ରାଜ୍ୟରେ ଅପରାହ୍ଣ ୩ଟା ସୁଦ୍ଧା ୪୭% ମତଦାନ, ଢେଙ୍କାନାଳରେ ସର୍ବାଧିକ ୫୨%, ଭୁବନେଶ୍ୱରରେ ସର୍ବନିମ୍ନ ୩୬.୯୭%

Advertisment
ସକାଳ ୭ଟାରୁ ମତଦାନ ଜାରି : ଇଭିଏମ୍ ତ୍ରୁଟି ଜନିତ ଅସନ୍ତୋଷ ବ୍ୟତୀତ ଅଧିକାଂଶ ସ୍ଥାନରେ ମତଦାନ ଶାନ୍ତିପୂର୍ଣ୍ଣ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ପ୍ରକ୍ରିୟା ଜାରି ରହିଥିବା ବେଳେ ଅପରାହ୍ଣ ୩ଟା ସୁଦ୍ଧା ରାଜ୍ୟରେ ୪୭ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ଣ ୧ଟା ୩୦ ପରେ ମତଦାତା ମାନେ ମତଦାନ କେନ୍ଦ୍ରକୁ ଅଧିକ ଭାବେ ଆସି ଭୋଟ ଦେଉଛନ୍ତି।

ସିଇଓଙ୍କ ସୂଚନା ଅନୁସାରେ ଅପରାହ୍ଣ ୩ଟା ସୁଦ୍ଧା ଢେଙ୍କାନାଳରେ ସର୍ବାଧିକ ୫୨ ପ୍ରତିଶତ ମତଦାନ ହୋଇଥିବା ବେଳେ ଭୁବନେଶ୍ୱରରେ ସର୍ବନିମ୍ନ ୩୬.୯୭ ପ୍ରତିଶତ ମତଦାନ ହୋଇଛି।

ଅପରାହ୍ଣ ୩ଟା ସୁଦ୍ଧା

ଦେବଗଡ଼ ବିଧାନସଭା କ୍ଷେତ୍ରରେ ୪୭.୩ ପ୍ରତିଶତ ମତଦାନ
ରଣପୁରରେ ୪୧.୪୪ ପ୍ରତିଶତ
ଖଣ୍ଡପଡ଼ାରେ ୫୩.୩୫ ପ୍ରତିଶତ
ନୟାଗଡ଼ରେ ୪୪.୦୪ ପ୍ରତିଶତ
ପୁରୀ ଲୋକସଭା କ୍ଷେତ୍ରରେ ୪୫.୨୪ ପ୍ରତିଶତ

ସୂଚନାଯୋଗ୍ୟ ସପ୍ତଦଶ ଲୋକସଭା ନିର୍ବାଚନ ଓ ଓଡ଼ିଶାରେ ବିଧାନସଭାର ନିର୍ବାଚନ ୩ୟ ପର୍ଯ୍ୟାୟରେ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ। ମତଦାନ ପ୍ରକ୍ରିୟା ସନ୍ଧ୍ୟା ୬ଟା ଯାଏଁ ଜାରି ରହିବ। ଆବଶ୍ୟକ ପଡ଼ିଲେ ସମୟକୁ ବଢ଼ାଇ ଦିଆଯାଇପାରେ। ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, ଭୁବନେଶ୍ୱର, ପୁରୀ ଓ କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏହି ଆସନ ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ମତଦାନ ପ୍ରକ୍ରିୟା ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe