ପକୁଡି ଖାଇ ଗୋଟିଏ ପରିବାରର ୫ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ

Advertisment

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ତେଲନଦୀ ପଞ୍ଚାୟତ ଅନ୍ତର୍ଗତ ତଳଚାଉଁରୀ ଗ୍ରାମରେ ପକୁଡି ଖାଇ ଗୋଟିଏ ପରିବାରର ୬ ଜଣ ସଦସ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ତେଲନଦୀ ପଞ୍ଚାୟତ ଅନ୍ତର୍ଗତ ତଳଚାଉଁରୀ ଗ୍ରାମରେ ପକୁଡି ଖାଇ ଗୋଟିଏ ପରିବାରର ୬ ଜଣ ସଦସ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

pakudi

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ତେଲନଦୀ ପଞ୍ଚାୟତ ଅନ୍ତର୍ଗତ ତଳଚାଉଁରୀ ଗ୍ରାମରେ ପକୁଡି ଖାଇ ଗୋଟିଏ ପରିବାରର ୬ ଜଣ ସଦସ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ସୂଚନା ପ୍ରକାରେ ତଳଚାଉଁରୀ ଗ୍ରାମର ମିଟୁ ଗୌଡ଼ଙ୍କ ସ୍ତ୍ରୀ ପଦ୍ମା ଗୌଡ଼ ସବୁଦିନ ଭଳି ଆଜି ସକାଳୁ ଜଳଖିଆ ପାଇଁ ବେସନରେ ପକୁଡି ତିଆରି କରିଥିଲେ।

 ପରେ ପରିବାରର ୬ଜଣ ସଦସ୍ୟ ପଦ୍ମା ଗୌଡ଼(୬୦),ସ୍ୱାମୀ ବିଟୁ ଗୌଡ଼(୬୨) ପୁଅ ମଧୁ ଗୌଡ଼(୩୫),ଦିଶା ଗୌଡ଼(୨୫),ବୋହୁ ତୁଳସା ଗୌଡ଼(୨୮),ଜନ ଗୌଡ଼(୩୨) ପ୍ରମୁଖ ପକୁଡି ଖାଇଥିଲେ। ପକୁଡି ଖାଇବାର କିଛି ସମୟ ପରେ ପ୍ରଥମେ ପଦ୍ମାଙ୍କୁ ମୁଣ୍ଡ ବୁଲାଇବା ସହ ବାନ୍ତି ଏବଂ ଝାଡା ହୋଇଥିଲା। ପରେ ପରେ ପକୁଡି ଖାଇଥିବା ସମସ୍ତ ସଦସ୍ୟଙ୍କୁ ଝାଡ଼ାବାନ୍ତି ହୋଇଥିଲା।

 ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବାରୁ ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe