୍କଠୁ ଅଗ୍ରୀମ ୫୦ ହଜାର ଟଙ୍କାରୁ ଆରମ୍ଭ କରି ୨ ଲକ୍ଷ ୩୩ ହଜାର ଟଙ୍କା ପର୍ଯ୍ୟନ୍ତ ନେଇଛି। ଆଶାୟୀଙ୍କ ପରିବାର ଧାନ ଓ ଛେଳି ବିକି, ସୁନାବନ୍ଧକ ରଖି ବା ଅନ୍ୟଠୁ ସୁଧରେ ଟଙ୍କା ଧାର ଆଣି ଠକ ଯୁବତୀଙ୍କୁ ଦାବି ମୁତାବକ ଅଗ୍ରୀମ ଟଙ୍କା ଦେଇଥିଲେ। ସୁନ୍ଦରଗଡ଼ରେ ଏମିତି ଚାକିରି ନେଟ୍‌ୱାର୍କ ଚଳାଇଥିବା ରାଉରକେଲା ଲାଲ୍‌ବିଲ୍‌ଡିଂ ଅଞ୍ଚଳର ଠକ ଯୁବତୀକୁ ଉଦିତନଗର ପୁଲିସ ଅଟକ ରଖି ପଚରାଉଚରା କରୁଛି।

ଯୁବତୀ ଜଣକ ସୁନ୍ଦରଗଡ଼ରେ ଚାକିରି ଦେବା ନାଁରେ ଏକାକୀ ଠକୁଥିଲା, ନା ତା’ ଗ୍ୟାଙ୍ଗରେ ଅନ୍ୟ କେହି ସାମିଲ ଅଛନ୍ତି, ୨୦  ଲକ୍ଷ ୪୨ ହଜାର ଟଙ୍କା ଠକିଛି ନା ଅଧିକ,ସେ ସଂପର୍କରେ ପୁଲିସ ଖୋଳତାଡ଼ କରୁଛି। ଠକାମିର ଶିକାର ଯୁବକଯୁବତୀଙ୍କ କହିବାନୁଯାୟୀ ଅଭିଯୁକ୍ତ ଠକ ଯୁବତୀ ରାଉରକେଲା କୋର୍ଟରେ ନିଜକୁ ଜଣେ ବଡ଼ ଅଧିକାରୀ ବୋଲି ପରିଚୟ ଦେଉଥିଲା। ତା’ ବିନା ଅନୁମତିରେ କୋର୍ଟରେ କୌଣସି କାମ ହୁଏ ନାହିଁ। ବଦଳି, ପଦୋନ୍ନତି ହେବ ସବୁକିଛି ତା’ ଦ୍ବାରା ହୁଏ ବୋଲି କହୁଥିଲା। ୪ ମାସ ତଳେ ପ୍ରଥମେ ବଡଗାଁର ଏକ ଘରୋଇ କମ୍ପାନିରେ କାମ କରୁଥିବା ଜଣେ ଯୁବକଙ୍କୁ କୋର୍ଟରେ କିରାଣି ଚାକିରି କରାଇ ଦେବାକୁ କହି ଦେଢ଼ଲକ୍ଷ ଟଙ୍କା ମାଗିଥିଲା। ବିଶ୍ବାସ ଜନ୍ମାଇବାକୁ ଯୁବକଙ୍କୁ କୋର୍ଟର ନିଯୁକ୍ତିପତ୍ର ଓ ପରିଚୟପତ୍ରର କିଛି କପି ପଠାଇଥିଲା। ନିଯୁକ୍ତିପତ୍ର ଦେଖିବା ପରେ ଯୁବକ ଜଣକ ସରକାରୀ ଚାକିରି ପାଇବା ଆଶାରେ ଘରୋଇ କମ୍ପାନି ଛାଡ଼ି ଦେଇଥିଲେ। ଧାରକରଜ କରି ଅଭିଯୁକ୍ତ ଯୁବତୀଙ୍କୁ ଦେଢ଼ ଲକ୍ଷ ଟଙ୍କା ଦେଇଥିଲେ। ପରେ ଠକ ଯୁବତୀ ବଡଗାଁ ଯୁବକଙ୍କ ଜରିଆରେ ଝିରପାଣି, ସୁନ୍ଦରଗଡ଼ ଓ ବଡଗାଁରେ ନିଜର ନେଟୱାର୍କ ବଢ଼ାଇଥିଲା। ଜଣେ ପରେ ଜଣେ ଯୁବକଯୁବତୀ ଚାକିର ଆଶାରେ ତା’ ଠକାମି ଜାଲରେ ଛନ୍ଦି ହୋଇଥିଲେ।

ଫୋନ୍‌ପେ’ ଓ ନଗଦ ଆକାରରେ ଚାକିରି ପାଇଁ ପଦ ଅନୁଯାୟୀ ୫୦ ହଜାରରୁ ଆରମ୍ଭ କରି ୨ ଲକ୍ଷ ୩୩ ହଜାର ଟଙ୍କା ପର୍ଯ୍ୟନ୍ତ ନେଇଥିଲା। ତାଲିମ ଦେବା ନାଁରେ କିଛି ଯୁବକଯୁବତୀଙ୍କୁ କଟକ ହାଇକୋର୍ଟର ବିଭିନ୍ନ କାର୍ଯ୍ୟାଳୟ ବୁଲାଇଥିଲା। କଟକରୁ ଫେରିବା ପରେ କିଛି ଯୁବକଯୁବତୀଙ୍କୁ ନଯୁକ୍ତି ଓ ପରିଚୟପତ୍ର ଦେଇଥିଲା। ମାସେ ଦୁଇମାସ ମଧ୍ୟରେ ରାଉରକେଲା ଓ ସୁନ୍ଦରଗଡ଼ କୋର୍ଟରେ ଯାଇ କାମ କରିବାକୁ କହିଥିଲା। ଯେଉଁମାନେ ନିଯୁକ୍ତି ଓ ପରଚୟ ପତ୍ର ପାଇଥିଲେ ସେମାନେ ସୁନ୍ଦରଗଡ଼ ଓ  ରାଉରକେଲା କୋର୍ଟରେ ପହଞ୍ଚିଥିଲେ। କୋର୍ଟର ବିଭାଗୀୟ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ଦେଖାଇଲେ। ହେଲେ ଅଧିକାରୀମାନେ ତାହା ନକଲି ନିଯୁକ୍ତିପତ୍ର କହିବାରୁ ସେମାନେ ଠକାମିରେ ଶିକାର ହୋଇଥିବା ଜାଣି ପାରିଥିଲେ। ଅଭିଯୁକ୍ତ ଯୁବତୀଙ୍କୁ ଯୋଗାଯୋଗ କରିଥିଲେ ହେଁ, ସେ କଲ୍‌ ଉଠାଇ ନଥିଲା। ଶେଷରେ ଠକାମିର ଶିକାର ଯୁବକଯୁବତୀ ଉଦିତନଗର ଥାନାର ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe