୬ ଘଣ୍ଟା ବ୍ୟବଧାନରେ ୩ଟି ରେଳ ଦୁର୍ଘଟଣା: ୭ ୱାଗନ୍‌ ଲାଇନ୍‌ଚ୍ୟୁତ

Advertisment

ମାତ୍ର ୬ ଘଣ୍ଟା ବ୍ୟବଧାନରେ ବନ୍ଧମୁଣ୍ଡା ରେଳ ସେକ୍ସନରେ ୩ଟି ମାଲବାହୀ ଟ୍ରେନ୍ ଦୁର୍ଘଟଣା ଘଟିଥିଲା। ପ୍ରଥମ ଘଟଣାରେ ଏକ ମାଲବାହୀ ଗାଡ଼ି ପଛକୁ ଗଡ଼ିଥିବାବେଳେ ଅନ୍ୟ ଦୁଇଟି ଘଟଣାରେ ମାଲବାହୀ ଗାଡ଼ିର ୱାଗନ୍‌ ଲାଇନ୍‌ଚ୍ୟୁତ ହୋଇଥିଲା।

ମାତ୍ର ୬ ଘଣ୍ଟା ବ୍ୟବଧାନରେ ବନ୍ଧମୁଣ୍ଡା ରେଳ ସେକ୍ସନରେ ୩ଟି ମାଲବାହୀ ଟ୍ରେନ୍ ଦୁର୍ଘଟଣା ଘଟିଥିଲା। ପ୍ରଥମ ଘଟଣାରେ ଏକ ମାଲବାହୀ ଗାଡ଼ି ପଛକୁ ଗଡ଼ିଥିବାବେଳେ ଅନ୍ୟ ଦୁଇଟି ଘଟଣାରେ ମାଲବାହୀ ଗାଡ଼ିର ୱାଗନ୍‌ ଲାଇନ୍‌ଚ୍ୟୁତ ହୋଇଥିଲା।

bhu

ବନ୍ଧମୁଣ୍ଡା: ରବିବାର ମାତ୍ର ୬ ଘଣ୍ଟା ବ୍ୟବଧାନରେ ବନ୍ଧମୁଣ୍ଡା ରେଳ ସେକ୍ସନରେ ୩ଟି ମାଲବାହୀ ଟ୍ରେନ୍ ଦୁର୍ଘଟଣା ଘଟିଥିଲା। ପ୍ରଥମ ଘଟଣାରେ ଏକ ମାଲବାହୀ ଗାଡ଼ି ପଛକୁ ଗଡ଼ିଥିବାବେଳେ ଅନ୍ୟ ଦୁଇଟି ଘଟଣାରେ ମାଲବାହୀ ଗାଡ଼ିର ୱାଗନ୍‌ ଲାଇନ୍‌ଚ୍ୟୁତ ହୋଇଥିଲା। ରବିବାର ସକାଳେଳ ବନ୍ଧମୁଣ୍ଡା ରେଳବାଇ ୟାର୍ଡରେ ରହିଥିବା ଏକ ମାଲବାହୀ ଟ୍ରେନ୍ ହଠାତ୍ ପଛକୁ ଗଡ଼ି ଯାଇଥିଲା। ଏହି ସମୟରେ ବନ୍ଧମୁଣ୍ଡାରୁ ଚକ୍ରଧରପୁର ପଟକୁ ଯାଉଥିବା ଏକ ମାଲବାହୀ ଟ୍ରେନ୍‌ର ୪ଟି ୱାଗନ୍‌ ଲାଇନ୍‌ଚ୍ୟୁତ ହୋଇଯାଇଥିଲା। ଘଟଣାଟି ବନ୍ଧମୁଣ୍ଡା ରେଳବାଇ ଏକ୍ସଚେଞ୍ଜ ୟାର୍ଡର ୧୪ ନମ୍ୱର ସେକ୍ସନର ୧୪ ନମ୍ବର ଲାଇନ୍‌ରେ ଘଟିଥିଲା। 

ସୂଚନା ଅନୁଯାୟୀ ସକାଳ ପ୍ରାୟ ୯.୩୦ ସମୟରେ ରେଳବାଇ ୟାର୍ଡର ରାଉରକେଲା ଅଭିମୁଖେ ତଥା ଏମ୍‌ କ୍ୟାବିନ୍ ନିକଟରେ ଏକ ମାଲବାହୀ ଟ୍ରେନ୍ ଅଟକି ରହିଥିଲା। ହଠାତ୍ ଟ୍ରେନ୍‌ଟି ପଛକୁ ଗଡ଼ିବାକୁ ଆରମ୍ଭ କରିଥିଲା। ଏହି ସମୟରେ ଏମ୍ କ୍ୟାବିନ୍‌ରୁ ଚକ୍ରଧରପୁର ଅଭିମୁଖେ ଯାଉଥିବା​ ଅନ୍ୟ ଏକ ମାଲବାହୀ ଟ୍ରେନ୍‌ର ୪ଟି ୱାଗନ୍‌ ଲାଇନ୍‌ଚ୍ୟୁତ ହୋଇଯାଇଥିଲା। ଲାଇନ୍‌ଚ୍ୟୁତ ହୋଇଥିବା ୪ଟି ୱାଗନ୍‌ ମଧ୍ୟରୁ ଗୋଟିଏ ସାମଗ୍ରୀରେ ଭର୍ତ୍ତି ହୋଇଥିବାବେଳେ ଅନ୍ୟ ୩ଟି ଖାଲିଥିବା ଜଣାପଡ଼ିଥିଲା। ଖବର ପାଇ ବରିଷ୍ଠ ରେଳବାଇ ଅଧିକାରୀ, ବୈଷୟିକ କର୍ମଚାରୀ ଓ ସୁରକ୍ଷାବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତୁରନ୍ତ ରିଲିଫ୍ ଓ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଥିଲା। ରେଳ କର୍ମଚାରୀମାନେ ଲାଇନ୍‌ଚ୍ୟୁତ ୱାଗନ୍‌ଗୁଡ଼ିକୁ ହଟାଇବା କାମରେ ଲାଗିଥିଲେ। ମାତ୍ର ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହେବା ଘଟଣା ପରେ ରେଳବାଇ ବିଭାଗ ପକ୍ଷରୁ ହୁଟର ବଜା ଯାଇନଥିବା ଆଲୋଚନାର ବିଷୟ ପାଲଟିଥିଲା। 

ସକାଳ ପ୍ରାୟ ୯.୩୦ ସମୟରେ ରେଳବାଇ ୟାର୍ଡର ରାଉରକେଲା ଅଭିମୁଖେ ତଥା ଏମ୍‌ କ୍ୟାବିନ୍ ନିକଟରେ ଏକ ମାଲବାହୀ ଟ୍ରେନ୍ ଅଟକି ରହିଥିଲା। ହଠାତ୍ ଟ୍ରେନ୍‌ଟି ପଛକୁ ଗଡ଼ିବାକୁ ଆରମ୍ଭ କରିଥିଲା। ଏହି ସମୟରେ ଏମ୍ କ୍ୟାବିନ୍‌ରୁ ଚକ୍ରଧରପୁର ଅଭିମୁଖେ ଯାଉଥିବା​ ଅନ୍ୟ ଏକ ମାଲବାହୀ ଟ୍ରେନ୍‌ର ୪ଟି ୱାଗନ୍‌ ଲାଇନ୍‌ଚ୍ୟୁତ ହୋଇଯାଇଥିଲା। ଲାଇନ୍‌ଚ୍ୟୁତ ହୋଇଥିବା ୪ଟି ୱାଗନ୍‌ ମଧ୍ୟରୁ ଗୋଟିଏ ସାମଗ୍ରୀରେ ଭର୍ତ୍ତି ହୋଇଥିବାବେଳେ ଅନ୍ୟ ୩ଟି ଖାଲିଥିବା ଜଣାପଡ଼ିଥିଲା। ଖବର ପାଇ ବରିଷ୍ଠ ରେଳବାଇ ଅଧିକାରୀ, ବୈଷୟିକ କର୍ମଚାରୀ ଓ ସୁରକ୍ଷାବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତୁରନ୍ତ ରିଲିଫ୍ ଓ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଥିଲା। ରେଳ କର୍ମଚାରୀମାନେ ଲାଇନ୍‌ଚ୍ୟୁତ ୱାଗନ୍‌ଗୁଡ଼ିକୁ ହଟାଇବା କାମରେ ଲାଗିଥିଲେ। ମାତ୍ର ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହେବା ଘଟଣା ପରେ ରେଳବାଇ ବିଭାଗ ପକ୍ଷରୁ ହୁଟର ବଜା ଯାଇନଥିବା ଆଲୋଚନାର ବିଷୟ ପାଲଟିଥିଲା।

ସେହିପରି ଅପରାହ୍ନ ପ୍ରାୟ ୩ଟା ସମୟରେ ବନ୍ଧମୁଣ୍ଡା ଡିଜେଲ ସେଡ୍ ନିକଟ ଡିଏମ୍‌ଟିସ୍ଥ ପୋଲ୍‌ ସଂଖ୍ୟା ୫୭ ନିକଟରେ ପୁଣି ଏକ ମାଲବାହୀ ଟ୍ରେନ୍‌ର ତିନୋଟି ୱାଗନ ଲାଇନ୍‌ଚ୍ୟୁତ ହୋଇଥିଲା। ଏହି ମାଲବାହୀ ଗାଡ଼ିର ୱାଗନ୍‌ଗୁଡ଼ିକରେ ଗେଟି ଲୋଡ୍ କରାଯାଇଥିଲା। ସୂଚନା ପାଇ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲାଇନ୍‌ଚ୍ୟୁତ ୱାଗନ୍‌କୁ ଟ୍ରାକ୍‌କୁ ଫେରାଇ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe