ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୭୨ ପ୍ରତିଶତ ମତଦାନ ହୋଇଛି: ମୁଖ୍ୟ ନିର୍ବାଚନ ଅଧିକାରୀ

Advertisment
ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୭୨ ପ୍ରତିଶତ ମତଦାନ ହୋଇଛି: ମୁଖ୍ୟ ନିର୍ବାଚନ ଅଧିକାରୀ

Business Standard

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୮ ତାରିଖରେ ରାଜ୍ୟର ୫ଟି ଲୋକସଭା ଏବଂ ୩୫ଟି ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହୋଇଥିଲା। ଗତକାଲି ରାଜ୍ୟରେ ୨ୟ ପର୍ଯ୍ୟାୟ ନିର୍ବାଚନରେ ସର୍ବମୋଟ ୭୨ ପ୍ରତିଶତ ଭୋଟ ଗ୍ରହଣ ହୋଇଛି ବୋଲି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା  ଦେଇଛନ୍ତି । ତେବେ ଗତକାଲି ସଂଧ୍ୟା ୫ଟା ସୁଦ୍ଧା  ୬୪ ପ୍ରତିଶତ ଭୋଟ ଗ୍ରହଣ ହୋଇଥିଲା ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଥିଲେ।

publive-image

ତେବେ ରାଜ୍ୟର ୫ଟି ଲୋକସଭା ଏବଂ ୩୫ଟି ବିଧାନସଭା ଆସନ ପାଇଁ  ୨୭୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।  ଗତକାଲି ସମୁଦାୟ ୭୬ ଲକ୍ଷ ୯୩ ହଜାର ୧୨୩ ଜଣ ଭୋଟର୍‌ ମତଦାନ କରିବାକୁ ଥିବା ବେଳେ ଏମାନଙ୍କ ମଧ୍ୟରେ ୭ ଲକ୍ଷ ୯୯ ହଜାର ୯୯୯ ଜଣ ନୂତନ ଭୋଟର୍‌ ଅଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ କାଁ ଭାଁ ଅଘଟଣକୁ ଛାଡିଦେଲେ ବାକି ବୁଥରେ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ଶେଷ ହୋଇଛି । ତେବେ ମୋଟ୍‌ ୯ ହଜାର ୧୧୭ ବୁଥରେ ମତଦାନ ହେବାର ଥିବା ବେଳେ ୬ଟି ବୁଥରେ ଭୋଟ ଗ୍ରହଣ ହୋଇପାରିନାହିଁ । ସୁନ୍ଦରଗଡ ବିଧାନସଭାର ୨୧୩ ନମ୍ବର ବୁଥ୍‌, ବଣାଇର ୧୨୯, ଦଶପଲ୍ଲା ବିଧାନସଭାର ୨୧୦ ନମ୍ବର ବୁଥ୍‌ ଓ ୨୨୨ ନମ୍ବର ବୁଥ୍‌, ବରଗଡ ବିଧାନସଭା ନିର୍ବାଚନ ମଣ୍ଡଳିର ୬୮ ବୁଥ୍‌, ଅତାବିରାର ୨୩୫ ନମ୍ବର ସାନି ମତଦାନ କରାଇବା ପାଇଁ ନିର୍ବାଚନ କମିଶନଙ୍କୁ ସୁପାରିଶ କରିଛନ୍ତି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ।

publive-image Polling Place Photo Project

ଇଭିଏମ୍‌ ଓ ଭିଭିପ୍ୟାଟ୍‌ ମେସିନର କ୍ରସ ପେୟାରିଂ ଯୋଗୁଁ ଏହି ସବୁ ବୁଥରେ ଭୋଟିଂ ସଠିକ୍‌ ପ୍ରକ୍ରିୟାରେ ହୋଇପାରି ନଥିଲା । ବିଭିନ୍ନ ମୌଳିକ ସମସ୍ୟାରେ ଘାଣ୍ଟି ହେଉଥିବା ବଲାଙ୍ଗୀରର ୩ଟି ଗ୍ରାମବାସୀ ମତଦାନ ବର୍ଜନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe