ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ନଗର ଥାନା ଅନ୍ତର୍ଗତ ବଳରାମପ୍ରସାଦ କଇଁଫୁଲିଆସାହିରେ ଟଙ୍କା ପାଇଁ ଗୋଟିଏ ପରିବାରର ଦାଦା ଓ ପୁତୁରାକୁ କାଙ୍କ, କଟରାରେ ଆକ୍ରମଣ ହୋଇଛି। ଫଳରେ ତିନି ଜଣ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।
ମିଳିଥିବା ଖବର ଅନୁସାରେ, କଇଁଫୁଲିଆ ସାହିର ଅଚ୍ୟୁତାନନ୍ଦ ନାଏକଙ୍କ ଗୋଟିଏ ସଜାରେ ଜାଗା ରହିଛି। ସେମାନେ ଜାଗାର ପଟା ଫାଡ଼ି ନଥିବା ବେଳେ ଅଚ୍ୟୁତାନନ୍ଦଙ୍କ ଭାଗରେ ପଡିଥିବା ଜାଗାରେ ରେଲୱେ ଜମି ଅଧିଗ୍ରହଣ କରିଛି। ଫଳରେ ଅଚ୍ୟୁତାନନ୍ଦଙ୍କୁ ରେଲୱେ ଟଙ୍କା ଦେଇଛି। ତେଣୁ ସେହି ଟଙ୍କାରୁ ଅଚ୍ୟୁତାନନ୍ଦଙ୍କ ଭିଣୋଇ ବସନ୍ତ ନାଏକଙ୍କ ପରିବାର ଟଙ୍କା ମାଗୁଥିବା ଅଚ୍ୟୁତାନନ୍ଦ କହିଛନ୍ତି। ତେଣୁ ଟଙ୍କା ପାଇଁ ଆଜି ଅଚ୍ୟୁତାନନ୍ଦକୁ ବସନ୍ତ ନାଏକଙ୍କ ପରିବାରର ତିନିଜଣ ପୁରୁଷ ଓ ତିନି ଚାରି ଜଣ ଜଣ ମହିଳା କାଙ୍କ ଓ କଟରାରେ ମୁଣ୍ତ ଓ ଗୋଡ଼କୁ ଆକ୍ରମଣ କରିଥିଲେ।
କଇଁଫୁଲିଆ ସାହିର ଅଚ୍ୟୁତାନନ୍ଦ ନାଏକଙ୍କ ଗୋଟିଏ ସଜାରେ ଜାଗା ରହିଛି। ସେମାନେ ଜାଗାର ପଟା ଫାଡ଼ି ନଥିବା ବେଳେ ଅଚ୍ୟୁତାନନ୍ଦଙ୍କ ଭାଗରେ ପଡିଥିବା ଜାଗାରେ ରେଲୱେ ଜମି ଅଧିଗ୍ରହଣ କରିଛି। ଫଳରେ ଅଚ୍ୟୁତାନନ୍ଦଙ୍କୁ ରେଲୱେ ଟଙ୍କା ଦେଇଛି। ତେଣୁ ସେହି ଟଙ୍କାରୁ ଅଚ୍ୟୁତାନନ୍ଦଙ୍କ ଭିଣୋଇ ବସନ୍ତ ନାଏକଙ୍କ ପରିବାର ଟଙ୍କା ମାଗୁଥିବା ଅଚ୍ୟୁତାନନ୍ଦ କହିଛନ୍ତି। ତେଣୁ ଟଙ୍କା ପାଇଁ ଆଜି ଅଚ୍ୟୁତାନନ୍ଦକୁ ବସନ୍ତ ନାଏକଙ୍କ ପରିବାରର ତିନିଜଣ ପୁରୁଷ ଓ ତିନି ଚାରି ଜଣ ଜଣ ମହିଳା କାଙ୍କ ଓ କଟରାରେ ମୁଣ୍ତ ଓ ଗୋଡ଼କୁ ଆକ୍ରମଣ କରିଥିଲେ।
ତେଣୁ ଅଚ୍ୟୁତାନନ୍ଦ ଚିତ୍କାର କରିବାରୁ ତାଙ୍କର ଦୁଇ ଜଣ ପୁତୁରା ସୁରଥ ନାଏକ ଓ ରାଜେଶ୍ ନାଏକ ଛଡ଼ାଇବାରୁ ଦୁଇ ଜଣଙ୍କ ମୁଣ୍ଡକୁ ମଧ୍ୟ ହାଣି ଦେଇଛନ୍ତି। ଯାହା ଫଳରେ ତିନି ଜଣ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସା ହେଉଛନ୍ତି।
Follow Us