ପୁଲିସ ନିକଟରେ ୨୫ ଦୁର୍ଦାନ୍ତ ମଓବାଦୀଙ୍କ ଆତ୍ମସମର୍ପଣ

ଛତିଶଗଡ଼ର ବିଜାପୁର ପୁଲିସ ନିକଟରେ ୨୫ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ଉପରେ ମୋଟ ୨୯ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ବିଜାପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ବସ୍ତର ରେଞ୍ଜର ଉଚ୍ଚାପଦଧିକାରୀଙ୍କ ଉପସ୍ଥିତିରେ ଏହି ୨୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।

Malkangiri

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ପୁଲିସ ନିକଟରେ ୨୫ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ଉପରେ ମୋଟ ୨୯ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ବିଜାପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ବସ୍ତର ରେଞ୍ଜର ଉଚ୍ଚାପଦଧିକାରୀଙ୍କ ଉପସ୍ଥିତିରେ ଏହି ୨୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୮ ଲକ୍ଷ ଲେଖାଏଁ ପୁରସ୍କାର ଘୋଷିତ ୩ ଜଣ ପିଏଲଜିଏ ସଦସ୍ୟ, ୩ ଲକ୍ଷ ଟଂକା ପୁରସ୍କାର ଘୋଷିତ ଡେପୁଟି କମାଣ୍ଡର, ୧ ଲକ୍ଷ ଲେଖାଏଁ ପୁରସ୍କାର ଘୋଷିତ ୨ ଜଣ ମାଓବାଦୀ ସମେତ ମୋଟ ୨୯ ଲକ୍ଷ ଟଂକା ପୁରସ୍କାର ଘୋଷିତ ମାଓବାଦୀ ରହିଛନ୍ତି।

Malkangiri

ସରକାରଙ୍କର ଆତ୍ମନିର୍ଭରଶୀଳ ନୀତି ଏବଂ ସଂଗଠନରେ ଭେଦଭାବ ଯୋଗୁଁ ଏମାନେ ଆତ୍ମସମର୍ପଣ କରିଥିବା ପୁଲିସ ନିକଟରେ କହିଛନ୍ତି। ଏଥିସହ ଛତିଶଗଡ ସରକାର ଅପରେସନ ‘କଗାର‘ ଆରମ୍ଭ କରିଥିବା ବେଳେ ନକ୍ସଲଙ୍କ ସମସ୍ତ ଯୋଜନାକୁ ପଣ୍ଡ କରି ଚଢାଉ କରୁଛନ୍ତି। ନିଜର ଜୀବନ ବଞ୍ଚାଇ ଏମାନେ ବାକି ଜୀବନ ସୁଖରେ କଟାଇବାକୁ ଚାହୁଥିଲେ।ତେଣୁ ସମସ୍ତେ ମୁଖ୍ୟସ୍ରୋତରେ ସାମିଲ ହୋଇ ନିଜର ପରିବାର ସହ ଶାନ୍ତିର ଜୀବନଯାପନ କରିବେ ବୋଲି ପୁଲିସ ନିକଟରେ ପ୍ରତିଶ୍ରୁତି ଦେଇଛନ୍ତି।

ପୁଲିସ ନିକଟରେ ୨୫ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ଉପରେ ମୋଟ ୨୯ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ବିଜାପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ବସ୍ତର ରେଞ୍ଜର ଉଚ୍ଚାପଦଧିକାରୀଙ୍କ ଉପସ୍ଥିତିରେ ଏହି ୨୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।

ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ ପିଏଲଜିଏ ସଦସ୍ୟ ସାମବତୀ ମାଡକମ(୨୩), ଜ୍ୟୋତି ପୁନେମ(୨୭), ମହେଶ ତେଲମ(୨୪)।ଶାମବତୀ, ଜ୍ୟୋତି ଏବଂ ମହେଶ ନାମରେ ସରକାର ୮ ଲକ୍ଷ ଲେଖାଏଁ ପୁରସ୍କାର ଘୋଷିତ କରିଥିଲେ। ସେହିପରି ବିଷ୍ଣୁ କରଟମ(୨୯), ଜୟଦେବ ପଡିଆମି(୧୮), ଗୁଡ୍ଡୁ କାକେମ(୨୦), ସୁଦରୁ ପୁନେମ(୩୨), ସୋନୁ ପଡିଆମି(୨୩), ବାସୁ ପଡିଆମି(୨୮), ମୋଟୁରାମ ତେଲେମ(୩୮), ସୋମାରୁ ତେଲମ(୨୫), ସୋମଲୁ ପୋଟାମ(୩୧), ରାଜୁ ବଞ୍ଜାମ(୪୨), ଶୁଖରାମ ତେଲମ(୨୨), ଆୟତୁ ତେଲମ(୩୦), ସଂତୋଷ ତେଲମ(୩୪), ବିଜ୍ଜୁ ତେଲମ(୨୩), ରାକେଶ ଫରସି(୩୪), ବଦରୁ ପିନେମ(୩୫), କୋୟା ପୁନେମ(୪୧), ସଂତୋ ପୁନେମ(୩୨), ଛୋଟୁ ପୋଟାମ(୨୮), ସୁକ୍କୁ କୁଡିଆମ(୩୩), ପାକଲୁ ପୁନେମ(୩୫) ଏବଂ ରମେଶ ଅତଲମ(୨୫)। ଏମାନେ ବଡ଼ବଡ଼ ନକ୍ସଲ ହିଂସାରେ ଜଡିତ ଥିଲେ। ପୁଲିସ ସମସ୍ତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଆତ୍ମନିର୍ଭରଶୀଳ କରାଇବ ବୋଲି କହିଛି।

ଏହି ଖବର ପଢ଼ନ୍ତୁ: ୫ ଲକ୍ଷ ଲେଖାଏଁ ପୁରସ୍କାର ଘୋଷିତ ମାଓ ଦମ୍ପତିଙ୍କ ଆତ୍ମସମର୍ପଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe