ହଠାତ୍ ଶ୍ରେଣୀଗୃହରେ ଅସୁସ୍ଥ ହୋଇପଡ଼ିଲେ ୨୬ ଛାତ୍ରଛାତ୍ରୀ

Advertisment
aul

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ହସିମୁଦ୍ଦିନ ଉପ୍ରା ବିଦ୍ୟାଳୟ ଓ ମେଣ୍ଢପୁର ହାଇସ୍କୁଲରେ ଆଜି ପ୍ରାର୍ଥନା ଶ୍ରେଣୀ ସରିବା ପରେପରେ 
ହଠାତ୍ ଜଣେ ପରେ ଜଣେ ଖୁସନାମା ଫିର୍ଦୋସ,ସାଦିଆ ତାବସୁମ୍,ସୋନିଆ ଫିର୍ଦୋସ୍,ଦରକଶା ନେସା,ଗୁଲପଶା ବେଗମ୍,ରୁବିନା ଖାତୁନ୍
ରୁମାନା ବେଗମ,ନାଜିଆ ଫିର୍ଦୋସ୍, ତଇନା ପରିବିନ ଓ ରୁହାନି ନେସା ୨୫ଜଣ ଛାତ୍ରୀ ଓ ଜଣେ ଛାତ୍ର ସେକ୍ ସୁଏବ୍
ଶ୍ୱାସରୁଦ୍ଧ ହୋଇ ଅସୁସ୍ଥ ହୋଇପଡ଼ିଥିଲେ। ଏଭଳି ଘଟଣାରେ ପ୍ରଧାନ ଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ବ୍ୟତିବ୍ୟସ୍ତ ହୋଇ ମେଡିକାଲ ଟିମ୍ ଓ ଅଭିଭାବକମାନଙ୍କୁ ଡକାଇବା ସହିତ ସଂପୃକ୍ତ ଅସୁସ୍ଥ ଛାତ୍ରୀମାନଙ୍କୁ ଚିକିତ୍ସା ପାଇଁ ଆଳିର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏହି ଛାତ୍ରଛାତ୍ରୀ ମାନେ ହଠାତ୍ ଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବା ସହିତ ଛାତି ବାଡ଼େଇ ହେଉଥିବାର କହିଥିଲେ।ହଠାତ୍ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଅସୁସ୍ଥ ହେବା ଘଟଣାରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଭୟଭୀତ ହୋଇ ପଡିଥିଲେ। ସ୍କୁଲର ପ୍ରଧାନ ଶିକ୍ଷକ ତୁରନ୍ତ ଏହି ଘଟଣା ସମ୍ପର୍କରେ ଆଳି ସ୍ବାସ୍ଥ୍ୟକେନ୍ଦ୍ରକୁ ଖବର ଦେଇଥିଲେ।

 ଖବର ପାଇବା ପରେ ଡାକ୍ତର ଇନ୍ଦ୍ରଭାନୁ ପ୍ରଧାନ ଏକ ମେଡିକାଲ୍ ଟିମ୍ ଓ ଆମ୍ବୁଲାନ୍ସ ସ୍କୁଲକୁ ପଠାଇ ଅସୁସ୍ଥ ଛାତ୍ରୀଙ୍କୁ ଆଳି ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ଚିକିତ୍ସା ଆରମ୍ଭ କରିଥିଲେ। ସଂପ୍ରତି ସମସ୍ତ ଛାତ୍ରଛାତ୍ରୀ ଚିକିତ୍ସାଧୀନ ଅବସ୍ଥାରେ ନିରାପଦ ଅଛନ୍ତି ବୋଲି ଡାକ୍ତର ପ୍ରଧାନ କହିଛନ୍ତି।ଅତ୍ୟଧିକ ଗରମ ଗୁଳଗୁଳି କାରଣରୁ ଏକକାଳୀନ ଏତେ ଛାତ୍ରୀ ଅସୁସ୍ଥ ହୋଇଥିବା ଅନୁମାନ କରାଯାଉଛି।  ଏହାର ପ୍ରକୃତ କାରଣ ସ୍ବାସ୍ଥ୍ୟ ପରୀକ୍ଷା ପରେ ଜଣାପଡ଼ିବ ବୋଲି ଡାକ୍ତର ପ୍ରଧାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe