ଫୁଲବାଣୀ: କନ୍ଧମାଳ ଜିଲ୍ଲାର ରାଇକିଆ ନନ୍ଦାବାଲି ସଂରକ୍ଷିତ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ଜଣ ମାଓବାଦୀ ନିହତ ହୋଇଛନ୍ତି। ନିହତ ୨ ମାଓବାଦୀଙ୍କ ମଧ୍ୟରେ ଜଣେ ପୁରୁଷ ଥିଲାବେଳେ ଜଣେ ମହିଳା ମାଓବାଦୀ ଅଛନ୍ତି। ପୁଲିସ ଗୁଳିରେ ପ୍ରାଣ ହରାଇଥିବା ପୁରୁଷ ମାଓବାଦୀ ହେଉଛି କେକେବିଏନ୍ ମାଓ ଡିଭିଜନର ଡେପୁଟି କମାଣ୍ଡାର ଜଗେଶ ଏବଂ ମହିଳା ମାଓବାଦୀ ହେଉଛି ରତ୍ନା। ଉଭୟ ନିହତ ମାଓବାଦୀ ଛତିଶଗଡ଼ର ସୁକ୍ମା ଜିଲ୍ଲାର। ଜଗେଶ ମୁଣ୍ଡରେ ୨୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିବାବେଳେ ରତ୍ନା ମୁଣ୍ଡରେ ୧ ଲକ୍ଷ ୬୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ବୋଲି ଆଜି ଫୁଲବାଣୀଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଡିଜି (ଆଣ୍ଟି ନକ୍ସଲ ଅପରେସନ) ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।
ଆହୁରି ପଢ଼ନ୍ତୁ;Minor boy attacked with knife: ଭୋପାଳରେ ନାବାଳକଙ୍କୁ ଛୁରି ଓ କଟୁରିରେ ଆକ୍ରମଣ କଲେ ସହପାଠୀ, ଅଧ ମିନିଟରେ ୨୭ ଥର ଛୁରାମାଡ଼
ରାଇକିଆ ଥାନା ଅଞ୍ଚଳର ନନ୍ଦାବାଲି ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀମାନେ ଠୁଳ ହୋଇଥିବାର ସୂଚନା ପାଇ ଗତ ୨୦ ତାରିଖ ରାତିରେ ସିଆର୍ପିଏଫ୍, ଏସ୍ଓଜି ଏବଂ ଡିଭିଏଫ୍ର ମିଳିତ ଚଢ଼ାଉ କରାଯାଇଥିଲା। ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ସମୟରେ ମାଓବାଦୀମାନେ ମୁହାଁମୁହିଁ ହୋଇଥିଲେ। ଉଭୟଙ୍କ ପକ୍ଷରୁ ଗୁଳିଚାଳନା କରାଯାଇଥିଲା। ଗତକାଲି ଦିନ ୧୧ଟା ସମୟରେ ଗୁଳି ବିନିମୟ ଚାଲିଥିବାବେଳେ ୨ ଜଣ ମାଓବାଦୀ ନିହତ ହୋଇଥିଲେ। ପୁଲିସ ସର୍ଚ୍ଚ ଅପରେସନ ସରି ମାଓ ଶିବିରକୁ ଧ୍ବଂସ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ କରିଥିଲା। ଜବତ ହୋଇଥିବା ମାଓ ସାମଗ୍ରୀ ମଧ୍ୟରେ ଗୋଟିଏ ଏକେ-୪୭ ରାଇଫଲ, ଗୋଟିଏ ୟୁବିଜିଏଲ୍, ଗୋଟିଏ ୭.୬୨ ଏମ୍ଏମ୍ ଗୁଳିଭର୍ତ୍ତି ରାଇଫଲ, ଗୋଟିଏ ଇନ୍ସାସ୍ ମାଗାଜିନ୍, ୨ଟା ଏସ୍ଏଲ୍ଆର୍ ମାଗାଜିନ୍, ଗୋଟିଏ ଏକ-୪୭ ମାଗାଜିନ୍, ୬ଟା ୟୁବିଜିଏଲ୍ ଗ୍ରେନେଡ୍, ୧୧ଟି ଏକେ-୪୭ ବଲ୍ ଆମୁନିସନ, ୪ଟା ଇନ୍ସାସ୍ ବଲ ଆମୁନିସନ, ୪ଟା ଏସ୍ଏଲ୍ଆର ବଲ୍ ଆମୁନିସନ, ୩ଟି ଡିଟୋନେଟର, କୋଡେକ୍ସ, ମାଗାଜିନ୍ ପାଉଚ୍, ହାଭରସାକ୍ ବ୍ୟାଗ୍, ୱାକିଟକି, ସୋଲାର ପ୍ୟାନେଲ, ଟର୍ଚ୍ଚ ଲାଇଟ୍, ପାୱାର ବ୍ୟାଙ୍କ, ମାଓ ପତ୍ରିକା, କାଲକୁଲେଟର, ଔଷଧ, ପଲିଥିନ, ଜୋତା, ବାସନକୁସନ, ଛତା, ଶୀତବସ୍ତ୍ର ଆଦି ରହିଛି।
ଆହୁରି ପଢ଼ନ୍ତୁ;RSS: ଆର୍ଏସ୍ଏସ୍ ହିନ୍ଦୁତ୍ବ ରାଜନୀତିରେ ନୁହେଁ, ରାଷ୍ଟ୍ର ନିର୍ମାଣରେ ବିଶ୍ବାସ କରେ: ଭାଗବତ
ବର୍ତ୍ତମାନ କନ୍ଧମାଳ ଜିଲ୍ଲାରେ ୩୦ ପାଖାପାଖି ମାଓବାଦୀ କାର୍ଯ୍ୟ କରୁଛନ୍ତି। ପୁଲିସ ପକ୍ଷରୁ ନିୟମିତ ଭାବେ କମ୍ବିଂ ଅପରେସନ ଜାରି ରହିଛି ଏବଂ ଆଗାମୀ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା କନ୍ଧମାଳକୁ ମାଓମୁକ୍ତ କରାଯିବ ବୋଲି ଏଡିଜି ଶ୍ରୀ ପଣ୍ଡା କହିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ଅଖିଳେଶ୍ବର ସିଂହ, ଆଇଜି ଦୀପକ କୁମାର, ଆଇଜି ନିତି ଶେଖର, କନ୍ଧମାଳ ଏସ୍ପି ହରିଶ ବିସି, କନ୍ଧମାଳ ଏଏସ୍ପି ରମେନ୍ଦ୍ର ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ମାର୍ଚ୍ଚ ୩୧ ସୁଦ୍ଧା ସମଗ୍ର ଦେଶକୁ ମାଓମୁକ୍ତ କରିବାକୁ ଆହ୍ବାନ ଦେଇଛନ୍ତି ଏବଂ ପୁଲିସ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଜୋରଦାର କରିଛି।
ଆହୁରି ପଢ଼ନ୍ତୁ;Gang-Raped In Bangladesh: ବାଂଲାଦେଶରେ ଭିନ୍ନକ୍ଷମ ହିନ୍ଦୁ ଯୁବତୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ
ଗତ ଡିସେମ୍ବର ମାସ ୨୪ ଓ ୨୫ ତାରିଖରେ ଚକାପାଦ ଥାନା ଅନ୍ତର୍ଗତ କନ୍ଧମାଳ-ଗଞ୍ଜାମ ସୀମାବର୍ତ୍ତୀ ରାଣିକିଆରି ଓ ଭାଲିଙ୍ଗିଆ ଜଙ୍ଗଲରେ ଏବଂ ବେଲଘର ଥାନା ଅନ୍ତର୍ଗତ ଗୁମ୍ମା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ କେକେବିଏନ୍ ମାଓ ଡିଭିଜନର କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେଙ୍କ ସମେତ ମୋଟ ଜଣ ମାଓବାଦୀ ନିହତ ହୋଇଥିଲେ। ଏହି ଅପରେସନ ଫଳରେ ପୁଲିସର ମନୋବଳ ବୃଦ୍ଧି ପାଇଥିଲା। ଏହି ଘଟଣା ପରେ ଚଳିତ ମାସ ୬ ତାରିଖରେ ୪ ଜଣ ମାଓବାଦୀ କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ।
Follow Us