ବିଦ୍ୟାଳୟରୁ ଚୋରି ଓ ଆସବାବପତ୍ର ପୋଡ଼ି, ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ

ନୂଆଗାଁ ବ୍ଲକ ଅନ୍ତର୍ଗତ ପୁରୁଣାପାଣି ସରକାରୀ ଉଚ୍ଚ ବିଦ୍ୟାଳୟରେ ପଶି ଆସବାବପତ୍ର ପୋଡ଼ିବା ସହ କମ୍ପ୍ୟୁଟର ମନିଟର ଓ ମୋବାଇଲ ଚୋରି ଘଟଣାରେ ହାତୀବାରି ପୁଲିସ ୫ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

titled

ରାଉରକେଲା/ହାତୀବାରି,୭/୧୦(ଇମିସ): ନୂଆଗାଁ ବ୍ଲକ ଅନ୍ତର୍ଗତ ପୁରୁଣାପାଣି ସରକାରୀ ଉଚ୍ଚ ବିଦ୍ୟାଳୟରେ ପଶି ଆସବାବପତ୍ର ପୋଡ଼ିବା ସହ କମ୍ପ୍ୟୁଟର ମନିଟର ଓ ମୋବାଇଲ ଚୋରି ଘଟଣାରେ ହାତୀବାରି ପୁଲିସ ୫ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପୁରୁଣାପାଣି ଚାର ବ୍ୟାରେକ୍‌ର ସୋନୁ ବାଘେଲ (୩୬) ଓ ବିକାଶ ଲାଖୁଆ (୨୮), ଭୋଜପୁରର ମୁନା ବଡାଇକ (୨୭), ଶୁଖୁ ରାମ (୩୩) ଓ ବୁଧୁ  ରାମ (୧୯)।

ପୁରୁଣାପାଣି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବନ୍ଦନାରାଣୀ ପଟେଲଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ଗତ ସେପ୍ଟେମ୍ବର ୨୨ରେ ବିଦ୍ୟାଳୟ ବନ୍ଦ ହେବା ପରେ ଲଟୁ ସିଂ ଓ ପାଖରେ ଥିବା ଡିଗ୍ରୀ କଲେଜର ମନୋଜ ଝରା  ଉଭୟ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଜଗୁଥିଲେ। ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ବିଦ୍ୟାଳୟ ଭିତରକୁ ପଶିଥିଲେ। କମ୍ପ୍ୟୁଟର ୬ଟି ସିପିୟୁ ଓ ଲଟୁ ସିଂର ମୋବାଇଲ ଲୁଟି ନେଇଥିଲେ। ବିଦ୍ୟାଳୟରେ ‌୪ଟି ବେଞ୍ଚ, ଡେସ୍କ, କାଠ ଆଲମିରା ଓ ଅନ୍ୟାନ୍ୟ ଆସବାବପତ୍ରରେ ନିଆଁ ଲଗାଇଦେଇଥିଲେ। ଦୁଇ ଜଗୁଆଳିଙ୍କୁ ଧମକଚମକ ଦେଇ ଗୋଟିଏ ଜାଗାରେ ବସାଇବା ପରେ ଏଭଳି କାଣ୍ଡ ଭିଆଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀଙ୍କ ଲିଖିତ ଅଭିଯୋଗରେ ହାତୀବାରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe