ତହସିଲ ପକ୍ଷରୁ ଚଢ଼ାଉ ୪ ବାଲି ଗାଡ଼ି ଜବତ, ପୁଲିସ ଓ ଖଣି ବିଭାଗର କାର୍ଯ୍ୟଦକ୍ଷତା ଉପରେ ଉଠିଲା ପ୍ରଶ୍ନବାଚୀ

Advertisment

ସୋର ତହସିଲ ପକ୍ଷରୁ ଚଢ଼ାଉ କରାଯାଇ ଚାରୋଟି ବେଆଇନ ବାଲି ବୋଝେଇ ଗାଡ଼ି ଜବତ କରାଯାଇଥିବା ବେଳେ ଖଣି ବିଭାଗ ପକ୍ଷରୁ କୌଣସି ସହଯୋଗ ମିଳିନଥିବା ଜଣାପଡ଼ିଛି। ପୁଲିସ କିମ୍ବା ଖଣି ବିଭାଗର ନୀରବତା ସେମାନଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୋର ତହସିଲ ପକ୍ଷରୁ ଚଢ଼ାଉ କରାଯାଇ ଚାରୋଟି ବେଆଇନ ବାଲି ବୋଝେଇ ଗାଡ଼ି ଜବତ କରାଯାଇଥିବା ବେଳେ ଖଣି ବିଭାଗ ପକ୍ଷରୁ କୌଣସି ସହଯୋଗ ମିଳିନଥିବା ଜଣାପଡ଼ିଛି। ପୁଲିସ କିମ୍ବା ଖଣି ବିଭାଗର ନୀରବତା ସେମାନଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

a509c706-b68a-40d2-9f4c-a6465149192f

ସୋର: ସୋର ତହସିଲ ପକ୍ଷରୁ ଚଢ଼ାଉ କରାଯାଇ ଚାରୋଟି ବେଆଇନ ବାଲି ବୋଝେଇ ଗାଡ଼ି ଜବତ କରାଯାଇଥିବା ବେଳେ ଖଣି ବିଭାଗ ପକ୍ଷରୁ କୌଣସି ସହଯୋଗ ମିଳିନଥିବା ଜଣାପଡ଼ିଛି। ଆଜି ସକାଳେ ସୋର ତହସିଲଦାର ଦୈତାରି ମଲ୍ଲିକ ସଦଳବଳେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥରେ ବାଲିଗାଡ଼ିଗୁଡ଼ିକର କାଗଜପତ୍ର ଯାଞ୍ଚ କରୁଥିବା ବେଳେ ଚାରୋଟି ବାଲିଗାଡ଼ି ବେଆଇନ ଭାବେ ଚୋରାଚାଲାଣ କରୁଥିବା ଜାଣିବାକୁ ପାଇ ଗାଡ଼ିଗୁଡ଼ିକୁ ଜବତ କରିଥିଲେ। ଏହି ସମୟରେ ଖବର ପାଇ କେତେକ ଗାଡ଼ି ଅଧରାସ୍ତାରେ ଅଟକି ଥିବା ବେଳେ କେତକ ଗାଡ଼ି ରାସ୍ତା କଡରେ ବାଲି ଢାଳି ଫେରାର ହୋଇଯାଇଥିଲେ।

ଆଜି ସକାଳେ ସୋର ତହସିଲଦାର ଦୈତାରି ମଲ୍ଲିକ ସଦଳବଳେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥରେ ବାଲିଗାଡ଼ିଗୁଡ଼ିକର କାଗଜପତ୍ର ଯାଞ୍ଚ କରୁଥିବା ବେଳେ ଚାରୋଟି ବାଲିଗାଡ଼ି ବେଆଇନ ଭାବେ ଚୋରାଚାଲାଣ କରୁଥିବା ଜାଣିବାକୁ ପାଇ ଗାଡ଼ିଗୁଡ଼ିକୁ ଜବତ କରିଥିଲେ। ଏହି ସମୟରେ ଖବର ପାଇ କେତେକ ଗାଡ଼ି ଅଧରାସ୍ତାରେ ଅଟକି ଥିବା ବେଳେ କେତକ ଗାଡ଼ି ରାସ୍ତା କଡରେ ବାଲି ଢାଳି ଫେରାର ହୋଇଯାଇଥିଲେ। ଜବତ ଗାଡ଼ିଗୁଡ଼ିକର ଚାଳକ ଫେରାର ହୋଇଯାଇଥିବା ବେଳେ ଗାଡ଼ିଗୁଡ଼ିକୁ ଖଣି ବିଭାଗକୁ ହସ୍ତାନ୍ତର କରାଯାଇଛି। ଏହି ସମୟରେ ଖଣି ବିଭାଗ ଓ ପୁଲିସର ଅସହଯୋଗତା ଦେଖିବାକୁ ମିଳିଥିଲା। ଚୋରା ବାଲି ଚାଲାଣ ଉପରେ ତହସିଲ ପକ୍ଷରୁ ଚଢ଼ାଉ ଜାରି ରହିଥିବା ବେଳେ ପୁଲିସ କିମ୍ବା ଖଣି ବିଭାଗର ନୀରବତା ସେମାନଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଜବତ ଗାଡ଼ିଗୁଡ଼ିକର ଚାଳକ ଫେରାର ହୋଇଯାଇଥିବା ବେଳେ ଗାଡ଼ିଗୁଡ଼ିକୁ ଖଣି ବିଭାଗକୁ ହସ୍ତାନ୍ତର କରାଯାଇଛି। ଏହି ସମୟରେ ଖଣି ବିଭାଗ ଓ ପୁଲିସର ଅସହଯୋଗତା ଦେଖିବାକୁ ମିଳିଥିଲା। ଚୋରା ବାଲି ଚାଲାଣ ଉପରେ ତହସିଲ ପକ୍ଷରୁ ଚଢ଼ାଉ ଜାରି ରହିଥିବା ବେଳେ ପୁଲିସ କିମ୍ବା ଖଣି ବିଭାଗର ନୀରବତା ସେମାନଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe