୩ ଜୁଆଡ଼ି ଗିରଫ, ଟଙ୍କା ଓ ମୋବାଇଲ୍‌ ଜବତ

Advertisment

ବିବେକାନନ୍ଦପାଲି ବସ୍ତିରୁ ନିୟମିତ ବ୍ୟବଧାନରେ ଜୁଆଡ଼ି ଧରାପଡ଼ୁଥିବାବେଳେ ଆଜି ପ୍ଲାଣ୍ଟସାଇଟ୍‌ ଥାନା ଅଞ୍ଚଳରୁ ୩ ଜଣ ଧରାପଡ଼ିଛନ୍ତି। ଅଭିଯୁକ୍ତମାନେ ହେଲେ ନାଲାରୋଡ୍‌ର ଅସଗର ଅଲି(୫୮), ଗୋପବନ୍ଧୁପାଲିର ରମେଶ ବେହେରା(୩୨) ଏବଂ ମହମ୍ମଦ ନିସାର(୪୨)।

ବିବେକାନନ୍ଦପାଲି ବସ୍ତିରୁ ନିୟମିତ ବ୍ୟବଧାନରେ ଜୁଆଡ଼ି ଧରାପଡ଼ୁଥିବାବେଳେ ଆଜି ପ୍ଲାଣ୍ଟସାଇଟ୍‌ ଥାନା ଅଞ୍ଚଳରୁ ୩ ଜଣ ଧରାପଡ଼ିଛନ୍ତି। ଅଭିଯୁକ୍ତମାନେ ହେଲେ ନାଲାରୋଡ୍‌ର ଅସଗର ଅଲି(୫୮), ଗୋପବନ୍ଧୁପାଲିର ରମେଶ ବେହେରା(୩୨) ଏବଂ ମହମ୍ମଦ ନିସାର(୪୨)।

arrest

ରାଉରକେଲା: ରାଉରକେଲାରେ ବସ୍ତିଗୁଡ଼ିକରେ ସଟ୍ଟା ଏବଂ ଲଟେରି ଖେଳ ଦିନକୁ ଦିନ ବଢ଼ିବାରେ ଲାଗିଛି। ​ବିବେକାନନ୍ଦପାଲି ବସ୍ତିରୁ ନିୟମିତ ବ୍ୟବଧାନରେ ଜୁଆଡ଼ି ଧରାପଡ଼ୁଥିବାବେଳେ ଆଜି ପ୍ଲାଣ୍ଟସାଇଟ୍‌ ଥାନା ଅଞ୍ଚଳରୁ ୩ ଜଣ ଧରାପଡ଼ିଛନ୍ତି। ଅଭିଯୁକ୍ତମାନେ ହେଲେ ନାଲାରୋଡ୍‌ର ଅସଗର ଅଲି(୫୮), ଗୋପବନ୍ଧୁପାଲିର ରମେଶ ବେହେରା(୩୨) ଏବଂ ମହମ୍ମଦ ନିସାର(୪୨)। ସେମାନଙ୍କଠାରୁ ୧୧ହଜାର ୨୦୦ ଟଙ୍କା, ଗୋଟିଏ ଡାଏରୀ ଏବଂ ୨ଟି ମୋବାଇଲ୍‌ ଜବତ କରାଯାଇଛି।

ନାଲାରୋଡ୍‌ସ୍ଥ ଫିରୋଜ୍‌ ମେଡିକାଲ ଷ୍ଟୋର ନିକଟରେ ୩ ଜୁଆଡ଼ି ପସରା ମେଲିଥିଲେ। ମୋଟା ଅଙ୍କର ଟଙ୍କା ଫେରସ୍ତ କରିବା ଆଳ ଦେଖାଇ ସାଧାରଣବର୍ଗର ଲୋକଙ୍କୁ ପ୍ରଲୋଭିତ କରି ଟଙ୍କା ଆଦାୟ କରୁଥିଲେ। ଠିକ୍‌ ଖେଳ ଚାଲିଥିବାବେଳେ ପୁଲିସ ସେଠାରେ ପହଞ୍ଚିଥିଲା। ପୁଲିସ ୩ ଜଣଙ୍କୁ କାବୁ କରିବା ସହ ନଗଦ ଟଙ୍କା, ମୋବାଇଲ୍‌ ଏବଂ ଲୋକଙ୍କ ଯୋଗାଯୋଗ ନମ୍ବର ଥିବା ଡାଏରୀ ଜବତ କରିଛି। ସେମାନଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି। ଏହି ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଗୋଟିଏ ଲେଖାଏଁ ମାମଲା ରହିଛି। ଅସଗର ନାଁରେ ଠକେଇ, ନିସାର ନାଁରେ ଜୁଆଖେଳ ଏବଂ ରମେଶ ନାଁରେ ମହିଳା ପୁଲିସ ଅଧିକାରୀଙ୍କୁ ଗାଳିଗୁଲଜ, ନିରୀହ ଲୋକଙ୍କୁ ଧମକ ଦେବା ଭଳି ମାମଲା ରହିଛି।
   

ସୂଚନାନୁଯାୟୀ, ଗତକାଲି ଦିନ ପ୍ରାୟ ୨ଟା ବେଳେ ନାଲାରୋଡ୍‌ସ୍ଥ ଫିରୋଜ୍‌ ମେଡିକାଲ ଷ୍ଟୋର ନିକଟରେ ୩ ଜୁଆଡ଼ି ପସରା ମେଲିଥିଲେ। ମୋଟା ଅଙ୍କର ଟଙ୍କା ଫେରସ୍ତ କରିବା ଆଳ ଦେଖାଇ ସାଧାରଣବର୍ଗର ଲୋକଙ୍କୁ ପ୍ରଲୋଭିତ କରି ଟଙ୍କା ଆଦାୟ କରୁଥିଲେ। ଠିକ୍‌ ଖେଳ ଚାଲିଥିବାବେଳେ ପୁଲିସ ସେଠାରେ ପହଞ୍ଚିଥିଲା। ପୁଲିସ ୩ ଜଣଙ୍କୁ କାବୁ କରିବା ସହ ନଗଦ ଟଙ୍କା, ମୋବାଇଲ୍‌ ଏବଂ ଲୋକଙ୍କ ଯୋଗାଯୋଗ ନମ୍ବର ଥିବା ଡାଏରୀ ଜବତ କରିଛି। ସେମାନଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି। ଏହି ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଗୋଟିଏ ଲେଖାଏଁ ମାମଲା ରହିଛି। ଅସଗର ନାଁରେ ଠକେଇ, ନିସାର ନାଁରେ ଜୁଆଖେଳ ଏବଂ ରମେଶ ନାଁରେ ମହିଳା ପୁଲିସ ଅଧିକାରୀଙ୍କୁ ଗାଳିଗୁଲଜ, ନିରୀହ ଲୋକଙ୍କୁ ଧମକ ଦେବା ଭଳି ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe