ଶିମିଳିପାଳରୁ ୩ ଶିକାରୀ ଗିରଫ

Advertisment

ଶିମିଳିପାଳ ପାଦଦେଶ ଠାକୁରମୁଣ୍ଡା ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ କମ୍ପାର୍ଟମେଣ୍ଟ ଏସଏଲ -୪ ନୂଆ ମଇଁଷିଗୋଠ ନିକଟରୁ ଚଢାଉ କରି ହରିଣ ମାରିଥିବା ଅପରାଧରେ ୩ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି l

Updated On

ଶିମିଳିପାଳ ପାଦଦେଶ ଠାକୁରମୁଣ୍ଡା ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ କମ୍ପାର୍ଟମେଣ୍ଟ ଏସଏଲ -୪ ନୂଆ ମଇଁଷିଗୋଠ ନିକଟରୁ ଚଢାଉ କରି ହରିଣ ମାରିଥିବା ଅପରାଧରେ ୩ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି l

ଅଦ୍ୟତନ ହୋଇଛି
arrest

ଠାକୁରମୁଣ୍ଡା: ଶିମିଳିପାଳ ପାଦଦେଶ ଠାକୁରମୁଣ୍ଡା ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ କମ୍ପାର୍ଟମେଣ୍ଟ ଏସଏଲ -୪ ନୂଆ ମଇଁଷିଗୋଠ ନିକଟରୁ ଚଢାଉ କରି ହରିଣ ମାରିଥିବା ଅପରାଧରେ ୩ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି l ୩ ଜଣ ଆସାମୀଙ୍କୁ କୋର୍ଟ ଚାଲାଣ କରିବା ପରେ ଜାମିନ ନାମଞ୍ଜୁର ହେବାରୁ ହାଜତକୁ ପଠାଇ ଦିଆଯାଇଛି | ଘଟଣାରୁ ପ୍ରକାଶଯେ, ଠାକୁରମୁଣ୍ଡା ବ୍ଲକ କେଶଡିହା ଗ୍ରାମପଞ୍ଚାୟତ ମଣ୍ଡଳଝରି ଓ ଚିରୁପଦା ଗ୍ରାମର କିଛି ଶିକାରୀ ଶିମିଳିପାଳ ଅଭୟାରଣ୍ୟ ଏସଏଲ -୪ ରେ ପ୍ରବେଶ କରି ହରିଣ ଶିକାର କରି ଭାଗ ବଣ୍ଟା କରି ମାଂସ ନେଇଯାଇଥିଲେ l

 ଖବର ପାଇ ବନ ବିଭାଗ କର୍ମଚାରୀ ତନାଘନା କରି ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ l ସେମାନଙ୍କ ନିକଟରୁ ୧୦ଟି ଧନୁ, ୯ଟି ତୀର, ୨ଟି ହରିଣ ସିଙ୍ଗ ଜବତ ହୋଇଛି l ସେମାନଙ୍କ ନିକଟରେ ବନ୍ଧୁକ ରହିଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ତାଙ୍କ ଘର ଖାନତଲାସରୁ ବନ୍ଧୁକ ମିଳିନି l ଗିରଫ ସୁଦର୍ଶନ ପୂର୍ତ୍ତି (୩୬), କୁଶ ଶୁଣ୍ଢି (୨୫), ଦୁର୍ଯ୍ୟୋଧନ ପୂର୍ତ୍ତି (୫୫) ଙ୍କୁ ୨୦ ତାରିଖରେ କୋର୍ଟ ଚାଲାଣ କରାଯାଇଛି l

ଶିମିଳିପାଳ ଉତ୍ତରାଞ୍ଚଳ ବନଖଣ୍ଡ ଡେପୁଟି ଡାଇରେକ୍ଟର ଡି. ସାଇକିରଣଙ୍କ ନେତୃତ୍ୱରେ ଏସିଏଫ ହେମେନ କୁମାର ନାଏକ, ଫାଲଗୁନି ବେହେରା, ରେଞ୍ଜ ଅଫିସର ଦୁର୍ଗାଚରଣ ବାସ୍କେ, ଫରେଷ୍ଟର କିଶୋର କୁମାର ମହାନ୍ତବ, ମନୋରମା ଗିରି, ବନରକ୍ଷୀ ମାମିନା ନାଏକ, ସଦାନନ୍ଦ ଜେଟିଏଫ ଏବଂ ଠାକୁରମୁଣ୍ଡା ବନ୍ୟପ୍ରାଣୀ ବନାଞ୍ଚଳ କର୍ମଚାରୀ ଚଢାଉରେ ସାମିଲ ହୋଇଥିଲେ l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe