ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ : ୪୧୭ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ କଏଦ

Advertisment
ରାତି ୮ଟା ୩୦ ସୁଦ୍ଧା ଖଣ୍ଡପଡ଼ାରେ ୭୪.୫୦ ପ୍ରତିଶତ ମତଦାନ

file photo

ଭୁବନେଶ୍ୱର : ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ମୋଟାମୋଟି ଶେଷ ହୋଇଛି । ମଙ୍ଗଳବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୬ଟାରେ ସମାପ୍ତ ହୋଇଛି । ତେବେ ଯେଉଁ ସବୁ ସ୍ଥାନରେ ବିଳମ୍ବରେ ମତଦାନ ଆରମ୍ଭ ହୋଇଛି  ଓ  ଯେଉଁ ଠାରେ ମତଦାନ କେନ୍ଦ୍ରରେ ଭୋଟରଙ୍କ ଧାଡ଼ି ରହିଛି ସେଠାରେ ମତଦାନ ଜାରି ରହିଛି।  ତୃତୀୟ ପର୍ଯ୍ୟାୟ.ରେ ୬ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଯଥା- ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, ଭୁବନେଶ୍ୱର, ପୁରୀ ଓ କଟକ ସମେତ ଏହାର ଅନ୍ତର୍ଗତ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ସରିଛି । ରାଜ୍ୟର ବିଭିନ୍ନ ମତଦାନ କେନ୍ଦ୍ରରେ ସକାଳୁ ସକାଳୁ ଭୋଟରଙ୍କ ଭିଡ଼ ଜମିଥିବା ବେଳେ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ ପରିଚାଳନା କରିବା ପାଇଁ ମତଦାନ କେନ୍ଦ୍ରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳୁଛି। ମୋଟାମୋଟି ମତଦାନ ଶାନ୍ତିପୂର୍ଣ୍ଣ ରହିଛି। ସଂଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୧ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି।

ଆଜି ସକାଳୁ ଆରମ୍ଭ ହୋଇଥିବା ତୃତୀୟ ପର୍ଯ୍ୟାୟରେ ମୋଟ ୧୦ ହଜାର ୪୬୪ ବୁଥରେ  ମତଦାନ ହୋଇଛି। ତୃତୀୟ ପର୍ଯ୍ୟାୟ ଲୋକସଭା ପାଇଁ ମୋଟ୍‌ ୬୧ ଜଣ ପ୍ରାର୍ଥୀ ଓ ବିଧାନସଭା ପାଇଁ ୩୫୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିଛନ୍ତି ଭୋଟର। ଏହି ନେତାଙ୍କର ଭାଗ୍ୟ ଇଭିଏମ ମେସିନରେ କଏଦ ହୋଇଛି।

ଏହି ନିର୍ବାଚନରେ ୬୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୯ ଜଣ ଜାତୀୟ ଦଳର, ୬ ଜଣ ରାଜ୍ୟସ୍ତରୀୟ ଦଳର, ୨୭ ଜଣ ଅନ୍ୟାନ୍ୟ ଦଳର ହୋଇଥିବା ବେଳେ ୯ ଜଣ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe