250 Ambulance Inagurated: ୨୫୦ ନୂତନ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Advertisment

ଓଡ଼ିଶାର କୋଣ-ଅନୁକୋଣରେ ଉନ୍ନତ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ୨୫୦ଟି ନୂତନ ଆମ୍ବୁଲାନ୍ସର ଶୁଭାରମ୍ଭ କରିଛନ୍ତି |  ମିଳିଥିବା ସୂଚନା ମୁତାବକ ରାଜ୍ୟ ସରକାର ୧୧୧ କୋଟି ଟଙ୍କା ବିନିଯୋଗରେ ୪୨୮ ଟି ନୂତନ ଆମ୍ବୁଲାନ୍ସ ଜରୁରୀକାଳୀନ ସେବାରେ ଯୋଡିବାକୁ ନିଷ୍ପତ୍ତି ନେଇଥିଲେ

ଓଡ଼ିଶାର କୋଣ-ଅନୁକୋଣରେ ଉନ୍ନତ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ୨୫୦ଟି ନୂତନ ଆମ୍ବୁଲାନ୍ସର ଶୁଭାରମ୍ଭ କରିଛନ୍ତି |  ମିଳିଥିବା ସୂଚନା ମୁତାବକ ରାଜ୍ୟ ସରକାର ୧୧୧ କୋଟି ଟଙ୍କା ବିନିଯୋଗରେ ୪୨୮ ଟି ନୂତନ ଆମ୍ବୁଲାନ୍ସ ଜରୁରୀକାଳୀନ ସେବାରେ ଯୋଡିବାକୁ ନିଷ୍ପତ୍ତି ନେଇଥିଲେ

WhatsApp Image 2026-02-10 at 11.48.27

ଭୁବନେଶ୍ୱର: ଓଡ଼ିଶାର କୋଣ-ଅନୁକୋଣରେ ଉନ୍ନତ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ୨୫୦ଟି ନୂତନ ଆମ୍ବୁଲାନ୍ସର ଶୁଭାରମ୍ଭ କରିଛନ୍ତି |  ମିଳିଥିବା ସୂଚନା ମୁତାବକ ରାଜ୍ୟ ସରକାର ୧୧୧ କୋଟି ଟଙ୍କା ବିନିଯୋଗରେ ୪୨୮ ଟି ନୂତନ ଆମ୍ବୁଲାନ୍ସ ଜରୁରୀକାଳୀନ ସେବାରେ ଯୋଡିବାକୁ ନିଷ୍ପତ୍ତି ନେଇଥିଲେ | ଏହି କ୍ରମରେ ପ୍ରଥମ ପର୍ଯ୍ୟାୟରେ ୧୫୦ଟି ଆମ୍ବୁଲାନ୍ସ ଲୋକାର୍ପିତ ହୋଇସାରିଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୨୫୦ଟି ନୂତନ ଆମ୍ବୁଲାନ୍ସର ଲୋକାର୍ପଣ କରାଯାଇଛି ।

ଏଥିରେ ବିମାନବନ୍ଦର ନିମନ୍ତେ ୫ଟି ଓ ଝାରସୁଗୁଡା ସ୍ଥିତ କାର୍ଡିଆକ କେୟାର ହସ୍ପିଟାଲ ନିମନ୍ତେ ୨ଟି ଅତ୍ୟାଧୁନିକ ଲାଇଫ ସପୋର୍ଟ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି | ପ୍ରତି ଆମ୍ବୁଲାନ୍ସ ପିଛା ୨୫.୭୭ ଲକ୍ଷ ଟଙ୍କା ହିସାବରେ ୪୨୮ଟି ଆମ୍ବୁଲାନ୍ସ ପାଇଁ ୧୧୧ କୋଟି ଟଙ୍କା ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ବିନିଯୋଗ କରିଛନ୍ତି |

ଉଲ୍ଲେଖ ଥାଉ କି ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଓଡ଼ିଶାରେ ୨୦୧୩ ମସିହାରେ ଆରମ୍ଭ ହୋଇଥିଲା | ବର୍ତ୍ତମାନ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ମୋଟ ୮୬୬ଟି ଆମ୍ବୁଲାନ୍ସ ଲୋକଙ୍କ ସେବାରେ ନିୟୋଜିତ ଅଛି |  

ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଅତି କମ୍ ସମୟ ମଧ୍ୟରେ ରୋଗୀଙ୍କୁ ହସ୍‌ପିଟାଲରେ ପହଞ୍ଚାଇବା ସହ ଚିକିତ୍ସା ଅଭାବରୁ ହେଉଥିବା ମୃତ୍ୟୁ ହାର କମ୍ କରିବା ଆମର ଲକ୍ଷ୍ୟ। ବିପଦ ସମୟରେ ଏହି ଆମ୍ବୁଲାନ୍ସଗୁଡ଼ିକ ଲୋକଙ୍କ ପାଇଁ ଏକ ଭରସାଯୋଗ୍ୟ ‘ଜୀବନରେଖା’ ସାଜିବେ। ସଶକ୍ତ ଓ ସୁରକ୍ଷିତ ଓଡ଼ିଶା ଗଠନ ଦିଗରେ ଆମର ଏହି ପ୍ରୟାସ ନିରନ୍ତର ଜାରି ରହିବ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ରାଜ୍ୟର ସବୁ ବ୍ଲକରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ ମେଡିକାଲ୍ ପର୍ଯ୍ୟନ୍ତ ନିରନ୍ତର ଆମ୍ବୁଲାନ୍‌ସ ସେବା ଜାରି ରଖିବାକୁ ପଦକ୍ଷେପ ନିଆଯାଉଛି। ଏହା ବ୍ୟତୀତ ବିମାନ ଯୋଜନା ମାଧ୍ୟମରେ ରାଉରକେଲା ଓ ଜୟପୁର ପରି ଏୟାରଷ୍ଟ୍ରିପ୍‌ରେ ମଧ୍ୟ ଆମ୍ବୁଲାନ୍‌ସର ସେବା ଯୋଗାଇଦିଆଯିବ।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ରାଜ୍ୟର ବିଭିନ୍ନ ବିମାନବନ୍ଦର ନିମନ୍ତେ ୫ଟି ଆଡ୍‌ଭାନ୍‌ସଡ ଲାଇଫ୍ ସପୋର୍ଟ ବା (ALS)  ଆମ୍ବୁଲାନ୍‌ସ ଏବଂ ଝାରସୁଗୁଡା ସ୍ଥିତ କ୍ୟାନସର ହସ୍ପିଟାଲ ପାଇଁ ୨ଟି ALS ଆମ୍ବୁଲାନସ ବର୍ତ୍ତମାନ ନିୟୋଜିତ ଅଛି। ସାରା ରାଜ୍ୟରେ ଆମ୍ବୁଲାନ୍‌ସ ଜରିଆରେ ଦିନକୁ ହାରାହାରି ୫ ହଜାରରୁ ଅଧିକ ରୋଗୀଙ୍କୁ ସରକାରୀ ହସ୍ପିଟାଲକୁ ନିଆଯାଉଛି।
ଏହି ଅବସରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଏକାମ୍ର ବିଧାୟକ ବାବୁ ସିଂ, ସ୍ବାସ୍ଥ୍ୟ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ବତୀ ଏସ୍, ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶକ ଡକ୍ଟର ବୃନ୍ଦା ଡି ପ୍ରମୁଖ ଉପସ୍ଥିତ ଥିଲେ। 
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe