ବାଛୁରୀ ମାରି ମାଂସ ବିକ୍ରି ମାମଲାରେ ୩ ଗିରଫ, ୬ ଫେରାର

Advertisment

ସୁନ୍ଦରଗଡ ଜିଲ୍ଲା ଭସ୍ମl ଥାନା ମୁଣ୍ଡଗାଁରେ ବାଛୁରୀ ମାରି ମାଂସ ବିକ୍ରି। ଏହାକୁ କେନ୍ଦ୍ର କରି ମୁଣ୍ଡାଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ତାକୁ ଦୃଷ୍ଟିରେ ରଖି ପୁଲିସ ଘଟଣାର ୩ ଅଭିଯୁକ୍ତଙ୍କୁ ଅଟକ ରଖିଛି।

ସୁନ୍ଦରଗଡ ଜିଲ୍ଲା ଭସ୍ମl ଥାନା ମୁଣ୍ଡଗାଁରେ ବାଛୁରୀ ମାରି ମାଂସ ବିକ୍ରି। ଏହାକୁ କେନ୍ଦ୍ର କରି ମୁଣ୍ଡାଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ତାକୁ ଦୃଷ୍ଟିରେ ରଖି ପୁଲିସ ଘଟଣାର ୩ ଅଭିଯୁକ୍ତଙ୍କୁ ଅଟକ ରଖିଛି।

arrest

ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲା ଭସ୍ମl ଥାନା ମୁଣ୍ଡଗାଁରେ ବାଛୁରୀ ମାରି ମାଂସ ବିକ୍ରି। ଏହାକୁ କେନ୍ଦ୍ର କରି ମୁଣ୍ଡାଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ତାକୁ ଦୃଷ୍ଟିରେ ରଖି ପୁଲିସ ଘଟଣାର ୩ ଅଭିଯୁକ୍ତଙ୍କୁ ଅଟକ ରଖିଛି। ଅଭିଯୋଗ ଅନୁସାରେ, ଗାଁର କିଛି ଲୋକ ଗୋକୁଳାନନ୍ଦ ପଟେଲଙ୍କ ବାଛୁରୀ ଚୋରି କରିବା ସହ ତାକୁ କାଟି ମାଂସ ବିକ୍ରି ପାଇଁ ଘରେ ରଖିଥିଲେ। ଏହା ବାଛୁରୀ ମାଲିକ ଗୋକୁଳାନନ୍ଦ ପଟେଲ ଜାଣିବା ପରେ ହୋହାଲ୍ଲା କରିଥିଲେ।

ଖବର ପାଇ ସେଠାରେ  ଗ୍ରାମବାସୀ ପହଞ୍ଚି ବାଛୁରୀକୁ  ହତ୍ଯା କରିଥିବା ଲୋକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚିବା ପୂର୍ବରୁ ସେଠାରେ ବଜରଙ୍ଗ ଦଳ କର୍ମକର୍ତ୍ତା ପହଞ୍ଚିବା ପରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଲୋକେ ଦୁଇ ଜଣଙ୍କୁ ଧରି ପୁଲିସକୁ ହସ୍ତାନ୍ତର କରିଥିଲେ । ପୁଲିସ ଘଟଣାରେ ସଂପୃକ୍ତ ୨ ଜଣଙ୍କୁ ଗିରଫ କରି ନେଇଥିବା ବେଳେ ଅନ୍ୟ ୬ ଜଣ ବ୍ୟକ୍ତି ଫେରାର ଅଛନ୍ତି l ଗ୍ରାମରେ ଏହାକୁ ନେଇ ଉତ୍ତେଜନା ଲାଗିରହିଥିବାବେଳେ  ଉତ୍ତ୍ୟକ୍ତ ଲୋକେ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିବା ସୂଚନା ରହିଛି । ଘଟଣାସ୍ଥଳରେ ୨ ପ୍ଲାଟୁନ ପୁଲିସ ବଳ ମୁତୟନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe