୨୧ ବ୍ଲକରେ ନାହିଁ ଯୁକ୍ତ୩ କଲେଜ

Advertisment
୨୧ ବ୍ଲକରେ ନାହିଁ ଯୁକ୍ତ୩ କଲେଜ

Hindustan Times

ଭୁବନେଶ୍ୱର: ରାଜ୍ୟର ୩୧୪ ବ୍ଲକ ମଧ୍ୟରୁ ୨୯୩ଟିରେ ଯୁକ୍ତ୩ ଡିଗ୍ରି କଲେଜ ରହିଛି। ବାକି ୨୧ଟି ବ୍ଲକରେ ଡିଗ୍ରି କଲେଜ ନାହିଁ। ସେଠାରେ କଲେଜ ଖୋଲିବା ଲାଗି ରାଜ୍ୟ ସରକାର ବିଚାର ଜାରି ରଖିଛନ୍ତି ବୋଲି ଉଚ୍ଚଶିକ୍ଷା‌ ମନ୍ତ୍ରୀ ରୋହିତ ପୂଜାରୀ ବିଧାନସଭାରେ ସୂଚନା ଦେଇଛନ୍ତି। ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ ଏବେ ସୁଦ୍ଧା ରାଜ୍ୟରେ ୧୦୨୪ଟି କଲେଜ ରହିଛି। ୧୦ ଜିଲ୍ଲାର ୨୧ଟି ବ୍ଲକରେ ଆଦୌ କଲେଜ ନାହିଁ। ସେଥିମଧ୍ୟରୁ ନବରଙ୍ଗପୁରରେ ସର୍ବାଧିକ ୫ଟି ବ୍ଲକ ଯଥା ତେନ୍ତୁଲିଖୁଣ୍ଟି, କୋଷାଗୁମୁଡ଼ା, ଝରିଗାଁ, ରାଇଘର ଓ ନନ୍ଦାହାଣ୍ଡି। ସେହିପରି ରାୟଗଡ଼ା ଜିଲ୍ଲାର କାଶୀପୁର, କୋଲନାରା, ଚନ୍ଦ୍ରପୁର, ରମନାଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ, ଗୁରୁଣ୍ଡିଆ, କୁରମୁଣ୍ଡା, ଗଜପତି ଜିଲ୍ଲାର ଗୁମ୍ମା ଓ ନୂଆଗଡ଼, କୋରାପୁଟ ଜିଲ୍ଲାର ବନ୍ଧୁଗାଁ ଓ ନାରାୟଣପାଟଣା, ମୟୂରଭଞ୍ଜ ଜିଲ୍ଲାର ତିଗିରିଆ, ଖୋର୍ଦ୍ଧାର ଚିଲିକା, କନ୍ଧମାଳର ଖଜୁରୀପଡ଼ା, କଳାହାଣ୍ଡି ଜିଲ୍ଲାର ଧୁଆମୂଳରାମପୁର, ଗଞ୍ଜାମ ଜିଲ୍ଲାର ଧରାକୋଟରେ ଯୁକ୍ତ୩ ଡିଗ୍ରି କଲେଜ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe