ତିନିଟା ଦୋକାନ ପୋଡ଼ି ଦେଲେ ଦୁର୍ବୃତ୍ତ, ୪ ଲକ୍ଷରୁ ଊର୍ଦ୍ଧ୍ୱ ମୂଲ୍ୟର ସାମଗ୍ରୀ ଧ୍ବଂସ

କୁଜଙ୍ଗ ଥାନା ଅନ୍ତର୍ଗତ ଅରଖିଆ ଗ୍ରାମ ଗଜଲକ୍ଷ୍ମୀ ମଣ୍ଡପ ଛକରେ ଥିବା ସେହି ଗ୍ରାମର ସର୍ବେଶ୍ଵର ବିଶ୍ଵାଳଙ୍କ ଷ୍ଟେସନାରୀ ଦୋକାନ, ଶ୍ରୀନାଥ ଦାସଙ୍କ ତେଜରାତି ଦୋକାନ ଓ ଅଭୟ ବାରିକଙ୍କ ସେଲୁନକୁ କେହି ଦୁର୍ବୃତ୍ତ ପୋଡ଼ି ଦେଇଥିବା ନେଇ କୁଜଙ୍ଗ ଥାନାରେ ଅଭିଯୋଗ ହୋଇଛି।

bhi

କୁଜଙ୍ଗ: ଗତକାଲି ବିଳମ୍ବିତ ରାତିରେ କୁଜଙ୍ଗ ଥାନା ଅନ୍ତର୍ଗତ ଅରଖିଆ ଗ୍ରାମ ଗଜଲକ୍ଷ୍ମୀ ମଣ୍ଡପ ଛକରେ ଥିବା ସେହି ଗ୍ରାମର ସର୍ବେଶ୍ଵର ବିଶ୍ଵାଳଙ୍କ ଷ୍ଟେସନାରୀ ଦୋକାନ, ଶ୍ରୀନାଥ ଦାସଙ୍କ ତେଜରାତି ଦୋକାନ ଓ ଅଭୟ ବାରିକଙ୍କ ସେଲୁନକୁ କେହି ଦୁର୍ବୃତ୍ତ ପୋଡ଼ି ଦେଇଥିବା ନେଇ କୁଜଙ୍ଗ ଥାନାରେ ଅଭିଯୋଗ ହୋଇଛି। ଉପରୋକ୍ତ ତିନି ଜଣ ବ୍ୟକ୍ତି ପ୍ରାୟ ୧୪ ବର୍ଷ ହେବ ସେହି ଛକରେ ଚାଳ ଘରରେ ଦୋକାନ କରି ପରିବାର ପ୍ରତିପୋଷଣ କରି ଆସୁଥିଲେ।

ରାତି ପ୍ରାୟ ସାଢେ ଗୋଟାଏ  ସମୟରେ ଦୋକାନରେ ନିଆଁ ଲାଗି ଜଳୁଥିବର ଦେଖି ଗ୍ରାମର କେତେକ ଲୋକେ ସେମାନଙ୍କୁ ଡାକ ପକାଇଥିଲେ। ସେମାନେ ଆସି ଦେଖିଲା ବେଳକୁ ଦୋକାନ ତିନିଟା ହୁତୁହୂତୁ ହୋଇ ଜଳୁଛି। କୁଜଙ୍ଗ ଅଗ୍ନିଶମ ବାହିନୀକୁ ଖବର ଦେବାରେ ସେମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଦୋକାନ ସମେତ ସେଥିରେ ଥିବା ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିଲା । ମନୋହରୀ ଦୋକାନରେ ୧ ଲକ୍ଷ ୨୦ ହଜାର ଟଙ୍କାର ସାମଗ୍ରୀ ସମେତ ଖୁଚୁରା ୩ ହଜାର ଟଙ୍କା ଥିବା ବେଳେ , ତେଜରାତି  ଦୋକାନ ରେ ୨ ଲକ୍ଷ ୫୦ ହଜାର ଟଙ୍କାର ସାମଗ୍ରୀ ଓ ସେଲୁନର ୫୦ ହଜାର ଟଙ୍କାର ସାମଗ୍ରୀ ପୋଡ଼ି ଯାଇଥିବା ନେଇ ସର୍ବେଶ୍ଵର ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି କେହି ଦୁର୍ବୃତ୍ତ ତାଙ୍କ ଦୋକାନରେ ନିଆଁ ଲଗାଇ ପୋଡ଼ିଦେଇଛନ୍ତି । ପୁଲିସ ତଦନ୍ତ କରି ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି।

ରାତି ପ୍ରାୟ ସାଢେ ଗୋଟାଏ  ସମୟରେ ଦୋକାନରେ ନିଆଁ ଲାଗି ଜଳୁଥିବର ଦେଖି ଗ୍ରାମର କେତେକ ଲୋକେ ସେମାନଙ୍କୁ ଡାକ ପକାଇଥିଲେ। ସେମାନେ ଆସି ଦେଖିଲା ବେଳକୁ ଦୋକାନ ତିନିଟା ହୁତୁହୂତୁ ହୋଇ ଜଳୁଛି। କୁଜଙ୍ଗ ଅଗ୍ନିଶମ ବାହିନୀକୁ ଖବର ଦେବାରେ ସେମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଦୋକାନ ସମେତ ସେଥିରେ ଥିବା ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିଲା ।

ମନୋହରୀ ଦୋକାନରେ ୧ ଲକ୍ଷ ୨୦ ହଜାର ଟଙ୍କାର ସାମଗ୍ରୀ ସମେତ ଖୁଚୁରା ୩ ହଜାର ଟଙ୍କା ଥିବା ବେଳେ , ତେଜରାତି  ଦୋକାନ ରେ ୨ ଲକ୍ଷ ୫୦ ହଜାର ଟଙ୍କାର ସାମଗ୍ରୀ ଓ ସେଲୁନର ୫୦ ହଜାର ଟଙ୍କାର ସାମଗ୍ରୀ ପୋଡ଼ି ଯାଇଥିବା ନେଇ ସର୍ବେଶ୍ଵର ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି କେହି ଦୁର୍ବୃତ୍ତ ତାଙ୍କ ଦୋକାନରେ ନିଆଁ ଲଗାଇ ପୋଡ଼ିଦେଇଛନ୍ତି । ପୁଲିସ ତଦନ୍ତ କରି ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe