ଚୋର ଧରୁଧରୁ ସ୍କ୍ରାପ୍‌ ଚାଲାଣର ପର୍ଦାଫାସ୍‌: ୭ ଗିରଫ, ୯ ବାଇକ୍‌ ଓ ୧୬୯୦ କେଜି ସ୍କ୍ରାପ୍‌ ଜବତ

Advertisment

ଚୋରଙ୍କୁ ଧରିବାକୁ ଯାଇ ପୁଲିସ ଜଣେ ଗ୍ୟା​ରେଜ୍‌ ମାଲିକ ଓ ୪ ଜଣ ସ୍କ୍ରାପ୍‌ ବେପାରୀଙ୍କୁ ବାନ୍ଧିଛି। ଅଭିଯୁକ୍ତମାନେ ହେଲେ ଅନିମେଷ ବାର(୨୨), ମନୀଷ ମଣ୍ଡଳ(୨୪), ମହମ୍ମଦ ସମୀର(୨୦), ବିଶାଲ ସାହୁ(୩୦), ସଞ୍ଜୟ ପ୍ରସାଦ(୫୫), ଲକ୍ଷ୍ମୀନଗରର ବିଜୟ ବେହେରା(୪୭) ଓ ବାସନ୍ତିକଲୋନୀର ବିପୁଲ ଅଜମେରା।

ଚୋରଙ୍କୁ ଧରିବାକୁ ଯାଇ ପୁଲିସ ଜଣେ ଗ୍ୟା​ରେଜ୍‌ ମାଲିକ ଓ ୪ ଜଣ ସ୍କ୍ରାପ୍‌ ବେପାରୀଙ୍କୁ ବାନ୍ଧିଛି। ଅଭିଯୁକ୍ତମାନେ ହେଲେ ଅନିମେଷ ବାର(୨୨), ମନୀଷ ମଣ୍ଡଳ(୨୪), ମହମ୍ମଦ ସମୀର(୨୦), ବିଶାଲ ସାହୁ(୩୦), ସଞ୍ଜୟ ପ୍ରସାଦ(୫୫), ଲକ୍ଷ୍ମୀନଗରର ବିଜୟ ବେହେରା(୪୭) ଓ ବାସନ୍ତିକଲୋନୀର ବିପୁଲ ଅଜମେରା।

49513ff6-ee93-4c58-8e22-fd6470396a2c

ରାଉରକେଲା: ରାଉରକେଲା ପ୍ଲାଣ୍ଟସାଇଟ୍‌ ଥାନା ଅଞ୍ଚଳରେ ହେଉଥିବା ଚୋରି ମାମଲାର ତନାଘନା ସମୟରେ ପୁଲିସ ଏକ ବଡ଼ ରାକେଟ୍‌ର ପର୍ଦାଫାସ୍‌ କରିଛି। ଚୋରଙ୍କୁ ଧରିବାକୁ ଯାଇ ପୁଲିସ ଜଣେ ଗ୍ୟା​ରେଜ୍‌ ମାଲିକ ଓ ୪ ଜଣ ସ୍କ୍ରାପ୍‌ ବେପାରୀଙ୍କୁ ବାନ୍ଧିଛି। ଅଭିଯୁକ୍ତମାନେ ହେଲେ ମଧୁସୂଦନପାଲିର ଅନିମେଷ ବାର(୨୨), ଗୋପବନ୍ଧୁପାଲିର ମନୀଷ ମଣ୍ଡଳ(୨୪), ମହମ୍ମଦ ସମୀର(୨୦), ବିଶାଲ ସାହୁ(୩୦), ସଞ୍ଜୟ ପ୍ରସାଦ(୫୫), ଲକ୍ଷ୍ମୀନଗରର ବିଜୟ ବେହେରା(୪୭) ଓ ବାସନ୍ତିକଲୋନୀର ବିପୁଲ ଅଜମେରା। ସେମାନଙ୍କଠାରୁ ୯ଟି ବାଇକ୍‌(୫ଟି ବାଇକ୍‌ ଖଣ୍ଡ), ଗୋଟିଏ ବୋଲେରୋ ପିକ୍‌ଅପ୍‌ ସହ ମୋଟ ୧୬୯୦ କିଲୋ ସ୍କ୍ରାପ୍ ଜବତ କରାଯାଇଛି। ଏନେଇ ପ୍ରେସ୍‌ମିଟ୍‌ରେ ରାଉରକେଲା ପୁଲିସ ଜିଲ୍ଲା ଜୋନ୍‌-୨ ଏସ୍‌ଡିପିଓ ଅମରେନ୍ଦ୍ର ଷଣ୍ଡ ଓ ଥାନାଧିକାରୀ ବିବତ୍ସ ପ୍ରଧାନ ସୂଚନା ଦେଇଛନ୍ତି। 

ପ୍ଲାଣ୍ଟସାଇଟ୍‌ ଥାନା ଅଞ୍ଚଳରେ ଗତ ମାସେ ମଧ୍ୟରେ ୯ଟି ବାଇକ୍‌ ଚୋରି ମାମଲା ରୁଜୁ ହୋଇଥିଲା। ସମସ୍ତ ବାଇକ୍‌ ଟ୍ରାଫିକ୍‌ ଗେଟ୍‌ ନିକଟସ୍ଥ ପାର୍କିରୁ ଦିନ ଦ୍ବିପହରେ ଚୋରି ହୋଇଥିଲା। ଏସବୁର ତଦନ୍ତ କରିବାକୁ ପୁଲିସ ତନାଘନା ଆରମ୍ଭ କରିଥିଲା। ଏକ ବିଶେଷସୂତ୍ରୁ ସୂଚନା ପାଇ ଅନିମେଷ ଓ ମନୀଷକୁ ପୁଲିସ ଉଠାଇ ଆଣିଥିଲା। ପଚରାଉଚରାରୁ ଜଣାପଡ଼ିଲା ଯେ ସେମାନେ ଗାଡ଼ି ଚୋରି କରି ମହମ୍ମଦ ସମୀରର ଗ୍ୟାରେଜ୍‌ରେ ଦେଉଥିଲେ। ​ପରେ ୩ ଜଣ ମିଶି କିଛି ଗାଡ଼ିକୁ ଖୋଲାଖୋଲି କରିଥିଲେ। ଏହାର କିଛି ଅଂଶ ରଘୁନାଥପାଲି ଅଞ୍ଚଳର ସ୍କ୍ରାପ୍‌ ବେପାରୀ ସଞ୍ଜୟ ଓ ବିଜୟ ପାଖରେ ବିକ୍ରି କରିଥିବାବେଳେ ଆଉ କିଛି ଅଂଶ ରାଉରକେଲାର ସ୍କ୍ରାପ୍‌ ବେପାରୀ ବିଶାଲ ଓ ବିପୁଲକୁ ବିକ୍ରି କରିଥିଲେ। ପୁଲିସ ଘଟଣାର ଖିଅ ପାଇବା ପରେ ସମସ୍ତଙ୍କୁ ଉଠାଇ ଚୋରି ଗାଡ଼ିଗୁଡ଼ିକୁ ଜବତ କରିଥିଲା। ପଲସର(ଓଡି-୧୪ଏସ୍‌-୯୨୨୦), ଗ୍ଲେମର(ଓଡି-୧୪ଇ-୪୫୦୧), ସିଡି ଡିଲକ୍ସ(ଓଡି-୧୪କେ-୧୪୦୩) ଓ ବାଇକ୍‌(ଓଆର-୧୪ଏସ୍‌-୩୮୩୧) ଗାଡ଼ି ଠିକ୍‌ ଥିବାବେଳେ ଅନ୍ୟ ୫ଟି ବାଇକ୍‌କୁ ଖଣ୍ଡଖଣ୍ଡ କରି ବିକ୍ରି କରାଯାଇଥିଲା। ପୁଲିସ କାର୍ଯ୍ୟାନୁଷ୍ଠାନସ୍ବରୂପ ୭ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଉଲ୍ଲେଖଯୋଗ୍ୟ, ଅଭିଯୁକ୍ତ ସ୍କ୍ରାପ୍‌ ବେପାରୀ ବିଜୟ ବେହେରା ନାଁରେ ସହରର ଏକାଧିକ ଥାନାରେ ୧୧ଟି ମାମଲା ରହିଥିବାବେଳେ ସଞ୍ଜୟ ପ୍ରସାଦ ନାଁରେ ୫ଟି ମାମଲା ରହିଛି। ସେହିଭଳି ବିଶାଲ ଓ ମନୀଷ ନାଁ​ରେ ଗୋଟିଏ ଲେଖାଏ ମାମଲା ରହିଛି।

ସୂଚନାନୁଯାୟୀ, ପ୍ଲାଣ୍ଟସାଇଟ୍‌ ଥାନା ଅଞ୍ଚଳରେ ଗତ ମାସେ ମଧ୍ୟରେ ୯ଟି ବାଇକ୍‌ ଚୋରି ମାମଲା ରୁଜୁ ହୋଇଥିଲା। ସମସ୍ତ ବାଇକ୍‌ ଟ୍ରାଫିକ୍‌ ଗେଟ୍‌ ନିକଟସ୍ଥ ପାର୍କିରୁ ଦିନ ଦ୍ବିପହରେ ଚୋରି ହୋଇଥିଲା। ଏସବୁର ତଦନ୍ତ କରିବାକୁ ପୁଲିସ ତନାଘନା ଆରମ୍ଭ କରିଥିଲା। ଏକ ବିଶେଷସୂତ୍ରୁ ସୂଚନା ପାଇ ଅନିମେଷ ଓ ମନୀଷକୁ ପୁଲିସ ଉଠାଇ ଆଣିଥିଲା। ପଚରାଉଚରାରୁ ଜଣାପଡ଼ିଲା ଯେ ସେମାନେ ଗାଡ଼ି ଚୋରି କରି ମହମ୍ମଦ ସମୀରର ଗ୍ୟାରେଜ୍‌ରେ ଦେଉଥିଲେ। ​ପରେ ୩ ଜଣ ମିଶି କିଛି ଗାଡ଼ିକୁ ଖୋଲାଖୋଲି କରିଥିଲେ। ଏହାର କିଛି ଅଂଶ ରଘୁନାଥପାଲି ଅଞ୍ଚଳର ସ୍କ୍ରାପ୍‌ ବେପାରୀ ସଞ୍ଜୟ ଓ ବିଜୟ ପାଖରେ ବିକ୍ରି କରିଥିବାବେଳେ ଆଉ କିଛି ଅଂଶ ରାଉରକେଲାର ସ୍କ୍ରାପ୍‌ ବେପାରୀ ବିଶାଲ ଓ ବିପୁଲକୁ ବିକ୍ରି କରିଥିଲେ। ପୁଲିସ ଘଟଣାର ଖିଅ ପାଇବା ପରେ ସମସ୍ତଙ୍କୁ ଉଠାଇ ଚୋରି ଗାଡ଼ିଗୁଡ଼ିକୁ ଜବତ କରିଥିଲା। ପଲସର(ଓଡି-୧୪ଏସ୍‌-୯୨୨୦), ଗ୍ଲେମର(ଓଡି-୧୪ଇ-୪୫୦୧), ସିଡି ଡିଲକ୍ସ(ଓଡି-୧୪କେ-୧୪୦୩) ଓ ବାଇକ୍‌(ଓଆର-୧୪ଏସ୍‌-୩୮୩୧) ଗାଡ଼ି ଠିକ୍‌ ଥିବାବେଳେ ଅନ୍ୟ ୫ଟି ବାଇକ୍‌କୁ ଖଣ୍ଡଖଣ୍ଡ କରି ବିକ୍ରି କରାଯାଇଥିଲା। ପୁଲିସ କାର୍ଯ୍ୟାନୁଷ୍ଠାନସ୍ବରୂପ ୭ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଉଲ୍ଲେଖଯୋଗ୍ୟ, ଅଭିଯୁକ୍ତ ସ୍କ୍ରାପ୍‌ ବେପାରୀ ବିଜୟ ବେହେରା ନାଁରେ ସହରର ଏକାଧିକ ଥାନାରେ ୧୧ଟି ମାମଲା ରହିଥିବାବେଳେ ସଞ୍ଜୟ ପ୍ରସାଦ ନାଁରେ ୫ଟି ମାମଲା ରହିଛି। ସେହିଭଳି ବିଶାଲ ଓ ମନୀଷ ନାଁ​ରେ ଗୋଟିଏ ଲେଖାଏ ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe