ସରଣ୍ଡା ଜଙ୍ଗଲରୁ ୨୧ ଲ୍ୟାଣ୍ଡମାଇନ ଓ ୫୫ ଜିଲୋଟିନ୍‌ ଜବତ

Advertisment

ବିଶ୍ରା ବ୍ଲକ୍‌ ଅଧୀନସ୍ଥ ଜରାଇକେଲା ସୀମାରୁ ପ୍ରାୟ ୮୦ କିଲୋମିଟର ଦୂର ପୋଡ଼ାହାଟ ସରଣ୍ଡା ଜଙ୍ଗଲରେ ପୁଲିସ ମଙ୍ଗଳବାର ନକ୍ସଲମାନଙ୍କ ଦ୍ଵାରା ଗଚ୍ଛିତ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଏଥିରେ ୨୧ଟି ଲ୍ୟାଣ୍ଡମାଇନ ଓ ୫୫ଟି ଜିଲୋଟିନ୍ ରହିଛି।

ବିଶ୍ରା ବ୍ଲକ୍‌ ଅଧୀନସ୍ଥ ଜରାଇକେଲା ସୀମାରୁ ପ୍ରାୟ ୮୦ କିଲୋମିଟର ଦୂର ପୋଡ଼ାହାଟ ସରଣ୍ଡା ଜଙ୍ଗଲରେ ପୁଲିସ ମଙ୍ଗଳବାର ନକ୍ସଲମାନଙ୍କ ଦ୍ଵାରା ଗଚ୍ଛିତ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଏଥିରେ ୨୧ଟି ଲ୍ୟାଣ୍ଡମାଇନ ଓ ୫୫ଟି ଜିଲୋଟିନ୍ ରହିଛି।

vbh

ବିଶ୍ରା: ବିଶ୍ରା ବ୍ଲକ୍‌ ଅଧୀନସ୍ଥ ଜରାଇକେଲା ସୀମାରୁ ପ୍ରାୟ ୮୦ କିଲୋମିଟର ଦୂର ପୋଡ଼ାହାଟ ସରଣ୍ଡା ଜଙ୍ଗଲରେ ଚାଲିଥିବା ନକ୍ସଲବିରୋଧୀ ଅଭିଯାନରେ ପଶ୍ଚିମ ସିଂହଭୂମ ଜିଲ୍ଲା ପୁଲିସ ବଡ଼ ସଫଳତା ପାଇଛି। ପୁଲିସ ମଙ୍ଗଳବାର ନକ୍ସଲମାନଙ୍କ ଦ୍ଵାରା ଗଚ୍ଛିତ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଏଥିରେ ୨୧ଟି ଲ୍ୟାଣ୍ଡମାଇନ ଓ ୫୫ଟି ଜିଲୋଟିନ୍ ରହିଛି।

ଗୁପ୍ତତଥ୍ୟକୁ ଆଧାର କରି ପୁଲିସ ମଙ୍ଗଳବାର ପୋଡ଼ାହାଟ ଜଙ୍ଗଲରେ ଅଭିଯାନ କରିଥିଲା। ଏହି ସମୟରେ ଏକ ପୁରୁଣା ନକ୍ସଲ କ୍ୟାମ୍ପ ଠାବ କରିଥିଲା। ସୁରକ୍ଷାବାହିନୀ ସେଠାରେ ଏତେ ବିପୁଳ ବିସ୍ଫୋରକ ଦେଖି ବିସ୍ମିତ ହୋଇପଡ଼ିଥିଲେ। ଏହି ପରିପ୍ରେକ୍ଷୀରେ ପଶ୍ଚିମ ସିଂହଭୂମ ଜିଲ୍ଲାର ଏସ୍‌ପି ଆଶୁତୋଷ ଶେଖର କହିଛନ୍ତି ଯେ ‘ନକ୍ସଲବିରୋଧୀ ଅପରେସନକୁ ଆହୁରି ଜୋରଦାର କରାଯିବ।’ ଉଲ୍ଲେଖଯୋଗ୍ୟ, ସରଣ୍ଡା ଜଙ୍ଗଲରେ ସିପିଆଇ ମାଓ ସଂଗଠନର ବରିଷ୍ଠନେତା ମିସିର ବେସ୍ରା, ଅନମୋଲ, ମୋଛୁ, ଅନଲଦା’, ଅସୀମ ମଣ୍ଡଳ, ଅଜୟ ମାହାତୋ, ସାଗେନ ଆଙ୍ଗ୍ରିଆ ଓ ଅଶ୍ୱିନ ପ୍ରମୁଖ ସେମାନଙ୍କ ଦଳବଳ ସହ ଲୁଚି ରହିଛନ୍ତି। ଏହାକୁ ଧ୍ୟାନରେ ରଖି ଝାଡ଼ଖଣ୍ଡ ପୁଲିସ ଓ ସିଆର୍‌ପିଏଫ୍‌ର ୨୦୯, ୨୦୩, ୨୦୫ ବାଟାଲିୟନ ମିଳିତଭାବେ ଅଭିଯାନ ଚଳାଇଛନ୍ତି।

ସୂଚନା ଅନୁଯାୟୀ, ପଶ୍ଚିମ ସିଂହଭୂମ ଜିଲ୍ଲାର ନକ୍ସଲ ପ୍ରଭାବିତ ଅଞ୍ଚଳରେ ପୁଲିସ ଏକ ନିର୍ଣ୍ଣାୟକ ଯୁଦ୍ଧ ଆରମ୍ଭ କରିଛି। ଗୁପ୍ତତଥ୍ୟକୁ ଆଧାର କରି ପୁଲିସ ମଙ୍ଗଳବାର ପୋଡ଼ାହାଟ ଜଙ୍ଗଲରେ ଅଭିଯାନ କରିଥିଲା। ଏହି ସମୟରେ ଏକ ପୁରୁଣା ନକ୍ସଲ କ୍ୟାମ୍ପ ଠାବ କରିଥିଲା। ସୁରକ୍ଷାବାହିନୀ ସେଠାରେ ଏତେ ବିପୁଳ ବିସ୍ଫୋରକ ଦେଖି ବିସ୍ମିତ ହୋଇପଡ଼ିଥିଲେ। ଏହି ପରିପ୍ରେକ୍ଷୀରେ ପଶ୍ଚିମ ସିଂହଭୂମ ଜିଲ୍ଲାର ଏସ୍‌ପି ଆଶୁତୋଷ ଶେଖର କହିଛନ୍ତି ଯେ ‘ନକ୍ସଲବିରୋଧୀ ଅପରେସନକୁ ଆହୁରି ଜୋରଦାର କରାଯିବ।’ ଉଲ୍ଲେଖଯୋଗ୍ୟ, ସରଣ୍ଡା ଜଙ୍ଗଲରେ ସିପିଆଇ ମାଓ ସଂଗଠନର ବରିଷ୍ଠନେତା ମିସିର ବେସ୍ରା, ଅନମୋଲ, ମୋଛୁ, ଅନଲଦା’, ଅସୀମ ମଣ୍ଡଳ, ଅଜୟ ମାହାତୋ, ସାଗେନ ଆଙ୍ଗ୍ରିଆ ଓ ଅଶ୍ୱିନ ପ୍ରମୁଖ ସେମାନଙ୍କ ଦଳବଳ ସହ ଲୁଚି ରହିଛନ୍ତି। ଏହାକୁ ଧ୍ୟାନରେ ରଖି ଝାଡ଼ଖଣ୍ଡ ପୁଲିସ ଓ ସିଆର୍‌ପିଏଫ୍‌ର ୨୦୯, ୨୦୩, ୨୦୫ ବାଟାଲିୟନ ମିଳିତଭାବେ ଅଭିଯାନ ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe