ଆସନ୍ତା କାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ : ନିର୍ବାଚନ ରଣାଙ୍ଗନରେ ରହିଛନ୍ତି ଏହି ସବୁ ଚର୍ଚ୍ଚିତ ଚେହେରା

Advertisment
ଆସନ୍ତା କାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ : ନିର୍ବାଚନ ରଣାଙ୍ଗନରେ ରହିଛନ୍ତି ଏହି ସବୁ ଚର୍ଚ୍ଚିତ ଚେହେରା

Indian Express

ଭୁବନେଶ୍ବର : ଆସନ୍ତା କାଲି ଅର୍ଥାତ ସୋମବାରଦିନ ଦେଶବ୍ୟାପୀ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏହି  ପର୍ଯ୍ୟାୟରେ ୯ଟି ରାଜ୍ୟର ୭୧ଟି ଲୋକସଭା ଆସନରେ ଭୋଟ ଗ୍ରହଣ କରାଯିବ । ୧୨ କୋଟି ୭୯ ଲକ୍ଷରୁ ଉର୍ଦ୍ଧ୍ଵ ମତଦାତା ୯୪୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ନିର୍ବାଚନ ରଣାଙ୍ଗନରେ ଥିବା ପ୍ରମୁଖ ଚେହେରା ମାନେ ହେଲେ କେନ୍ଦ୍ରାପଡ଼ା ଆସନରେ ବୈଜୟନ୍ତ ପଣ୍ଡା, ମୁମ୍ବଇ (ଉତ୍ତର) ଆସନରୁ ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ଉର୍ମିଲା ମାତୋଣ୍ଡକର, ବେଗୁସରାଇ ଆସନରୁ କହ୍ନୈୟା କୁମାର, ଉନ୍ନାଓ ଆସନରୁ ସାକ୍ଷୀ ମହାରାଜ, କନୌଜରୁ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ବଲ ଯାଦବ, ମୁମ୍ବାଇ (ଦକ୍ଷିଣ)ରୁ କଂଗ୍ରେସର ମିଲିନ୍ଦ ଦେଓରା, ପଶ୍ଚିମ ବଙ୍ଗର ଆସନସୋଲ ଆସନରୁ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ଓ ଉତ୍ତରପ୍ରଦେଶର ଫରୁକାବାଦରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ସଲମାନ ଖୁର୍ସିଦ ପ୍ରମୁଖ ।

ଦେଶବ୍ୟାପୀ ମତଦାନରେ ସୁବିଧା ପାଇଁ ୧ ଲକ୍ଷ ୪୦ ହଜାର ପୋଲିଂ ବୁଥରେ ଭୋଟ ଗ୍ରହଣ କରାଯିବ । ଓଡିଶାରେ ୬ଟି ସଂସଦୀୟ ଆସନରେ ୫୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୫୧୪୮୮୩ ମତଦାତା । ଏଥିରେ ସାମିଲ ଅଛନ୍ତି ୪୯୦୮୫୭୫ ପୁରୁଷ , ୪୬୦୫୬୯୪ ମହିଳା ଏବଂ ୬୧୫ ଜଣ ତୃତୀୟ ଲିଙ୍ଗର ମତଦାତା । ମୋଟ ୧୦୭୯୨ ପୋଲିଂ ବୁଥରେ ମତଦାନ ଗ୍ରହଣ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe