୩୫ କ୍ବିଣ୍ଟାଲ ମହୁଲ ଜବତ, ଜଣେ ଗିରଫ

Advertisment

୩୫ କ୍ବିଣ୍ଟାଲ ମହୁଲ ଜବତ, ଜଣେ ଗିରଫ। ଅଭିଯୁକ୍ତ ହେଲେ ବିଶ୍ରା ଅଞ୍ଚଳର ରବି ଗୋପ୍‌ (୩୦)। ଟ୍ରକ୍‌ରୁ ୩୫ କ୍ବିଣ୍ଟାଲ ମହୁଲ ଫୁଲ ଜବତ କରିବା ସହ ଅଭି​ଯୁକ୍ତକୁ କୋର୍ଟଚାଲାଣ କରାଯାଇଛି। ଜବତ ମହୁଲର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। 

arrested-1

ରାଉରକେଲା: ଝାଡ଼ଖଣ୍ଡ ସୀମା ସେପଟୁ ବିଶ୍ରାକୁ ଚାଲାଣ ହେଉଥିବା ବେଳେ ଏକ ମହୁଲ ବୋଝେଇ ଟ୍ରକ୍‌କୁ ଧରିଛି ରାଉରକେଲା ଅବକାରୀ ପୁଲିସ। ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଟ୍ରକ୍‌ ଚାଳକକୁ ଗିରଫ କରାଯାଇଛି। ଅଭିଯୁକ୍ତ ହେଲେ ବିଶ୍ରା ଅଞ୍ଚଳର ରବି ଗୋପ୍‌ (୩୦)। ଟ୍ରକ୍‌ରୁ ୩୫ କ୍ବିଣ୍ଟାଲ ମହୁଲ ଫୁଲ ଜବତ କରିବା ସହ ଅଭି​ଯୁକ୍ତକୁ କୋର୍ଟଚାଲାଣ କରାଯାଇଛି। ଜବତ ମହୁଲର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। 
 
ସୂଚନାନୁଯାୟୀ, ଗୁରୁବାର ସକାଳ ପ୍ରାୟ ୭ଟାରେ ଏକ ଟ୍ରକ୍ (ଜେଏଚ୍‌-୦୧ବିଡି-୭୮୫୯)ରେ ଝାଡ଼ଖଣ୍ଡରୁ ଓଡ଼ିଶା ସୀମାନ୍ତ ବିଶ୍ରା ଅଞ୍ଚଳକୁ ବିପୁଳ ପରିମାଣର ମହୁଲ ଚାଲାଣ କରାଯାଉଥିବା ନେଇ ଅବକାରୀ ଅଧୀକ୍ଷକ ସେଖ୍ ଆସଫ୍ ଅଲୀ ଜାଣିବାକୁ ପାଇଥିଲେ। ସେ ଏକ ଅବକାରୀ ଦଳକୁ ସକାଳୁ ବିଶ୍ରା ଅଞ୍ଚଳକୁ ପଠାଇଥିଲେ। ଭାଲୁଲତା ନିକଟରେ ପୁଲିସ ଗାଡ଼ିକୁ ଅଟକାଇ ଖାନତଲାସି କରିଥିଲା। ଗାଡ଼ିରୁ ପ୍ରାୟ ୧୦୦ବସ୍ତା ମହୁଲ ଫୁଲ ମିଳିଥିଲା ଯାହାର ଓଜନ ୩୫ କ୍ବିଣ୍ଟାଲ ହେବ ବୋଲି ସୂଚନା ମିଳିଛି। ଟ୍ରକ୍ ଚାଳକ ରବିକୁ ପଚରାଉଚରା କରାଯିବା ପରେ କୌଣସି ସନ୍ତୋଷଜନକ ଉତ୍ତର ମିଳିବାରୁ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe