ବହିରା ଧନୁଯାତ୍ରା ମହୋତ୍ସବର ଚତୁର୍ଥ ସନ୍ଧ୍ୟା, କଂସ ମହାରାଜଙ୍କ ଅଟ୍ଟହାସ୍ୟରେ କମ୍ପୁଛି ମଥୁରା ନଗରୀ

ବୌଦ୍ଧ ବ୍ଲକ ବହିରା ଆଞ୍ଚଳିକ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ହାଇସ୍କୁଲ ପଡ଼ିଆ ଠାରେ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଅନୁଷ୍ଠିତ ହେଉଥିବା ଧନୁଯାତ୍ରା ମହୋତ୍ସବର ଗୁରୁବାର ଚତୁର୍ଥ ସାଂସ୍କୃତିକ ସନ୍ଧ୍ୟାରେ ଅକ୍ରୁରକୁ ଗୋପପୁର ପ୍ରେରଣ ନାଟକ ମଞ୍ଚସ୍ଥ ହୋଇଥିଲା।

nj
ବାଉଁଶୁଣି: ବୌଦ୍ଧ ବ୍ଲକ ବହିରା ଆଞ୍ଚଳିକ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ହାଇସ୍କୁଲ ପଡ଼ିଆ ଠାରେ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଅନୁଷ୍ଠିତ ହେଉଥିବା ଧନୁଯାତ୍ରା ମହୋତ୍ସବର ଗୁରୁବାର ଚତୁର୍ଥ ସାଂସ୍କୃତିକ ସନ୍ଧ୍ୟାରେ ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଇଂ ପ୍ରଭାସ ରଥ, ଅବସରପ୍ରାପ୍ତ ଅଧ୍ୟାପକ ବାସୁଦେବ ପାତ୍ର, ବାଉଁଶୁଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ମାନଭଞ୍ଜନ ତ୍ରିପାଠୀ, ରକ୍ସା ପ୍ୟାକ୍ସ ସଭାପତି ଶିବଶଙ୍କର କର୍ଣ୍ଣ, ଶିକ୍ଷକ ଗୌରୀପ୍ରସାଦ ସାହୁ, ଆଞ୍ଚଳିକ ସାଂସ୍କୃତିକ ପରିଷଦ ସମ୍ପାଦକ ଶ୍ରୀତମ ଡାଙ୍ଗ, ସମାଜସେବୀ ଚୈତନ୍ୟ ବାରିକ, ରାଜେଶ କର୍ଣ୍ଣ, ସଞ୍ଜୀବ ମେହେର ପ୍ରମୁଖ ରାଜ ଅତିଥି ଭାବେ ଯୋଗ ଦେଇଥିଲେ।

କଂସ ମହାରାଜଙ୍କ ନଗର ପରିଭ୍ରମଣ ପରେ ମଞ୍ଚରେ କଂସ ମହାରାଜଙ୍କ ଧନୁଯାତ୍ରା ଆୟୋଜନ ଓ ଅକ୍ରୁରକୁ ଗୋପପୁର ପ୍ରେରଣ ନାଟକ ମଞ୍ଚସ୍ଥ ହୋଇଥିଲା। ମା କ୍ଷେତ୍ରପାଳିନୀ ରାମଲୀଳା ନାଟ୍ୟକଳା ସଂସଦର ଗଡଭିତରର କଳାକାରମାନେ ବିଭିନ୍ନ ଭୂମିକାରେ ଅଭିନୟ କରୁଛନ୍ତି। ସଂଗ୍ରାମ ଦେହୁରୀ କଂସ ଭୂମିକାରେ ଅଭିନୟ କରୁଥିବା ବେଳେ ତାଙ୍କର ଉଚ୍ଚକୋଟିର ଅଭିନୟ ଦର୍ଶକ ମାନଙ୍କୁ ମଧ୍ୟରାତ୍ର ଯାଏଁ ବାନ୍ଧି ରଖିଥିଲା। ମହୋତ୍ସବ ଦେଖିବା ପାଇଁ ଦର୍ଶକଙ୍କ ପ୍ରବଳ ଗହଳି ଲାଗିଥିଲା। ଦର୍ଶକମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ସହ ମୀନାବଜାର ଓ ଚଟପଟି ଖାଦ୍ୟର ମଧ୍ୟ ମଜା ଉଠାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe