କରୋନା ଭାଇରସ୍‌ର ଶିକାର ହେଲେ ଫେସ୍‌ମାସ୍କକୁ ନେଇ ଥଟ୍ଟା କରି ଟିକ୍‌ଟକ୍‌ ଭିଡିଓ କରୁଥିବା ବ୍ୟକ୍ତି

Advertisment
କରୋନା ଭାଇରସ୍‌ର ଶିକାର ହେଲେ ଫେସ୍‌ମାସ୍କକୁ ନେଇ ଥଟ୍ଟା କରି ଟିକ୍‌ଟକ୍‌ ଭିଡିଓ କରୁଥିବା ବ୍ୟକ୍ତି

indiatoday

ଭୋପାଳ: କରୋନା ଭାଇରସ୍‌ ପାଇଁ ପିନ୍ଧା ଯାଉଥିବା ମାସ୍କକୁ ନେଇ ଥଟ୍ଟା କରି ଟିକ୍‌ଟକ୍‌ ଭିଡିଓ କରୁଥିବା ମଧ୍ୟପ୍ରଦେଶର ସାଗର ଜିଲ୍ଲାର ଜଣେ ବ୍ୟକ୍ତିଙ୍କ ରିପୋର୍ଟରୁ ରବିବାର କରୋନା ପଜିଟିଭ୍‌ ବାହାରିଛି।

ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ତାଙ୍କୁ ଆସୋଲେସନ୍‌ରେ ରଖିବା ସହ ତାଙ୍କ ହାତରୁ ଫୋନ୍‌ ନେଇ ଯାଇଛନ୍ତି। ଜବତ ହୋଇଥିବା ତାଙ୍କ ଫୋନ୍‌ରୁ ଆହୁରି ବି ଗୁଡ଼ାଏ ଭିଡ଼ିଓ ଦେଖିବାକୁ ମିଳିଛି। ସେ ଆଇସୋଲେସନ୍‌ ୱାର୍ଡରେ ରହି ବି ଭିଡିଓ କରିଥିବାର ଜାଣିବାକୁ ମିଳିଛି। କରୋନା ଆକ୍ରାନ୍ତ ଏହି ବ୍ୟକ୍ତିଙ୍କ ଅବସ୍ଥା ଏବେ ସ୍ଥିର ରହିଛି।

ଭାରତରେ କରୋନା ଆତଙ୍କ ଖେଳାଇବା ପରେ ପରେ ବ୍ୟକ୍ତି ଜଣକ ଯେଉଁ ଭିଡିଓ ସୁଟ୍‌ କରିଥିଲେ ସେଥିରେ ସେ ଏକ ବାଇକ୍ ଉପରେ ବସିଥିଲେ। ତାଙ୍କୁ ଅନ୍ୟ ଜଣେ ଆସି ଫେସ୍‌ମାସ୍କ ପିନ୍ଧିବାକୁ ପରାମର୍ଶ ଦେଉଥିବା ବେଳେ ସେ କହିଥିଲେ, ‘ଏହି କପଡ଼ା ଖଣ୍ଡେ ଉପରେ କ‘ଣ ଭରସା! ରଖିବାର ଅଛି ତ ଭଗବାନଙ୍କ ଉପରେ ଭରସା ରଖ।’

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ତାଙ୍କର କୌଣସି ଯାତ୍ରା ଇତିହାସ ନାହିଁ। ତାଙ୍କୁ ଥଣ୍ଡା, କାଶ ହେବା ପରେ ସରକାରୀ ହସ୍ପିଟାଲ୍‌ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ଦିନ ତାଙ୍କ ରିପୋର୍ଟରୁ କରୋନା ପଜିଟିଭ୍‌ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe