ରାସ୍ତା ପଚାରିବା ଆଳରେ ମହିଳାଙ୍କ ବେକରୁ ମଙ୍ଗଳସୂତ୍ର ଝାମ୍ପି ନେଲେ ଦୁର୍ବୃତ୍ତ

Advertisment

ରାସ୍ତା ପଚାରିବା ବାହାନା କରି ମହିଳାଙ୍କ ବେକରୁ ଝାମ୍ପି ନେଲେ ମଙ୍ଗଳସୂତ୍ର। ଭୋର ସକାଳୁ ଫୁଲ ତୋଳୁ ଥିବାବେଳେ ବାଇକରେ ଆସି ତିନି ଜଣ ଦୁର୍ବୃତ୍ତ ମାଡ଼ିବସି ଝାମ୍ପି ନେଲେ ମଙ୍ଗଳସୂତ୍ର। ମଙ୍ଗଳସୂତ୍ର ୧୭ ଗ୍ରାମ୍ ଓଜନର ହୋଇଥିବା ବେଳେ ୧ ଲକ୍ଷ ୩୦ ହଜାର ଟଙ୍କା ହେବ ବୋଲି ମହିଳା ଜଣକ ପ୍ରକାଶ କରିଛନ୍ତି।

as

ବୈପାରିଗୁଡ଼ା: ଭୋର୍ ସକାଳୁ ବୈପାରିଗୁଡ଼ା ତଳ ସାହିର ଅବସରପ୍ରାପ୍ତ ପୁଲିସ ଏସ୍ଆଇ ରବିନ୍ଦ୍ରନାଥ ଦାସଙ୍କ ପତ୍ନୀ ମଞ୍ଜୁଲତା ଦାସ ସବୁଦିନ ଭଳି ଆଜି ମଧ୍ୟ ଫୁଲ ତୋଳିବା ପାଇଁ ବାହାରିଥିଲେ। ବୀରଖମ୍ବ ସାହିର ଗୀର୍ଜାଘର ନିକଟରେ ଥିବା ଫୁଲ ଗଛରୁ ଫୁଲ ତୋଳୁ ଥିବାବେଳେ ତିନି ଜଣ ଦୁର୍ବୃତ୍ତ କଳା ରଙ୍ଗର ବାଇକରେ ଆସି ଟାଙ୍ଗିଣିଗୁଡା ରାସ୍ତା କୁଆଡ଼େ ଯିବାକୁ ପଡ଼ିବ ବୋଲି ପଚାରିଥିଲେ। 

ରାସ୍ତା ଦେଖାଇବା ସମୟରେ ତିନି ଜଣ ଲୁଟେରା ମଞ୍ଜୁଲତାଙ୍କୁ ମାଡ଼ି ବସି ବେକରେ ପିନ୍ଧିଥିବା ୧୭ ଗ୍ରାମ୍ ଓଜନର ମଙ୍ଗଳସୂତ୍ର ଝାମ୍ପି ନେଇଥିଲେ। ଏହାର ମୂଲ୍ୟ ୧ ଲକ୍ଷ ୩୦ ହଜାର ଟଙ୍କା ହେବ ବୋଲି ମଞ୍ଜୁଲତା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe