ଜାଗାରେ ସୀମିତ ଜିଲ୍ଲାର ଦ୍ବିତୀୟ ଶିଳ୍ପାଞ୍ଚଳ: ୧୦୦ରୁ ଅଧିକ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପପ୍ରତିଷ୍ଠା ଲକ୍ଷ୍ୟ

Advertisment

କୁଆରମୁଣ୍ଡା ବ୍ଲକ ଅର୍ନ୍ତତ ରିଉଁରେ ଜିଲ୍ଲାର ଦ୍ବିତୀୟ ଶିଳ୍ପାଞ୍ଚଳ ପ୍ରତିଷ୍ଠା ପାଇଁ ପୂର୍ବ ସରକାର ନିଷ୍ପତ୍ତି ନେଇଥିଲେ। ପ୍ରାୟ ୫୬ ଏକର ଜାଗାରେ ଶିଳ୍ପ ପ୍ରତିଷ୍ଠା ହେବାକୁ ସରକାର ଇଡ୍‌କୋକୁ ଜାଗା ଯୋଗାଇ ଦେଇଛନ୍ତି। ପାଚେରୀ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କାମ ସରିଛି।

ଚୁୀ

ରାଉରକେଲା: କୁଆରମୁଣ୍ଡା ବ୍ଲକ ଅର୍ନ୍ତତ ରିଉଁରେ ଜିଲ୍ଲାର ଦ୍ବିତୀୟ ଶିଳ୍ପାଞ୍ଚଳ ପ୍ରତିଷ୍ଠା ପାଇଁ ପୂର୍ବ ସରକାର ନିଷ୍ପତ୍ତି ନେଇଥିଲେ। ପ୍ରାୟ ୫୬ ଏକର ଜାଗାରେ ଶିଳ୍ପ ପ୍ରତିଷ୍ଠା ହେବାକୁ ସରକାର ଇଡ୍‌କୋକୁ ଜାଗା ଯୋଗାଇ ଦେଇଛନ୍ତି। ପାଚେରୀ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କାମ ସରିଛି। ସରକାର ବଦଳିବା ପରେ ଆଜି ପର୍ଯ୍ୟନ୍ତ ଶିଳ୍ପ ପ୍ରତିଷ୍ଠା ଦିଗରେ ସେମିତି କୌଣସି ପଦକ୍ଷେପ ନିଆଯାଇନାହିଁ। ସେତେବେଳେ ଇଡ୍‌କୋର ଡିଭିଜିନାଲ ମ୍ୟାନେଜର ନନ୍ଦନ କରାର୍‌ ୪ ମାସ ଭିତରେ ଆଗ୍ରହୀ କମ୍ପାନୀ ନିଜର ୟୁନିଟ୍‌ ନିର୍ମାଣ ବୋଲି କହିଥିଲେ। କିନ୍ତ ଏ ପର୍ଯ୍ୟନ୍ତ ଗୋଟିଏ ବି କମ୍ପାନୀର ନିଜର ୟୁନିଟ୍‌ ନିର୍ମାଣ କାମ ଆରମ୍ଭ କରିନାହାନ୍ତି। ସରକାରଙ୍କ ଅବହେଳା ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଇଚ୍ଛାଶକ୍ତି ଅଭାବରୁ କୁଆରମୁଣ୍ଡା ରିଉଁ ଶିଳ୍ପାଞ୍ଚଳ କେବଳ ଜାଗାରେ ସୀମିତ ରହିଛି।  ଫୁଡ୍ ପ୍ରୋସେସିଂ ୟୁନିଟ୍, ପ୍ଲାଷ୍ଟିକ ଓ ଚମଡ଼ା ଉଦ୍ୟୋଗ, ବୈଦ୍ୟୁତିକ ଯନ୍ତ୍ରପାତି ଉତ୍ପାଦନ ୟୁନିଟ୍, ଅଟୋମୋବାଇଲ୍ ୟୁନିଟ୍ ଇତ୍ୟାଦି ନିଜର ୟୁନିଟ୍‌ ନିର୍ମାଣ କରିବାକୁ ଆଗ୍ରହୀ ପ୍ରକାଶ କରିଛନ୍ତି।

ଜାତୀୟ ବୈଷୟିକ ଶିକ୍ଷା ପ୍ରତିଷ୍ଠାନ (ଏନ୍ଆଇଟି) ପରିସରରେ ହେବାକୁ ଥିବା ପ୍ରସ୍ତାବିତ ଫୁଡ୍ ପ୍ରୋସେସିଂ ୟୁନିଟ୍ ଏହି ଶିଲ୍ପାଞ୍ଚଳରେ ପ୍ରତିଷ୍ଠା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏମିତି ପ୍ରାୟ ୧୦୦ରୁ ଅଧିକ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରତି ୟୁନିଟ୍ ପାଇଁ କମ୍ପାନିଗୁଡ଼ିକୁ ଉତ୍ପାଦନ କ୍ଷମତା ଅନୁଯାୟୀ ୧୦ ଡେସିମିଲ୍ରୁ ଆରମ୍ଭ କରି ୧ ଏକର ପର୍ଯ୍ୟନ୍ତ ଜମି ସରକାରୀ ଧାର୍ଯ୍ୟ ମୂଲ୍ୟରେ ଯୋଗାଇ ଦିଆଯିବ। ଅନ୍ୟ ଆଗ୍ରହୀ କମ୍ପାନିମାନେ ସରକାରଙ୍କ ୱେବ୍ସାଇଟ୍ରେ ଅନ୍ଲାଇନ ମାଧ୍ୟମରେ ଆବେଦନ କରିପାରିବେ। ଏହି ଶିଳ୍ପାଞ୍ଚଳ ଜରିଆରେ ଜିଲ୍ଲାରେ ୫ ହଜାରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କଲୁଙ୍ଗା ଶିଳ୍ପାଞ୍ଚଳ ପରେ ରାଉରକେଲାରୁ ମାତ୍ର ୧୦ କିମି ଦୂରରେ ଆଉ ଏକ ଶିଳ୍ପାଞ୍ଚଳ ପ୍ରତିଷ୍ଠା ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧି ବେଶ୍ ସହାୟକ ହେବ ବୋଲି ସରକାରଙ୍କ ପକ୍ଷରୁ କହାଯାଉଛି। ସୁନ୍ଦରଗଡ଼ ସମେତ  ରାଜ୍ୟର ବିଭିନ୍ନ ଜିଲ୍ଲାରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା କରିବାକୁ ଆଗ୍ରହୀ କମ୍ପାନିଗୁଡ଼ିକୁ ପ୍ରାଥମିକତା ଦିଆଯିବ। ଗତ ପ୍ରାୟ ଦୁଇବର୍ଷ ତଳେ କୁଆରମୁଣ୍ଡା ବ୍ଲକ ଅନ୍ତର୍ଗତ ରିଉଁରେ ଆଉ ଏକ ଶିଳ୍ପାଞ୍ଚଳ ପାଇଁ ସରକାର ଇଡ୍‌କୋ ୫୫.୦୬ ଏକର ଜାଗା ଯୋଗାଇ ଦେଇଛନ୍ତି। ଏଥିରୁ ପ୍ରାୟ ୩୪ ଏକର ଜାଗାରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା କରାଯିବ। ଅବଶିଷ୍ଟ ଜାଗା ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟୀକରଣ ପାଇଁ ରଖାଯିବ। ଜମିର ଏକର ପିଛା ମୂଲ୍ୟ ସରକାର ୫୬ ଲକ୍ଷ ୪୦ ହଜାର ଟଙ୍କା ଧାର୍ଯ୍ୟ କରିଛନ୍ତି। ତେବେ ଜିଲ୍ଲାରେ ହେବାକୁ ଯାଉଥିବା ଶିଳ୍ପାଞ୍ଚଳକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କେତେ ସହାୟତା ଯୋଗାଇ ଦେଉଛନ୍ତି, ତା’ହିଁ ଅପେକ୍ଷା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe