ହାତଗୋଡ଼ ବାନ୍ଧି ଲୁଟିନେଲେ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗହଣା

Advertisment

ବାଲେଶ୍ୱର ଜିଲ୍ଲା ସୋର ଥାନା ଟେଣ୍ଟେଇ ପଂଚାୟତ ଟେଣ୍ଟେଇ ସାହିର ଜଣେ ବ୍ୟକ୍ତିଙ୍କ ଘରେ ଦୃବୁର୍ତ୍ତମାନେ ପଶି ହାତଗୋଡ଼ ବାନ୍ଧି ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗହଣା ଲୁଟିନେଇଥିବା ଜଣାପଡିଛି।

ବାଲେଶ୍ୱର ଜିଲ୍ଲା ସୋର ଥାନା ଟେଣ୍ଟେଇ ପଂଚାୟତ ଟେଣ୍ଟେଇ ସାହିର ଜଣେ ବ୍ୟକ୍ତିଙ୍କ ଘରେ ଦୃବୁର୍ତ୍ତମାନେ ପଶି ହାତଗୋଡ଼ ବାନ୍ଧି ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗହଣା ଲୁଟିନେଇଥିବା ଜଣାପଡିଛି।

Thieves Looted gold and silver crowns from Soro Jagannath temple

Thieves Looted gold and silver crowns from Soro Jagannath temple Photograph: (sambad.in)

ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ଟେଣ୍ଟେଇ ପଂଚାୟତ ଟେଣ୍ଟେଇ ସାହିର ଜଣେ ବ୍ୟକ୍ତିଙ୍କ ଘରେ ଦୃବୁର୍ତ୍ତମାନେ ପଶି ହାତଗୋଡ଼ ବାନ୍ଧି ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗହଣା ଲୁଟିନେଇଥିବା ଜଣାପଡିଛି। ସୂଚନା ଅନୁସାରେ ଏହି ଗ୍ରାମର ରାମଚନ୍ଦ୍ର କର(୮୩) ଓ ତାଙ୍କ ସ୍ତ୍ରୀ ସରସ୍ୱତୀ କର(୭୫) ରହୁଥିବା ବେଳେ ତାଙ୍କ ପିଲାମାନେ ବାହାରେ ରୁହନ୍ତି।

ଗତକାଲି ବିଳମ୍ବିତ ରାତିରେ ୫ ଜଣ ଦୁର୍ବୁର୍ତ୍ତ ଏକ କାରରେ ଆସି ତାଙ୍କ ଘରର ପଛ ପଟ କବାଟ ଭାଙ୍ଗିବା ସହିତ ଘର ଭିତରକୁ ପଶିଥିଲେ। ପରେ ଉଭୟ ବୃଦ୍ଧ ବୃଦ୍ଧାଙ୍କ ହାତ ଓ ଗୋଡ଼କୁ ଗାମୁଛା ଏବଂ ଦୌଡିରେ ବାନ୍ଧି ଘରେ ଥିବା ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗହଣା ଓ ନଗଦ ୩୦ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଖବର ପାଇ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବା ସହିତ ସୋର ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe