ସରକାରୀ ଚାକିରି କରାଇ ଦେବାକୁ କହି ଲକ୍ଷ ଲକ୍ଷ ଠକି ଆସୁଥିଲେ: ବନ୍ଧାହେଲେ ଶିକ୍ଷକଙ୍କ ସମେତ ତିନି ଅଭିଯୁକ୍ତ

Advertisment

ଜଣେ ବରିଷ୍ଠ ଆଇଏଏସଙ୍କ ଛଦ୍ମ ନାମ ନେଇ ଶିକ୍ଷକ କରୁଥିଲେ ଠକାମି। ଶେଷରେ ପଡିଲେ ପୁଲିସ ଫାନ୍ଦରେ। ଖୁଣ୍ଟା ପୁଲିସ ଠକେଇ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିବା ପରେ ସାମ୍ନାକୁ ଆସିଛି ଏଭଳି ଚାଞ୍ଚଲ୍ୟକର ଘଟଣା।

ଭ

ଉଦଳା: ଟଙ୍କା ଦେଲେ ମିଳୁଛି ସରକାରୀ ଚାକିରି। ପରିବା ବିକ୍ରି କରିବା ଭଳି ଚାକିରୀ ବିକୁଥିଲେ ଶିକ୍ଷକ। ବେକାର ଯୁବକ ଯୁବତୀଙ୍କୁ ଚାକିରି କରାଇ ଦେବେ ବୋଲି ଦେଉଥିଲେ ପ୍ରତିଶ୍ରୁତି ଆଉ ବିକୁଥିଲେ ଚାକିରି। ଶିକ୍ଷକ ସାଜିଥିଲେ ମାଷ୍ଟରମାଇଣ୍ଡ। ଜଣେ ବରିଷ୍ଠ ଆଇଏଏସଙ୍କ ଛଦ୍ମ ନାମ ନେଇ ଶିକ୍ଷକ କରୁଥିଲେ ଠକାମି। ଶେଷରେ ପଡିଲେ ପୁଲିସ ଫାନ୍ଦରେ। ଖୁଣ୍ଟା ପୁଲିସ ଠକେଇ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିବା ପରେ ସାମ୍ନାକୁ ଆସିଛି ଏଭଳି ଚାଞ୍ଚଲ୍ୟକର ଘଟଣା।

ଉଦଳା ଥାନା ବୈରାଟପୁର ସ୍କୁଲର ସହକାରୀ ଶିକ୍ଷକ ମନୋଜ ଆଚାର୍ଯ୍ୟ ସରକାରୀ ଚାକିରି କରାଇ ଦେବାକୁ କହି ଲକ୍ଷ ଲକ୍ଷ ଠକି ଆସୁଥିଲେ। ଗତ ଡିସେମ୍ବର ମାସରେ ଖୁଣ୍ଟା ବ୍ଲକରେ କାର୍ଯ୍ୟରତ ଏବିଇଓ ବୃନ୍ଦାବନ ମାରାଣ୍ଡିଙ୍କ ପୁତୁରାକୁ ଜିଆରଏସ ଚାକିରୀ କରାଇଦେବେ ବୋଲି ୧ ଲକ୍ଷ ୩୦ ହଜାର ଟଙ୍କା ଆଗୁଆ ନେଇଥିଲେ ଏବଂ ଚାକିରି ପରେ ବାକି ୪୦ ହଜାର ଟଙ୍କା ନେବା କଥା। ହେଲେ ଚାକିରି ନ ହେବାରୁ ଏବଂ ଶିକ୍ଷକ ମନୋଜ ଆଚାର୍ଯ୍ୟ ଧରାଛୁଆଁ ନ ଦେବାରୁ ଏ ନେଇ ଖୁଣ୍ଟା ଥାନାରେ ଏବିଇଓ ଅଭିଯୋଗ କରିବା ପରେ ପୁଲିସ ଗତକାଲି ରାତିରେ ଠକେଇ ଘଟଣାରେ ଶିକ୍ଷକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଶିକ୍ଷକଙ୍କ ସହିତ ଉଦଳା ଅଞ୍ଚଳର ଇଞ୍ଜିନିଅର ଦିଲ୍ଲୀପ ଜେନା ଏବଂ ବାରିପଦା କାଳିକାପୁର ଗ୍ରାମର ଲୋହିତଶ ଜେନାଙ୍କୁ ଗିରଫ କରିଛି। ସେମାନଙ୍କୁ ପଚରାଉଚରା ସମୟରେ ସେମାନେ ସରକାରୀ ଚାକିରି କରାଇ ଦେବା ପାଇଁ ଉଦଳା, ଖୁଣ୍ଟା, ବାରିପଦା ଏବଂ ଝାରପୋଖରୀଆ ଥାନା ଅଞ୍ଚଳରୁ ପ୍ରାୟ ୧୫ରୁ ଅଧିକ ଯୁବକଙ୍କ ନିକଟରୁ ଠକିଛନ୍ତି।

ଜଣେ ବରିଷ୍ଠ ଆଇଏଏସ ଅଫିସରଙ୍କ ନାମ ନେଇ ଶିକ୍ଷକ ମନୋଜ ଆଚାର୍ଯ୍ୟ ଏହି ଠକାମି ଚଳେଇ ଥିଲେ। ଯାହାକି ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକିଥିବା ପୁଲିସ ଜାଣିବାକୁ ପାଇଛି। ରେଲୱେ, ଜିଆରଏସ, ପୁଲିସ ସହିତ ବିଭିନ୍ନ ଆଉଟସୋର୍ସିଙ୍ଗରେ ଚାକିରି କରାଇ ଦେବାକୁ କହି ଠକୁଥିବା ବେଳେ ଏହି ଠକାମିରେ ଆହୁରି ଅନେକଙ୍କ ସମ୍ପୃକ୍ତି ଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe