ରାଜାମୁଣ୍ଡା: ଲହୁଣିପଡ଼ା ପୁଲିସ ରନ୍ତା ହାଟରେ ଚାଲୁଥିବା ଘୁଡ଼ୁଘୁଡ଼ି ପଟି ଉପରେ ଅତର୍କିତ ଚଢ଼ଉ କରି ଗୋଟି ସହ ନଗଦ ୨୨ ହଜାର ୬୦ ଟଙ୍କା ଜବତ କରିଥିବା ସହ ୫ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବରସୁଆଁ ବଙ୍କା ବଜାରର ଅରୁଣ କୁମାର ନାୟକ(୩୮), ଶ୍ୟାମସୁନ୍ଦର ବାରିକ (୩୧), ଭୁତୁଡ଼ା ଗ୍ରାମର ଗଣେଶ ପାତ୍ର (୩୩), ଖଣ୍ଡାଧାର ଦାଦୁ ହାଟିଂର ମନୋଜ ପାତ୍ର (୩୦), ବରସୁଆଁ ତଳ ବଜାରର କାର୍ତ୍ତିକ ପାତ୍ର (୩୪)। ସେମାନଙ୍କୁ ପୁଲିସ ଗିରଫ କରିଛି।
ଗତକାଲି ଅପରାହ୍ଣ ପ୍ରାୟ ୧ ଟା ସମୟରେ କୌଣସି ସୂତ୍ରରୁ ଖବର ପାଇ ଲହୁଣିପଡ଼ା ଥାନା ଅଧିକାରୀ ସୁରଜ କୁମାର ଝଙ୍କାରଙ୍କ ନେତୃତ୍ବରେ ଏସ୍ଆଇ ପି କେ ଜେନା, କନେଷ୍ଟବଳ ପ୍ରେମ ସୋରେନ, ଜ୍ଞାନ ନାୟକ , ହାତା ଗୁରୁ, ଏମ ଜେନା ରନ୍ତା ହାଟରେ ଚାଲିଥିବା ଜୁଆ ଏବଂ ଘୁଡ଼ୁଘୁଡ଼ି ପଟି ଖେଳ ଉପରରେ ଅତର୍କିତ ଚଢାଉ କରି ଘୁଡ଼ୁଘୁଡ଼ି ପଟି ସହ ନଗଦ ଟଙ୍କା ଏବଂ ପଟି ଖେଳ ଚଳାଉଥିବା କିଙ୍ଗପିନ ସହ ୫ ଜଣଙ୍କୁ କାବୁ କରିଥିଲେ।
ମିଳିଥିବା ସୂଚନା ମୁତାବକ, ଗତକାଲି ଅପରାହ୍ଣ ପ୍ରାୟ ୧ ଟା ସମୟରେ କୌଣସି ସୂତ୍ରରୁ ଖବର ପାଇ ଲହୁଣିପଡ଼ା ଥାନା ଅଧିକାରୀ ସୁରଜ କୁମାର ଝଙ୍କାରଙ୍କ ନେତୃତ୍ବରେ ଏସ୍ଆଇ ପି କେ ଜେନା, କନେଷ୍ଟବଳ ପ୍ରେମ ସୋରେନ, ଜ୍ଞାନ ନାୟକ , ହାତା ଗୁରୁ, ଏମ ଜେନା ରନ୍ତା ହାଟରେ ଚାଲିଥିବା ଜୁଆ ଏବଂ ଘୁଡ଼ୁଘୁଡ଼ି ପଟି ଖେଳ ଉପରରେ ଅତର୍କିତ ଚଢାଉ କରି ଘୁଡ଼ୁଘୁଡ଼ି ପଟି ସହ ନଗଦ ଟଙ୍କା ଏବଂ ପଟି ଖେଳ ଚଳାଉଥିବା କିଙ୍ଗପିନ ସହ ୫ ଜଣଙ୍କୁ କାବୁ କରିଥିଲେ।
Follow Us