ମାଡ଼ିଗଲା ହାଇୱା:  ବାପ, ଝିଅ ସହ ଦୁଇ ସାଙ୍ଗ ଗୁରୁତର

ଦ୍ରୁତ ଗତିରେ ମାଡ଼ିଗଲା ପାଉଁଶ ବୋଝେଇ ହାଇୱା l ହନୁମାନ ବାଟିକା ସମ୍ମୁଖ ରାସ୍ତାରେ ଚାରୋଟି ଗାଡ଼ି ଭାଙ୍ଗିଗଲା l ଛଅ ଜଣ ଆହତ, ବାପା ଓ ଝିଅଙ୍କ ସମେତ ଚାରି ଗୁରୁତର ହୋଇଛନ୍ତି l

Untitled

ରାଉରକେଲା: ଦ୍ରୁତ ଗତିରେ ମାଡ଼ିଗଲା ପାଉଁଶ ବୋଝେଇ ହାଇୱା l ହନୁମାନ ବାଟିକା ସମ୍ମୁଖ ରାସ୍ତାରେ ଚାରୋଟି ଗାଡ଼ି ଭାଙ୍ଗିଗଲା l ଛଅ ଜଣ ଆହତ, ବାପା ଓ ଝିଅଙ୍କ ସମେତ ଚାରି ଗୁରୁତର ହୋଇଛନ୍ତି l ପାଉଁଶ ବୋଝେଇ ହାଇୱା ପ୍ରଥମେ ଏକ କାରକୁ ଧକ୍କା ଦେଇଥିଲା, ତା’ପରେ ପାଖରେ ଠିଆ ହୋଇଥିବା ଏକ ଅଟୋ ଏବଂ ଦୁଇଟି ବାଇକ୍‌ ଉପରେ ଚଢ଼ି ଯାଇଥିଲା l 

ଟ୍ରକ୍‌ର ଗତି ଏତେ ଅଧିକ ଥିଲା ଯେ ଧକ୍କା ପରେ ଗାଡ଼ିଗୁଡ଼ିକ ଭାଙ୍ଗି ଚୁରମାର ହୋଇଗଲା ଏବଂ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଲା। ସ୍ଥାନୀୟ ଲୋକ ଏବଂ ପଥଚାରୀମାନେ ତୁରନ୍ତ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଗଲେ। ଦୁର୍ଘଟଣା ପରେ, ଡ୍ରାଇଭର ଟ୍ରକ୍‌ ଛାଡ଼ି ଘଟଣାସ୍ଥଳରୁ ପଳାଇଗଲେ। ରଘୁନାଥପାଲି ପୁଲିସ ଗାଡ଼ିଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଟ୍ରକ୍‌ର ଗତି ଏତେ ଅଧିକ ଥିଲା ଯେ ଧକ୍କା ପରେ ଗାଡ଼ିଗୁଡ଼ିକ ଭାଙ୍ଗି ଚୁରମାର ହୋଇଗଲା ଏବଂ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଲା। ସ୍ଥାନୀୟ ଲୋକ ଏବଂ ପଥଚାରୀମାନେ ତୁରନ୍ତ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଗଲେ। ଦୁର୍ଘଟଣା ପରେ, ଡ୍ରାଇଭର ଟ୍ରକ୍‌ ଛାଡ଼ି ଘଟଣାସ୍ଥଳରୁ ପଳାଇଗଲେ। ରଘୁନାଥପାଲି ପୁଲିସ ଗାଡ଼ିଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe