ପୁଣି ଲୁହାପଥର ଚୋରାଚାଲାଣ:  ୩ଟି ୨୨ଚକିଆ ଟ୍ରଲର ସହ ଜେସିବି ଜବତ, ୫ ଗିରଫ

Advertisment

୨୨ ଚକିଆ ୩ଟି ଟ୍ରଲର ଯୋଗେ ଲୁହାପଥର ଚୋରାଚାଲାଣ ହେଉଥିବାବେଳେ ପୁଲିସ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ହସନ ଖାନ (୩୫), ରାଜେଶ ସିଂ(୩୫ ), ରାହୁଲ ସାହୁ(୨୬), ବିକ୍ରମ ସିଂ(୧୮) ଓ ସୌକିନ ଖାନ(୪୫)। ଅନ୍ୟ ୨ ଜଣ ଫେରାର ଅଛନ୍ତି।

zx

କୋଇଡ଼ା: ଖଣିଜପଥର ଚୋରାଚାଲାଣର ପେଣ୍ଠ ପାଲଟିଛି ସୁନ୍ଦରଗଡ଼ ଜିଲ୍ଲା। ଗୋଟିଏପଟେ ଜିଲ୍ଲାର ତେଲେନଡିହି, ରତନସରା କୋଇଲା ଚୋରାଚାଲାଣ ନେଇ ତାତି ଥମିବାର ନାଁ ଧରୁନି। ସ୍ଵତନ୍ତ୍ର ଏନ୍‌ଫୋର୍ସମେଣ୍ଟ ଟିମ୍, ଖଣି ଓ ଜଙ୍ଗଲମନ୍ତ୍ରୀ ସରଜମିନ ତଦନ୍ତ କରୁଛନ୍ତି। ଅନ୍ୟପଟେ ବେଧଡ଼କ୍ ଚୋରାଚାଲାଣ ହେଇଚାଲିଛି ବହୁମୂଲ୍ୟ ଲୁହାପଥର। ପୁଣି ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ୨୨ ଚକିଆ ୩ଟି ଟ୍ରଲର ଯୋଗେ ଲୁହାପଥର ଚୋରାଚାଲାଣ ହେଉଥିବାବେଳେ ପୁଲିସ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ହସନ ଖାନ (୩୫), ରାଜେଶ ସିଂ(୩୫ ), ରାହୁଲ ସାହୁ(୨୬), ବିକ୍ରମ ସିଂ(୧୮) ଓ ସୌକିନ ଖାନ(୪୫)। ଅନ୍ୟ ୨ ଜଣ ଫେରାର ଅଛନ୍ତି।

ଲୁହାପଥର ଚୋରାଚାଲାଣ ହେଉଥିବା ଖବରପାଇ କେବଲାଙ୍ଗ ଥାନାଧିକାରୀ ଅଶୋକ କୁମାର ବେହେରା ଓ ଜଣେ ମହିଳା କନେଷ୍ଟବଳ ଚଢ଼ଉ କରିଥିଲେ। ପୂରାପୁରି ଫିଲ୍ମ ଷ୍ଚାଇଲ୍‌ରେ ଗୋଡ଼ାଇଗୋଡ଼ାଇ ୩ଟି ଗାଡ଼ି ଆର୍‌ଜେ ୦୨ ଜିଡି ୨୪୪୧, ଆର୍‌ଜେ ୨୯ ଜିବି ୨୫୫୧, ଆର୍‌ଜେ ୧୪ ଜିପି ୯୮୩୦କୁ କାବୁ କରିଥିଲେ। ଏଥିସହିତ ପୁଲିସ ଲୋଡିଂରେ ବ୍ୟବହୃତ ଏକ ଜେସିବି ମଧ୍ୟ ଜବତ କରିଛି। ସୂଚନା ଅନୁସାରେ, ରେଳ ସାଇଡିଂ ସଂସ୍ଥା ମାତା ଦଧିମତି ପକ୍ଷରୁ ଲୁହାପଥର ଚୋରାଚାଲାଣ ନେଇ ଅଭିଯୋଗ ହୋଇଥିଲା। ଏହାପରେ ପୁଲିସ ଆକ୍ସନକୁ ଆସିଥିଲା। ଘନଘନ ତଦନ୍ତ, ଏନଫୋର୍ସମେଣ୍ଟ ଟିମ୍‌, ମନ୍ତ୍ରୀ ପରିଦର୍ଶନ ପରେ ବି ଖଣି ମାଫିଆଙ୍କ ଆତଙ୍କ ଥମିବାରେ ନାଁ ଧରୁନି।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe