ଗୁଣିଗାରେଡ଼ି ସନ୍ଦେହରେ ୩ଜଣଙ୍କୁ ଗଛରେ ବାନ୍ଧି ମାଡ଼

Advertisment

ଗୁଣିଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ୩ଜଣଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟିଛନ୍ତି ଗ୍ରାମବାସୀ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଗୁଣିଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ୩ଜଣଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟିଛନ୍ତି ଗ୍ରାମବାସୀ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

titled

ସୋର: ଗୁଣିଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ୩ଜଣଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟିଛନ୍ତି ଗ୍ରାମବାସୀ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ ଆଡ ବ୍ଲକ ମହୁମୁହାଣ ପଂଚାୟତ ମଲ୍ଲିଚୁଆ ଗ୍ରାମର ଚାଇତା ସିଂ ଗତ ଶନିବାର ଦିନ ଘରେ ପୂଜା କରୁଥିଲେ। ଗ୍ରାମବାସୀମାନେ ତାଙ୍କୁ ବିରୋଧ କରିବା ସହିତ ଚାଇତା ଗୁଣିଗାରେଡ଼ି କରି ଗ୍ରାମର ଅନେକ ଲୋକଙ୍କୁ ଅସୁସ୍ଥ କରି ମାରୁଥିବାର ଅଭିଯୋଗ ଆଣି ତାଙ୍କୁ ମାଡ଼ ମାରିଥିଲେ। ଏହାକୁ ତାଙ୍କ ସ୍ତ୍ରୀ ମୁନି ସିଂ ଓ ଭାଉଜ ଟୁନି ସିଂ ବିରୋଧ କରିବାରୁ ସମସ୍ତଙ୍କୁ ଗ୍ରାମରେ ଥିବା ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଗ୍ରାମବାସୀଙ୍କ ରାଗ ଏତେ ଥିଲା ଯେ ଗତ ଶନିବାର ମଧ୍ୟାହ୍ନରୁ ସେମାନଙ୍କୁ ବାନ୍ଧି ଆଜି ପର୍ଯ୍ୟନ୍ତ ରଖିଛନ୍ତି ଓ ମନଇଚ୍ଛା ଯିଏ ନାହିଁ ସେ ମାଡ଼ ମାରୁଛନ୍ତି। ଏବାବଦାରେ ଚାଇତାଙ୍କ ଭଣଜା ଜାଣିବା ପରେ ଆଜି ସକାଳେ ସୋର ଥାନାକୁ ଅଭିଯୋଗ ପାଇଁ ଯାଇଥିଲେ। ମାତ୍ର ଦୀର୍ଘ ଦୁଇ ଘଣ୍ଟା ଥାନାରେ ଅପେକ୍ଷା କରି ବାଗୁଡି ବଜାରରେ ଅପେକ୍ଷା କରିଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୧୨ କୁ ଯୋଗାଯୋଗ କରିଛନ୍ତି। ମାତ୍ର ଖବର ଲେଖାଯିବା ପର୍ଯ୍ୟନ୍ତ ପୁଲିସ ପହଞ୍ଚି ନଥିବା ଜଣାପଡିଛି।  ଏତେ ବଡ଼ ଘଟଣାକୁ ସୋର ପୁଲିସର ଏପରି ଅବହେଳା ପାଇଁ ସାଧରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe