ରାସ୍ତା, ଫ୍ଲାଏଓଭର ପାଇଁ ୨୩୬.୩ କୋଟି : କଳ୍ପନା, ମାଉସୀମା ଛକରେ ଫ୍ଲାଏ ଓଭର

Advertisment

୨୦୧୫ ନଭେମ୍ବର ମାସ ୨୦ ତାରିଖରେ ସରକାର ଘୋଷଣା କରିଥିଲେ କଳ୍ପନାରୁ ରବି ଟକିଜ୍‌ ପର୍ଯ୍ୟନ୍ତ ହେବ ଫ୍ଲାଏ ଓଭର। ଘୋଷଣା ହେବା ପରେ ପୂର୍ତ୍ତ ବିଭାଗ ସର୍ଭେ କରିଥିଲା। ହେଲେ କଣ ହେଲା କେଜାଣି, ଯୋଜନା ଫାଇଲ୍‌ ତଳେ ରହିଗଲା।

୨୦୧୫ ନଭେମ୍ବର ମାସ ୨୦ ତାରିଖରେ ସରକାର ଘୋଷଣା କରିଥିଲେ କଳ୍ପନାରୁ ରବି ଟକିଜ୍‌ ପର୍ଯ୍ୟନ୍ତ ହେବ ଫ୍ଲାଏ ଓଭର। ଘୋଷଣା ହେବା ପରେ ପୂର୍ତ୍ତ ବିଭାଗ ସର୍ଭେ କରିଥିଲା। ହେଲେ କଣ ହେଲା କେଜାଣି, ଯୋଜନା ଫାଇଲ୍‌ ତଳେ ରହିଗଲା।

ହଂସପାଳରେ ହେବନି ଫ୍ଲାଏ ଓଭର୍‌

ଭୁବନେଶ୍ବର: ୨୦୧୫ ନଭେମ୍ବର ମାସ ୨୦ ତାରିଖରେ ସରକାର ଘୋଷଣା କରିଥିଲେ କଳ୍ପନାରୁ ରବି ଟକିଜ୍‌ ପର୍ଯ୍ୟନ୍ତ ହେବ ଫ୍ଲାଏ ଓଭର। ଘୋଷଣା ହେବା ପରେ ପୂର୍ତ୍ତ ବିଭାଗ ସର୍ଭେ କରିଥିଲା। ହେଲେ କଣ ହେଲା କେଜାଣି, ଯୋଜନା ଫାଇଲ୍‌ ତଳେ ରହିଗଲା। ଘଟଣାର ୯ ବର୍ଷ ପରେ ଏବେ କଳ୍ପନା ଛକ ସମେତ ମାଉସୀମା’ ଛକରେ ଫ୍ଲାଏ ଓଭର ନିର୍ମାଣ କରିବାକୁ ଯୋଜନା କରିଛନ୍ତି ସରକାର। ତା’ସହିତ ସହରର ବିଭିନ୍ନ ପ୍ରମୁଖ ୨୦ କିମି ରାସ୍ତାର ପୁନରୁଦ୍ଧାର ହେବ। ଏଥିପାଇଁ ୨୩୬.୩୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏହି ରାସ୍ତାଗୁଡ଼ିକ ମଧ୍ୟରେ ଜୟଦେବବିହାର-ନନ୍ଦନକାନନ ଦକ୍ଷିଣପାର୍ଶ୍ବ ରାସ୍ତା ରହିଥିବା ବେଳେ ଭୁବନେଶ୍ବର ରିଂ ରୋଡ୍‌, ପଥରଗାଡ଼ିଆରୁ ରିଂ ରୋଡ୍‌, ପଥରଗାଡ଼ିଆରୁ ରଘୁନାଥପୁର, ଗୁରୁକେଳୁଚରଣ ପାର୍କରୁ ପଟିଆ, ପଟିଆରୁ ପାହାଳ ରାସ୍ତା ସହିତ ଦୟା ୱେଷ୍ଟ କେନାଲ ରାସ୍ତା ରହିଛି। ନିକଟ ଅତୀତରେ ବିଜେଡି ସରକାର ଏହି ରାସ୍ତାର ପୁନରୁଦ୍ଧାର ଘୋଷଣା କରିବା ପରେ ସର୍ଭେ ହୋଇଥିଲା। ହେଲେ ଏଥିରେ ବହୁ ବଡ଼ବଡ଼ିଆ ଜବରଦଖଲରେ ଥିବାରୁ ହଟାଇବା କାଠିକର ପାଠ ହେବା ଆଶଙ୍କା ସୃଷ୍ଟି ହେବାରୁ ଯୋଜନା ଶୀତଳଭଣ୍ଡାରରେ ପଡ଼ିଥିଲା। 

ନୂଆ ଗାଁ ଛକରୁ କଳ୍ପନା ପର୍ଯ୍ୟନ୍ତ ରାସ୍ତାରେ ଭୟଙ୍କର ଟ୍ରାଫିକ୍‌ ସମସ୍ୟା ହେଉଥିବାରୁ ୨୦୧୫ ମସିହାରେ ଫ୍ଲାଏ ଓଭର ତିଆରି କରିବା ଯୋଜନା ହୋଇଥିଲା। ହେଲେ ଏହା ସମ୍ଭବ ହୋଇ ପାରିଲା ନାହିଁ। ଗତ ବର୍ଷ ପୁରୀ-କଟକ ବାଇପାସ୍‌ ରୋଡ୍‌ରୁ ରବି ଟକିଜ୍‌ ପର୍ଯ୍ୟନ୍ତ ରାସ୍ତାରେ ଭିଡ଼ କମାଇବା ପାଇଁ ଦୟା ୱେଷ୍ଟ କେନାଲ ସଂଲଗ୍ନ ରାସ୍ତାକୁ ୬ଥାକିଆ କରାଯିବାକୁ ଯୋଜନା ହୋଇଥିଲା। ଡିପିଆର ପୂର୍ବରୁ ବିଡିଏ ସର୍ଭେ କରିଥିଲା। କିନ୍ତୁ ଏହା କଡ଼ରେ ବହୁ ବଡ଼ବଡ଼ିଆ ଜବରଦଖଲ କରିଥିବା ନଜରକୁ ଆସିଥିଲା। ଫଳରେ ଏହି ଯୋଜନା କେବଳ ଯୋଜନାରେ ରହିଯାଇଥିଲା। ଏବେ ଏହି ରାସ୍ତାର ପୁନରୁଦ୍ଧାର ଯୋଜନା ହୋଇଛି। କିନ୍ତୁ ପୂର୍ବରୁ ପ୍ରାୟ ୩୮ କିମି ଲମ୍ବାର ରାସ୍ତା ଉନ୍ନତୀକରଣ ଯୋଜନା ଥିବା ବେଳେ ଏଥର ସମୁଦାୟ ୨୦ କିମି ରାସ୍ତା ଉନ୍ନତୀକରଣ ଯୋଜନା ରହିଛି। ଏଣୁ ଏହି ରାସ୍ତା ୬ ଥାକିଆ ହେବ କି କମ୍‌ ହେବ ବା କେତେ ଲମ୍ବା ହେବ ସେ ନେଇ ପୂର୍ତ୍ତ ବିଭାଗ ଏ ଯାଏ ନିଷ୍ପତ୍ତି ନେଇନାହିଁ।

ସେହିଭଳି ମାଉସୀମା ଛକରେ ମଧ୍ୟ ଫ୍ଲାଏ ଓଭର ନିର୍ମାଣ ପ୍ରସ୍ତାବ ରହିଛି। ପୂର୍ବରୁ ଶିଶୁଭବନରୁ ମାଉସୀମା ଛକ ଯାଏଁ ଆରଓବି ରହିଛି। ଏବେ କଳ୍ପନା ଛକରୁ ରଥରୋଡ୍‌ ଫ୍ଲାଏ ଓଭର ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ଶିଶୁଭବନ ଛକରୁ ଆସୁଥିବା ଗାଡ଼ି ଏହି ଫ୍ଲାଏ ଓଭର ତଳେ ବି‌ବେକାନନ୍ଦ ମାର୍ଗ କିମ୍ବା କଳ୍ପନା ଛକ ଯିବେ। ଏହି ଫ୍ଲାଏ ଓଭର ପାଇଁ ଦୋକାନ ଘର ଓ ମନ୍ଦିର ପାଚେରି ଉଚ୍ଛେଦ ଆବଶ୍ୟକତା ରହିଛି। ତେବେ ଏଥିପାଇଁ ଫିଜିବିଲିଟି ଷ୍ଟଡି ହୋଇ ସାରିଥିବା ଜଣାପଡ଼ିଛି। ଜୟଦେବ ବିହାରରୁ ନନ୍ଦନକାନନ ଉଭୟପାର୍ଶ୍ବରେ ରାସ୍ତା ନିର୍ମାଣ ଚାଲିଛି। ସୈନିକ ସ୍କୁଲ୍‌ରୁ ଦକ୍ଷିଣପାର୍ଶ୍ବ ସମାନ୍ତରାଳ ରାସ୍ତା ୪ ଥାକିଆ ହେବ। ଏହାସହ ଭୁବନେଶ୍ୱର ବାହାର ରିଂ ରୋଡ୍ ବି ସମ୍ପୂର୍ଣ୍ଣ କରାଯିବ। ପଟିଆରୁ ପାହାଳ ପର୍ଯ୍ୟନ୍ତ ରାସ୍ତା ଉନ୍ନତୀକରଣ କରାଯିବ। ପଟିଆରୁ ଜରିପାଟଣା ଦେଇ ଏହି ରାସ୍ତାରେ କୁଆଖାଇ ଉପରେ ଆଉଏକ ବ୍ରିଜ୍‌ ଆବଶ୍ୟକ ଅଛି। ‌ତେବେ ଜଣେ ବିଭାଗୀୟ ବରିଷ୍ଠ ଅଧିକାରୀ କହିଛନ୍ତି, ମାତ୍ର ୨୦ କିମି ରାସ୍ତା ପୁନରୁଦ୍ଧାର ଯୋଜନା ଥିବାରୁ ଡିପିଆର ପ୍ରସ୍ତୁତି ପରେ ହିଁ ବାସ୍ତବ ଚିତ୍ର ସ୍ପଷ୍ଟ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe