ହତ୍ୟା ଉଦ୍ୟମକାରୀ ସାନଭାଇକୁ ୫ ବର୍ଷ ଜେଲ୍‌

Advertisment

ବଡ଼ଭାଇଙ୍କୁ ହତ୍ୟାଉଦ୍ୟମ ମାମଲାର ରାୟ ପ୍ରକାଶ ପାଇଛି। ରାଉରକେଲା ଅତିରିକ୍ତ ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ ତଥା ସହକାରୀ ଦୌରାଜଜ୍‌ ବିଷ୍ଣୁଦେବ ଜେନା ଅଭିଯୁକ୍ତ ସାନଭାଇକୁ ୫ ବର୍ଷ ଜେଲଦଣ୍ଡ ସହ ୨ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି।

ବଡ଼ଭାଇଙ୍କୁ ହତ୍ୟାଉଦ୍ୟମ ମାମଲାର ରାୟ ପ୍ରକାଶ ପାଇଛି। ରାଉରକେଲା ଅତିରିକ୍ତ ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ ତଥା ସହକାରୀ ଦୌରାଜଜ୍‌ ବିଷ୍ଣୁଦେବ ଜେନା ଅଭିଯୁକ୍ତ ସାନଭାଇକୁ ୫ ବର୍ଷ ଜେଲଦଣ୍ଡ ସହ ୨ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି।

ମହଙ୍ଗା ପଡ଼ିଲା ମିଛ କହି ଦ୍ବିତୀୟ ବିବାହ, ଅଭିଯୁକ୍ତକୁ ୫ ବର୍ଷ ଜେଲ୍‌

ରାଉରକେଲା: ବଡ଼ଭାଇଙ୍କୁ ହତ୍ୟାଉଦ୍ୟମ ମାମଲାର ରାୟ ପ୍ରକାଶ ପାଇଛି। ରାଉରକେଲା ଅତିରିକ୍ତ ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ ତଥା ସହକାରୀ ଦୌରାଜଜ୍‌ ବିଷ୍ଣୁଦେବ ଜେନା ଅଭିଯୁକ୍ତ ସାନଭାଇକୁ ୫ ବର୍ଷ ଜେଲଦଣ୍ଡ ସହ ୨ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୩ ମାସ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି। ୮ଟି ଦସ୍ତାବିଜ୍‌, ୧୩ ଜଣ ସାକ୍ଷୀଙ୍କ ସାକ୍ଷ୍ୟପ୍ରମାଣ ଓ ସରକାରଓକିଲଙ୍କ ବଳିଷ୍ଠଯୁକ୍ତି ଆଧାରରେ ବିଚାରପତି ଶ୍ରୀ ଜେନା ଏହି ରାୟ ଶୁଣାଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ନୂଆଗାଁ ବ୍ଲକ ସୋରଡା ନୂଆଟୋଲାର ଓସ୍କାର ଟୁଟି। 

ଅଭିଯୁକ୍ତ ଓସ୍କାର ପରିବାର ସହ ସୋରଡା ନୂଆଟୋଲାରେ ରହନ୍ତି। ଗତ ୨୦୧୯ ଜୁନ୍‌ ୨୪ ରାତି ପ୍ରାୟ ସାଢ଼େ ୯ଟାରେ ନିଶାଶକ୍ତ ଅବସ୍ଥାରେ ଘରକୁ ଫେରି ପତ୍ନୀଙ୍କ ସହ ପାଟିତୁଣ୍ଡ କରିଥିଲେ। ବଡଭାଇ ବୁଥୁଆ ପ୍ରତିବାଦ କରିବା ସହ ସାନଭାଇ ଓସ୍କାରକୁ ପାଟିତୁଣ୍ଡ ନ କରିବାକୁ ବୁଝାସୁଝା କରିଥିଲେ। କିଛି ସମୟରେ ଓସ୍କାର ପୁଣି ତା’ ପତ୍ନୀଙ୍କ ସହ ପାଟିତୁଣ୍ଡ କରିଥିଲା। ଟାଙ୍ଗିଆରେ ମାରିଦେବାକୁ ଗୋଡାଇଥିଲା। ଜୀବନ ବଞ୍ଚାଇବା ଭୟରେ ଓସ୍କାରଙ୍କ ପତ୍ନୀ ଦେଢ଼ଶୁର ବୁଥୁଆଙ୍କ ଘରକୁ ପଶିଯାଇଥିଲା। ସେହି ସମୟରେ ବୁଥୁଆ ଓ ତାଙ୍କ ପତ୍ନୀ ଦୁଲାରି ଘରେ ବସି କଥା ହେଉଥିଲେ। ଓସ୍କାର ଟାଙ୍ଗିଆ ଧରି ଘରକୁ ପଶିବା ପୂର୍ବରୁ ବଡ଼ଭାଇ ବୁଥୁଆ କବାଟ ବନ୍ଦ କରିଦେଇଥି‌ଲା। କବାଟ ଭାଙ୍ଗି ଘର ଭିତରକୁ ପଶି ପତ୍ନୀଙ୍କୁ ହାଣିବାକୁ ଗୋଡାଇଥିଲା। ପତ୍ନୀ ଜୀବନ ବଞ୍ଚାଇବା ଭୟରେ ଘରୁ ବାହାରକୁ ଦୌଡି ପଲାଇଯାଇଥିଲା। ପତ୍ନୀଙ୍କୁ ଘରେ ନ ପାଇ ବଡଭାଇ ବୁଥୁଆ ମୁହଁ ଓ ମୁଣ୍ଡକୁ ହାଣିପକାଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୁଥୁଆ ତଳେ ପଡ଼ିଯିବା ପରେ ଓସ୍କାର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପରିବାର ଲୋକ ବୁଥୁଆକୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଭର୍ତ୍ତି କରିଥିଲେ। ପତ୍ନୀ ଏ ସଂକ୍ରାନ୍ତରେ ବିଶ୍ରା ଥାନାରେ ଲିଖିତ ଏତଲା ଦେଇଥିଲେ।

ଲିଖିତ ଅଭିଯୋଗ ଆଧାରରେ ପୁଲିସ ଓସ୍କାରକୁ ଗିରଫ କରି  କୋର୍ଟ ଚାଲାଣ କରିଥିଲା। ବୁଥୁଆ ଟୁଟିଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିବାରୁ ବିଚାରପତି କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନସେବା କର୍ତ୍ତୃପକ୍ଷଙ୍କୁ ସୁସାରିଶ କରିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ ସନ୍ତୋଷ କୁମାର ନାୟକ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe