ଡକାୟତି ଯୋଜନାବେଳେ ୫ ଜଣଙ୍କୁ ମାଡ଼ିବସିଲା ପୁଲିସ

ବନ୍ଧମୁଣ୍ଡା ଥାନା ଅଧନସ୍ଥ ଆର୍‌ଏସ୍‌ କଲୋନିରେ ଡକାୟତି ଯୋଜନା କରୁଥିବାବେଳେ ପାଞ୍ଚ ଯୁବକଙ୍କୁ ବନ୍ଧମୁଣ୍ଡା ପୁଲିସ ଗିରଫ କରିଛି। ହେଲେ ଏହି ଗ୍ୟାଙ୍ଗର କିଙ୍ଗପିନ୍‌ ବିଟୁ ତନ୍ତୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

bnj


ବନ୍ଧମୁଣ୍ଡା: ବନ୍ଧମୁଣ୍ଡା ଥାନା ଅଧନସ୍ଥ ଆର୍‌ଏସ୍‌ କଲୋନିରେ ଡକାୟତି ଯୋଜନା କରୁଥିବାବେଳେ ପାଞ୍ଚ ଯୁବକଙ୍କୁ ବନ୍ଧମୁଣ୍ଡା ପୁଲିସ ଗିରଫ କରିଛି। ହେଲେ ଏହି ଗ୍ୟାଙ୍ଗର କିଙ୍ଗପିନ୍‌ ବିଟୁ ତନ୍ତୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବନ୍ଧମୁଣ୍ଡା ଇ-ସେକ୍ଟରର ଉମେଶ ତନ୍ତୀ(୩୨), ଅଭିଷେକ ବନ୍‌ଛୋର(୧୯), ଏ-ସେକ୍ଟର ମୁଖୀବସ୍ତିର ଭୋଲା ବନ୍‌ଛୋର(୩୭), ଡି-ସେକ୍ଟର ଗୁଣ୍ଡିଚାପାଲିର ସୋନିଦେବ ଜଗଦଲ୍ଲା(୩୦) ଓ ରାଉରକେଲା ସେକ୍ଟର ଖରିୟାବାହାଲବସ୍ତିର ସୂରଜ ସୁନା(୨୧)। ସେମାନଙ୍କ ନିକଟରୁ ଦୁଇଟି ଖଣ୍ଡା, ଟର୍ଚ୍ଚ ଲାଇଟ୍, ମଦବୋତଲ ସମେତ ଅନେକ ପ୍ରକାରର ଲୁହାରଡ୍‌ ଜବତ କରାଯାଇଛି। ବନ୍ଧମୁଣ୍ଡା ପୁଲିସ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁକରି ସେମାନଙ୍କୁ ଶନିବାର ଦିନ କୋର୍ଟରେ ହାଜର କରିଥିଲା।

ପୁଲିସ ଟିମ୍‌ ଆର୍‌ଏସ୍‌ କଲୋନି ଛକରେ ପହଞ୍ଚି ଚାରିପାଞ୍ଚ ଜଣ ସଶସ୍ତ୍ର ଯୁବକ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଦେଖିବାକୁ ପାଇଥିଲେ। ପୁଲିସକୁ ଦେଖି ସମସ୍ତ ଯୁବକ ନିକଟସ୍ଥ ପାହାଡ଼ ଆଡ଼କୁ ଦୌଡ଼ିବାକୁ ଲାଗିଥିଲେ। ପୁଲିସ ସେମାନଙ୍କୁ ଗୋଡ଼ାଇଥିଲା। ବହୁକଷ୍ଟରେ ପୁଲିସ ପାଞ୍ଚଜଣଙ୍କୁ ଧରିବାରେ ସଫଳ ହେଇଥିବାବେଳେ ଗ୍ୟାଙ୍ଗର ମୁଖ୍ୟ ବିଟୁ ତନ୍ତୀ ଖସିଯିବାରେ ସଫଳ ହୋଇଯାଇଥିଲା। ‘ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ବିଶ୍ରା ଅଞ୍ଚଳର ଏକ ପେଟ୍ରୋଲପମ୍ପରେ ଡକାୟତି କରିବାକୁ ଯୋଜନା କରୁଥିଲେ।

ସୂଚନା ଅନୁଯାୟୀ, ବନ୍ଧମୁଣ୍ଡା ଥାନାର ସବ୍ଇନ୍ସପେକ୍ଟର ମନସା ସାହୁ ଓ ପୁଲିସ ଟିମ୍ ରାତିରେ ପାଟ୍ରୋଲିଂ କରୁଥିବାବେଳେ କିଛି ସଶସ୍ତ୍ର ଯୁବକ ଆର୍‌ଏସ୍‌ କଲୋନିରେ ଡକାୟତି ଯୋଜନା କରୁଥିବା ସୂଚନା ପାଇଥିଲେ। ପୁଲିସ ଟିମ୍‌ ଆର୍‌ଏସ୍‌ କଲୋନି ଛକରେ ପହଞ୍ଚି ଚାରିପାଞ୍ଚ ଜଣ ସଶସ୍ତ୍ର ଯୁବକ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଦେଖିବାକୁ ପାଇଥିଲେ। ପୁଲିସକୁ ଦେଖି ସମସ୍ତ ଯୁବକ ନିକଟସ୍ଥ ପାହାଡ଼ ଆଡ଼କୁ ଦୌଡ଼ିବାକୁ ଲାଗିଥିଲେ। ପୁଲିସ ସେମାନଙ୍କୁ ଗୋଡ଼ାଇଥିଲା। ବହୁକଷ୍ଟରେ ପୁଲିସ ପାଞ୍ଚଜଣଙ୍କୁ ଧରିବାରେ ସଫଳ ହେଇଥିବାବେଳେ ଗ୍ୟାଙ୍ଗର ମୁଖ୍ୟ ବିଟୁ ତନ୍ତୀ ଖସିଯିବାରେ ସଫଳ ହୋଇଯାଇଥିଲା। ‘ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ବିଶ୍ରା ଅଞ୍ଚଳର ଏକ ପେଟ୍ରୋଲପମ୍ପରେ ଡକାୟତି କରିବାକୁ ଯୋଜନା କରୁଥିଲେ। କିନ୍ତୁ ପୁଲିସ ପହଞ୍ଚିବା ପରେ ଯୋଜନା ବିଫଳ ହୋଇଯାଇଛି’ ବୋଲି ପୁଲିସ କହିଛି। ବର୍ତ୍ତମାନ ଗ୍ୟାଙ୍ଗର ମୁଖ୍ୟ ବିଟୁକୁ ଧରିବା ପାଇଁ ପୁଲିସ ପ୍ରୟାସ ଜାରିରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe